ଆରମ୍ଭ ହେଲା ପୋଷ୍ଟାଲ୍ ଏଟିଏମ୍

PMG CHACK RE POSTAL DEPARTMENT RA NUTANA ATM COUNTER KU CHIEF POSTMASTER GENERAL TILAK DE UDGHATAN KARUCHANTI

ପରବର୍ତ୍ତୀ ସମୟରେ ପୁରୀ, ରାଉରକେଲା ଓ ସମ୍ବଲପୁର
ଭୁବନେଶ୍ୱର,୨୭ା୪(ବୁ୍ୟରୋ): ପରିବର୍ତ୍ତିତ ଧାରାରେ ତାଳଦେଇ ଆଜି ବହୁ ପ୍ରତିକ୍ଷିତ ପୋଷ୍ଟାଲ୍ ଏଟିଏମ୍ର ଶୁଭରାମ୍ଭ ହୋଇଛି । ଭୁବନେଶ୍ୱର ଜିପିଓଠାରେ ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ ତିଲକ୍ ଦେ ଏଟିଏମ୍ର ଶୁଭରାମ୍ଭ କରିଥିଲେ । ଓଡ଼ିଶାର ପ୍ରଥମ କୋର ବ୍ୟାଙ୍କିଙ୍ଗ୍ ସଲୁ୍ୟସନ୍ (ସିବିଏସ୍) ଡାକଘର ବିଗତ ୧ଡିସେମ୍ବର ୨୦୧୪ରେ ଭୁବନେଶ୍ୱର ଜିପିଓଠାରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ପୁନର୍ବାର ସେହି ସ୍ଥାନରେ ଜମାକାରୀଙ୍କ ସୁବିଧା ପାଇଁ ପୋଷ୍ଟାଲ୍ ଏଟିଏମ୍ ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି । ଆଜି ସୁଦ୍ଧା ୩୯ଟି ସିବିଏସ୍ ଡାକଘର କାର୍ଯ୍ୟକ୍ଷମ ହୋଇପାରିଛି । ଆଜିର ଏହି ଏଟିଏମ୍ର ଶୁଭରାମ୍ଭ ସିବିଏସ୍ ନେର୍ଟୱାର୍କକୁ ନୂତନ ରୂପ ଦେଇଛି । ବର୍ତ୍ତମାନ କେବଳ ଡାକ ସଞ୍ଚୟ ଖାତାଧାରୀ ଏହି ଏଟିଏମ୍ ସୁବିଧା ପାଇପାରିବେ । ପରବର୍ତ୍ତୀ ସମୟରେ ସମସ୍ତ ସଞ୍ଚୟ ଆକାଉଣ୍ଟଧାରୀ ଏହାର ସୁବିଧା ସୁଯୋଗ ପାଇପାରିବେ । ସେହିପରି ଦ୍ୱିତୀୟ ଡାକଘର କଟକ ବକ୍ସିବଜାର ସ୍ଥିତ ଜିପିଓ ପରିସରରେ ଉଦ୍ଘାଟିତ ହୋଇଛି । ଚଳିତ ଆର୍ଥିକ ବର୍ଷରେ ଆଉ ୩୯ଟି ଏଟିଏମ୍ କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ପ୍ରଥମେ ପୁରୀ, ରାଉରକେଲା ଓ ସମ୍ବଲପୁରଠାରେ ଆଉ ୩ଟି ଏଟିଏମ୍ କାର୍ଯ୍ୟ କରିବ । କାର୍ଯ୍ୟକ୍ରମରେ ଡାକସେବା ନିର୍ଦ୍ଧେଶକ ଅନିଲ କୁମାର ସିଂ, ବରିଷ୍ଠ ଡାକ ଅଧିକ୍ଷକ ସୁବାସ ଚନ୍ଦ୍ର ବାରିକ, ବରିଷ୍ଠ ଡାକପାଳ ପ୍ରାଣନାଥ ପଟ୍ଟନାୟକ ଓ ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ରହିଥିଲେ ।