ମହଙ୍ଗା ମାଡ଼, ଟମାଟୋ କିଲୋ ୧୦୦

JAJAPURA-0-KHAUTU-HANASANATA

ନିୟନ୍ତ୍ରଣ ବାହାରେ ଦରଦାମ୍
ଯାଜପୁର (ଆପ୍ର): ନିତ୍ୟ ବ୍ୟବହାର ଜିନିଷ ଆକାଶଛୁଅାଁ ଦର ହୋଇଥିବାବେଳେ ଖାଉଟି ଅଣନିଶ୍ୱାସୀ ହୋଇପଡିଥିବା ଦେଖିବାକୁ ମିଳିଛି । ବିଶେଷ କରି ଖଟିଖିଆ, ଦିନମଜୁରିଆ ଓ ମଧ୍ୟବିତ୍ ଶ୍ରେଣୀର ଲୋକଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । କେତେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଉପରେ ଜିଏସ୍ଟି ଲାଗୁ ହେବା ଆଳରେ ଦରଦାମ୍ ବୃଦ୍ଧିପାଇଁ ମଧ୍ୟବିତ୍ ପରିବାର ସଙ୍କଟର ସମ୍ମୁଖୀନ ହେବା ସ୍ୱଭାବିକ । ଏପରିକି ଗରିବଟିଏ ତାର ଦୈନିକ ପଖାଳ କଂସାକୁ ଆଳୁ, ପିଆଜ, ଲୁଣ ଲଙ୍କା ଯୋଗାଡ କରିବାରେ ସମ୍ଭବପର ହୋଇପାରୁନଥିବାବେଳେ ପରିବା ଦର ନାହିଁ ନଥିବା ଦରରେ ପହଞ୍ଚôଛି । ଯାହାକୁ ନେଇ ଏବେ ଚିନ୍ତାରେ ଖାଉଟି । ବର୍ତ୍ତମାନ ପ୍ରଚଳିତ ଦର ଅନୁଯାୟୀ ଆଳୁ କିଲୋ ୧୨ ଟଙ୍କା, ବାଇଗଣ ୪୦ ଟଙ୍କା, ପିଆଜ ୨୦ ଟଙ୍କା, କଲରା ୫୦ଟଙ୍କା, କାକୁଡି ୪୦ ଟଙ୍କା, ପୋଟଳ ୪୦ ଟଙ୍କା, ଫୁଲକୋବି ୬୦ ଟଙ୍କା, ଜହ୍ନି ୫୦ ଟଙ୍କା , ବନ୍ଧାକୋବି ୪୦ଟଙ୍କା , ବିନ୍ସ ୫୦ଟଙ୍କା, କଞ୍ଚାଲଙ୍କା ୨୦୦ଟଙ୍କା, ଶାଗ ବିଡା ୫ ଟଙ୍କା ହୋଇଥିବାବେଳେ ବିଲାତିବାଇଗଣ ୧ଶହ ଟଙ୍କା କେଜିରେ ପହଞ୍ଚôଲାଣି । ଏହାଛଡା ଚାଉଳ, ଡ଼ାଲି , ସୁଜି, ଅଟା ଓ ଖାଇବା ତେଲ ଆଦି ସାମଗ୍ରୀର ଦର ମଧ୍ୟ ଆକାଶଛୁଆଁ । ମାତ୍ରାଧିକ ପ୍ରଭାବିତ ହୋଇଛନ୍ତି ଖଟିଖିଆ, ମୁଲିଆ, ଦିନମଜୁରିଆ, କୃଷକ, ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ, ଛୋଟ ଚାକିରୀଆ ଓ ମଧ୍ୟବିତ ଶ୍ରେଣୀର ଲୋକେ । ଖାଦ୍ୟପଦାର୍ଥ ଓ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଉତ୍ପାଦନ ହ୍ରାସ ପାଉଥିବାବେଳେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ନେଇ ଏହାର ଚାହିଦା ଯଥେଷ୍ଟ ଭାବେ ପୂରଣ ହୋଇପାରୁନଥିବାରୁ ଦରଦାମ ବୃଦ୍ଧି ଅନ୍ୟତମ କାରଣ ସାଜିଛି । ଏପରିକି ମୁନାଫାଖୋର ଅସାଧୁ ବ୍ୟବସାୟୀ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ କୃତୀମ ଅଭାବ ସୃଷ୍ଟି ବରିବା ବିଭିନ୍ନ ସମସ୍ୟା ଦେଖାଦେଉଛି । ସରକାର ଓ ପ୍ରଶାସନିକ ଫଳରେ ଅବ୍ୟବସ୍ଥିତ ନିୟନ୍ତ୍ରଣ ଯୋଗୁଁ ଏହା ଖାଉଟିଙ୍କ ଉପରେ ଅହେତୁକ ପ୍ରଭାବ ସୃଷ୍ଟିକରିଥିବା ଦେଖିବାକୁ ମିଳିଛି ।