ବିପନ୍ନଙ୍କୁ ଅବହେଳା କରାଯିବନି

15-7-2017=1

ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
କଲ୍ୟାଣସିଂହପୁର ବନ୍ୟା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜୀବ ଭବନ ଆସି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ଜରୁରୀ ସମୀକ୍ଷା କରିଛନ୍ତି । ବୈଠକ ପରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବର୍ଷା ଯୋଗୁଁ ନାଗାବଳୀ ଓ କଲ୍ୟାଣୀ ନଦୀରେ ବନ୍ୟା ଆସିଛି । ତେବେ ବନ୍ୟା ପ୍ରଭାବିତ ଅଞ୍ଚଳବାସୀ ଆଦୌ ଅବହେଳାର ଶିକାର ହେବେ ନାହିଁ । ଏସ୍ଆରସି କାର୍ଯ୍ୟାଳୟରେ ଥିବା ରାଜ୍ୟ କଣ୍ଟ୍ରୋଲ ରୁମ୍ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛି । ଉଦ୍ଧାର କାର୍ଯ୍ୟରେ ସିଆରପିଏଫ୍, ଅଗ୍ନିଶମ କର୍ମଚାରୀ ତଥା ଓଡ୍ରାଫ୍ ଟିମ୍ଙ୍କୁ ନିୟୋଜିତ କରାଯାଇଛି । ସେନାବାହିନୀର ହେଲିକପ୍ଟରକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନର ସ୍ଥିତି ଉପରେ ସଂପୂର୍ଣ୍ଣ ନଜର ରଖିଛନ୍ତି । ରାୟଗଡା ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ଚାଲିଛି । ତା’ଛଡା ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରିବାକୁ ଉନ୍ନୟନ କମିଶନରଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ପରିସ୍ଥିତି ଉପରେ ଦକ୍ଷିଣାଞ୍ଚଳ ଆରଡିସି ଓ ଡିଆଇଜିଙ୍କୁ ମଧ୍ୟ ତଦାରଖ ପାଇଁ ନିଦେ୍ର୍ଦଶ ଦିଆଯାଇଛିି । ଉଦ୍ଧାର କାର୍ଯ୍ୟରେ ଯେଭଳି ଅବ୍ୟବସ୍ଥା ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ନିଦେ୍ର୍ଦଶ ଦିଆଯାଇଛି । ଆବଶ୍ୟକସ୍ଥଳେ ଆକାଶମାର୍ଗରୁ ରିଲିଫ୍ ଯୋଗାଇ ଦିଆଯିବ ବୋଲି ନିଦେ୍ର୍ଦଶ ଦେଇଛନ୍ତି ଶ୍ରୀ ପଟ୍ଟନାୟକ । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାୟକ ସଞ୍ଜୟ ଦାସବର୍ମା, ଉନ୍ନୟନ କମିଶନର ଆର୍ ବାଲକ୍ରିଷ୍ଣନ୍, ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।