ଗଡ଼ଗଡ଼ିଆ ଘାଟରେ କାଉଡ଼ିଆଙ୍କ ଭିଡ଼, ଚଳଚଞ୍ଚଳ ଶୈବପୀଠ

Gadagadia-Ghata-Thare-Srabana-Masara-2nd-Somabar-Pai-Vida-(124)

କଟକ,୧୬ା୭(ବୁ୍ୟରୋ): ଆସନ୍ତାକାଲି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ସେଥିପାଇଁ କଟକ ସହରରେ ଥିବା ବିଭିନ୍ନ ଶୈବ ପୀଠ ଗୁଡିକ ଚଳଚଞ୍ଚଳ ହୋଇ ଉଠିଛି । ଶ୍ରାବଣ ମାସରେ ବୋଲବମ ଭକ୍ତ ଆମିଷ ଭକ୍ଷଣ ନକରି ମହାଦେବଙ୍କୁ ନିଷ୍ଠାର ସହ ବ୍ରତ ପାଳନ କରିବା ସହ ପୂଜାର୍ଚ୍ଚନା କଲେ ପୂର୍ଣ୍ଣ ଅର୍ଜନ ହୋଇଥାଏ ବୋଲି ବିଶ୍ୱାସ ରହିଛି । କଟକର ବହୁ ପ୍ରାଚୀନ ଘାଟ ଭାବେ ଖ୍ୟାତି ଅର୍ଜନ କରିଥିବା ଗଡ଼ଗଡିଆ ଘାଟରୁ ପାଣି ଭାର ନେଇ ଭକ୍ତ ମାନେ ଆଜିଠାରୁ ବିଭିନ୍ନ ଶୈବପୀଠକୁ ଯାତ୍ରା କରିବା ଆରମ୍ଭ କରିଛନ୍ତି । ସେହିପରି ମହାନଦୀରୁ ପାଣି ଭାର ଉଠାଇଲା ବେଳେ ଭକ୍ତଙ୍କ କୌଣସି ଅଘଟଣ ନଘେଟେ ସେଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି କାଉଡିଆମାନଙ୍କ ପାଇଁ ଗମନା ଗମନ ବେଳେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଶନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗଡଗଡିଆ ଘାଟରେ ୧୨ ଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ ୨ଟି ପାୱାର ବୋଟ, ଗୋଟିଏ ଭ୍ୟାନ, ଓ ଲାଇଫ ଗ୍ୟାକେଟ ସମେତ ଓଡ୍ରାଫ ଟିମ ପ୍ରସ୍ତୁତ ରହିଛନ୍ତି । ଏଥିସହ ଚହଟା ଓ ଯୋବ୍ରା ଠାରେ କର୍ମଚାରୀ ମୁତୟନ କରାଯାଇଛି ବୋଲି ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ରାଉତ ସୂଚନା ଦେଇଛନ୍ତି । ଶ୍ରାବଣ ମାସରେ ମହାଦେବଙ୍କର ଜଳାଭିଷେକ ପାଇଁ ବୋଲବମ ଭକ୍ତ ମାନଙ୍କ ମଧ୍ୟରେ ବେଶ ଆଗ୍ରହ ପ୍ରକାଶ ପାଉଥିବାରୁ କଟକ ମହାନଗର ନିଗମ ତରଫରୁ ଘାଟ ସ୍ଥଳ ପରିଷ୍କାର ପରିଚ୍ଛନ୍ନ ରଖାଯାଇଛି । ଏଥିସହ ଘାଟ ପାଖରେ ବ୍ୟାପକ ସଂଖ୍ୟାରେ ପୁଲିସ୍ ମୁତୟନ କରାଯାଇଛି । ମହାନଦୀ ଜଳସେଚନ(ସାଉଥ୍) ବିଭାଗ ପକ୍ଷରୁ ନଦୀ ମଧ୍ୟରେ ୪ ମିଟର ପାଣି ପର୍ଯ୍ୟନ୍ତ ବେରିକେଡିଂ କରାଯାଇଛି । ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ ବାହିନୀ ସେଠାରେ ଉପସ୍ଥିତ ରହି ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କୁ ଗଭୀର ନଦୀ ମଧ୍ୟକୁ ପ୍ରବେଶ ନ କରିବାକୁ ବାରଣ କରାଯାଉଛି । ସେହିପରି ଚୋରା ବାଲି ପ୍ରତି ସଜାଗ ରହିବାକୁ ପରାମର୍ଶ ଦିଆଯାଉଛି । ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଭକ୍ତମାନଙ୍କୁ ଯୋଗାଇ ଦିଆଯାଇଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀଙ୍କ ତରଫରୁ ଆବଶ୍ୟକୀୟ ଆଶୁ ଚିକିସôା ସାମଗ୍ରୀ ସହ ଆମ୍ବୁଲାନ୍ସ ଟିମ୍ ମୁତୟନ ବ୍ୟବସ୍ଥା କରାଯାଇଛି ।