ASIAN

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କ୍ରୀଡ଼ାମନ୍ତ୍ରୀ

25

ଏସୀୟ ଦୌଡ଼କୁଦ ପ୍ରତିଯୋଗିତା
ଭୁବନେଶ୍ୱର, (ବୁ୍ୟରୋ): କଳିଙ୍ଗ ଷ୍ଟାଡିୟମ୍ରେ ସଦ୍ୟ ସପ୍ତାହ ହୋଇଥିବା ୨୨ତମ ଏସୀୟ ଦୌଡକୁଦ ପ୍ରତିଯୋଗିତାକୁ ସଫଳତାର ସହିତ ଆୟୋଜନ କରିବା ନେଇ ଓଡ଼ିଶା ସରକାରଙ୍କୁ ବିଶ୍ୱ ଦୌଡକୁଦ ସଂଘ, ଏସିଆନ୍ ଆଥ୍ଲେଟିକ୍ ଆସୋସିଏସନ, ଆଥ୍ଲେଟିକ୍ ଫେଡରେଶେନ୍ ଅଫ ଇଣ୍ଡିଆ ପ୍ରଶଂସା କରିଛନ୍ତି । ପ୍ରତିଯୋଗିତାକୁ ସଫଳତାର ସହିତ ଆୟୋଜନ କରି ବିଶ୍ୱ କ୍ରୀଡାରେ ଓଡ଼ିଶା ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛି । ଏଭଳି ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ୩ ମାସ ମଧ୍ୟରେ ସଫଳତାର ସହିତ ପରିଚାଳନା କରିବାରେ ଶ୍ରେୟ ସମସ୍ତଙ୍କର ରହିଛି ବୋଲି କ୍ରୀଡା ଓ ଯୁବ ସେବା ବିଭାଗ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା କହିଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ହୋଟେଲ ମେ’ ଫେୟାର କନ୍ଭେସେନରେ ସାମ୍ବାଦିକମାନଙ୍କ ସହିତ ବନ୍ଧୁମିଳନ ଉସôବରେ କ୍ରୀଡାମନ୍ତ୍ରୀ ଶ୍ରୀ ବେହେରା ଏହା କହିଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶା ଏଭଳି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିଥିଲା । ଯାହାର ଜନସଂଖ୍ୟା ୧୦ ଲକ୍ଷ ଭିତରେ ସୀମିତ । ଏଥିପାଇଁ ସରକାରଙ୍କ ସମସ୍ତ ବିଭାଗ, ବେସରକାରୀ ସଂସ୍ଥା, ଗଣମାଧ୍ୟମକୁ ମନ୍ତ୍ରୀ ଶ୍ରୀ ବେହେରା ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପକ୍ଷରେ ପ୍ରତିଯୋଗିତାରେ ସରକାରଙ୍କ ପକ୍ଷରୁ ୨୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଷ୍ଟାଡିୟମର ସିନ୍ଥେଟିକ ଅଭ୍ୟାସ୍ ଟ୍ରାକ୍ , ଫ୍ଲଡ୍ ଲାଇଟ୍, ସିଫ୍ଟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ବେସରକାରୀ ସଂସ୍ଥା ସାହାଯ୍ୟର ହାତ ବଢାଇଥିଲେ । ଏନେଇ୨୦୨୦ ବିଶ୍ୱ ଦୌଡକୁଦ ପ୍ରତିଯୋଗିତା ଓ ଯୁବ ବିଶ୍ୱ ଦୌଡକୁଦ ପ୍ରତିଯୋଗିତା ଲାଗି ଭାରତ ଆବେଦନ କରିବ । ଉକ୍ତ ପ୍ରତିଯୋଗିତା ଭାରତକୁ ଆୟୋଜନ ଅଧିକାର ମିଳିଲେ ଓଡିଶା ପ୍ରଥମ ପସନ୍ଦ ରହିବ ବୋଲି କ୍ରୀଡା ନିଦେ୍ର୍ଦଶକକ୍ରୀଷ୍ଣା କହିଥିଲେ ।




Powered by odothemes.com