BARI--badabandha-rasta-sochania,bari

ସ୍ଥିତି ସାଂଘାତିକ ଚାଲିବାକୁ ଡର

29

କାଦୁଅ ପଚପଚ ଚଟୁମାରୀ ନଦୀବନ୍ଧ
ବରୀ (ଆପ୍ର): ଭଅଁରା ପଞ୍ଚାୟତ ଚଟୁମାରୀ ଜଳସମ୍ପଦ ନଦୀର ବଡ଼ବନ୍ଧ ରାସ୍ତା ଲେଉଟିଆ କିଆରିରେ ପରିଣତ ହୋଇଛି । ରାସ୍ତା ସାରା ଖାଲଢିପରେ ଭର୍ତ୍ତି ହୋଇଛି । ଯାତାୟାତରେ ଘୋର ସମସ୍ୟା ଦେଖାଦେଇଛି । ବିଶ୍ୱାଳ ସାହିଠରୁ ଡଅଁରକୂଳ ପର୍ଯ୍ୟନ୍ତ ଦୀର୍ଘ ୧ କିମି ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡିଛି । ସଙ୍ଗେ-ଚଟୁମାରୀ ଗଗନେଶ୍ୱର ଉଚ୍ଚପ୍ରାଥମିକ ବିଦ୍ୟାଳୟଠାରେ ରାସ୍ତାର ଅବସ୍ଥା ନ’କହିବା ଭଲ । ରାସ୍ତାରେ ଏବେ ବିରାଟ ବିରାଟ ଖାଲ ସୃଷ୍ଟି ହୋଇ ପାଣି ଜମି କାଦୁଅ ସରସର ହୋଇଛି । ଗାଁର କୌଣସି ଲୋକ ରୋଗରେ ପଡିଲେ ୧୦୮ ଆମ୍ବୁଲାନ୍ସ ଯାଇପାରୁନଥିବା ଅଭିଯୋଗ ହୋଇଛି । ରାସ୍ତାରେ ପ୍ରତ୍ୟେକ ଦିନ ସ୍କୁଲ, କଲେଜ, ଦୋକାନ ବଜାର, ଡାକ୍ତରଖାନା ଓ ବିଭିନ୍ନ କାର୍ଯ୍ୟ ପାଇଁ ଯାତାୟାତ କରୁଥିବା ପଥଚାରୀ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମରାମତି ହେଉନଥିବାରୁ ଦୁର୍ଘଟଣା ବଢ଼ୁଛି । ରାସ୍ତାର ଏଭଳି ଅବସ୍ଥା ପାଇଁ ରାତି ସମୟରେ ଯାତାୟାତରେ ବାଧା ହେଉଛି । ଛାତ୍ରଛାତ୍ରୀଙ୍କୁ ଅଭିଭାବକ ବହୁ କଷ୍ଟରେ ନେଇ ଛାଡିବାକୁ ଯାଉଛନ୍ତି । ବର୍ଷା ସମୟରେ ପଚପଚିଆ ରାସ୍ତାରେ ଯାଉଛନ୍ତି । ସଙ୍ଗୁଅ, ଚଟୁମାରୀ, ଡଅଁରକୂଳ ଅଞ୍ଚଳର ଶତାଧିକ ଲୋକ ଯାତାୟାତ କରୁଥିଲେ ହେଁ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ଜଣାଇଲେ କୌଣସି କାର୍ଯ୍ୟ କରାଯାଉ ନଥିବା ଅଭିଯୋଗ ହେଉଛି । ତୁରନ୍ତ ରାସ୍ତାକୁ ମରାମତି କରିବାକୁ ଗାଁ ଲୋକେ ଦୃଢ ଦାବି କରିଛନ୍ତି ।




Powered by odothemes.com