ନନ୍ଦକାନନରେ ମଣିଷଖିଆ ବାଘ

IMG-20170716-WA0058

ଭୁବନେଶ୍ୱର, (ବୁ୍ୟରୋ): ନୂଆପଡା ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିବା ମଣିଷ ଖିଆ କଲରାପତରିଆ ବାଘ ରବିବାର ନନ୍ଦନକାନନରେ ପହଞ୍ଚିଛି । ସୋମବାର ଦିନ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତ । ତେବେ ୭ ଦିନ ପର୍ଯ୍ୟନ୍ତ ମଣିଷଖିଆ ବାଘ ଏକାକୀ ରହିବ । ଏହାପରେ ତାକୁ ଏନ୍କ୍ଲୋଜରକୁ ନିଆଯିବ । ନନ୍ଦନକାନନରେ ଉକ୍ତ ବାଘକୁ ମିଶାଇ କଲରାପତରିଆଙ୍କ ସଂଖ୍ୟା ୭ରେ ପହଞ୍ଚିଛି । ରବିବାର ସନ୍ଧ୍ୟାରେ ବାଘକୁ ପିଞ୍ଜଡାରେ ନନ୍ଦନକାନନ କର୍ତ୍ତୃପକ୍ଷ ଓ ନୂଆପଡା ବନବିଭାଗ କର୍ମଚାରୀମାନେ ମିଳିତ ଭାବେ ଆଣିଥିଲେ । ଏହି ବାଘ ଧରାପଡିବା ପରେ ନୂଆପଡା ଜିଲ୍ଲାବାସୀ ଆଶ୍ୱସ୍ତି ହୋଇଛନ୍ତି । କାରଣ କଲରାପତରିଆ ବାଘ ଆତଙ୍କରେ ହଳଦୀ ଗାଁ ସମେତ ଆଖପାଖ ଅଞ୍ଚଳର ଲୋକମାନେ ସନ୍ଧ୍ୟାରେ ହେଲେ ତାଟିକବାଟ ପକାଇ ଦେଉଥିଲେ । ସୂଚନାଯୋଗ୍ୟ, ନୂଆପଡା ଜିଲ୍ଲା ହଳଦୀ ଗାଁର ଜଣେ ମହିଳା ତାଙ୍କର ୪ ଶିଶୁକୁ ଧରି ମେ’ ୨୬ ତାରିଖ ରାତିରେ ଶୋଇଥିଲେ । ବିଳମ୍ବିତ ରାତିରେ ଉକ୍ତ ବାଘ ମା’ କୋଳରୁ ଶିଶୁଟିକୁ ଟାଣି ନେଇ ନିକଟରେ ଥିବା ଏକ ଜଙ୍ଗଲରେ ଖାଇ ଦେଇଥିଲା । ସକାଳୁ ପୁଅକୁ ମା’ ବହୁ ଖୋଜାଖୋଜି କରିବା ପରେ ନିକଟସ୍ଥ ଏକ ପାହାଡରେ ତା’ ମୁଣ୍ଡ ଓ ହାଡ ଖଣ୍ଡବିଖଣ୍ଡିତ ହୋଇପଡିଥିବା ଦେଖିଥିଲେ । ସେଠାରେ ବାଘର ପାଚ ଚିହ୍ନ ରହିଥିଲା । ମା’ କୋଳରୁ ବାଘ ଶିଶୁକୁ ନେଇ ଖାଇଦେଇଥିବା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଖବର ପାଇ ବନବିଭାଗ କର୍ମଚାରୀମାନେ ପହଞ୍ଚô ସେଠାରେ ସିସିକ୍ୟାମେରା ଖଞ୍ଜିଥିଲେ । ଦୁଇ ଦିନ ପରେ ସିିିସିଟିଭି ଫୁଟେଜ୍‌ରେ ବାଘର ଗତିବିଧି ଜଣାପଡିଥିଲା । ଏହାର କିଛି ଦିନ ପରେ ସେହି ଅଞ୍ଚଳରେ ଦୁଇଣ ଯୁବକଙ୍କୁ ମଧ୍ୟ କଲରାପତରିଆ ଆକ୍ରମଣ କରିଥିଲା । ଉକ୍ତ କଲରାପତରିଆ ଧରିବା ପାଇଁ ନୂଆପଡା ବନ ବିଭାଗ ନୟାନ୍ତ ହୋଇଥିଲା । ତାକୁ ଧରିବାକୁ ବନ ବିଭାଗ ବିଭିନ୍ନ ସ୍ଥାନରେ ଜନ୍ତା ବସାଇଥିଲା । ଏକ ଜନ୍ତାରେ କଲରାପତରିଆ ଧରାପଡିବା ପରେ ତାଙ୍କୁ ରବିବାର ନନ୍ଦକାନନକୁ ଅଣାଯାଇଛି ।