PATHOSTAV-RE-CM-NABIN-PATNAIK-O-BOLLY-WOOD-SINGER-BINOD-RATHOR-(7)

ଜନପଥ କ୍ରୀଡ଼ାମୟ

27

ଭୁବନେଶ୍ୱର, (ବୁ୍ୟରୋ): ଏସିଆନ୍ ଆଥ୍ଲେଟିକ୍ ମିଟ୍ର ପ୍ରଚାର ପ୍ରସାର ପାଇଁ ସମର୍ପିତ ଆଜିର ପଥ ଉତ୍ସବରେ କ୍ରୀଡ଼ାମୟ ପରିବେଶ ସୃଷ୍ଟି ହୋଇଥିଲା । ହଜାର ହଜାର ସଂଖ୍ୟାରେ ଛାତ୍ର, ଯୁବକ, ମହିଳାଙ୍କ ସମେତ ବିଭିନ୍ନ ବର୍ଗର ଲୋକ ଯୋଗଦେଇ ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ୨୨ତମ ଏସିଆନ୍ ଆଥ୍ଲେଟିକ୍ ଚାମ୍ପିଅନ୍ସିପ୍କୁ ସଫଳ କରିବା ପାଇଁ ଆଗ୍ରହ ପ୍ରଦର୍ଶନ କରିଥିଲେ । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ହଜାର ହଜାର ଲୋକଙ୍କୁ କ୍ରୀଡ଼ା ମହାକୁମ୍ଭକୁ ସଫଳ କରିବାରେ ସହଯୋଗ କରିବାକୁ ଆହ୍ୱାନ କରିଥିଲେ । ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ସେ ରାଜ୍ୟବାସୀଙ୍କ ଉଦେ୍ଦଶ୍ୟରେ ‘ଜୟ ଜଗନ୍ନାଥ’ ସମ୍ବୋଧନ କରି ଶୁଭେଚ୍ଛା ଜଣାଇଥିଲେ । ପଥ ଉତ୍ସବରେ କ୍ରୀଡ଼ାର ପ୍ରଚାର ପ୍ରସାର ପାଇଁ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏସୀୟ ଖେଳକୁଦର ପ୍ରଚାର ପାଇଁ ପ୍ରସ୍ତାବିତ ନାଗରିକ ସଂଯୋଗ କାର୍ଯ୍ୟକ୍ରମର ଆନୁଷ୍ଠାନିକ ଘୋଷଣା କରିଥିଲେ । ପଥ ଉତ୍ସବରେ ଆଜି ଯୋଗ ଦେଇଥିଲେ ହଜାର ହଜାର ସଂଖ୍ୟାରେ ପଥଚାରୀ । ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଆଥ୍ଲେଟ୍, ଅଭିନେତା, ସାମାଜିକ କର୍ମୀ, ମହିଳା, ଯୁବ ଏବଂ ଶିଶୁଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଲୋକ ଆଜି ପଥ ଉତ୍ସବରେ ଯୋଗ ଦେଇଥିଲେ । ଏସିଆନ୍ ଆଥ୍ଲେଟିକ୍ ମିଟ୍କୁ ସାକାର କରିବାର ପ୍ରତିବଦ୍ଧତା ଦର୍ଶାଇବା ପାଇଁ ଦୁଇଦିନ ଲଗାତାର ବର୍ଷାର ବାଧକତାକୁ ଖାତିର ନକରି ଜନପଥରେ ପହଞ୍ଚôଥିଲେ ବହୁ ସଂଖ୍ୟକ ନାଗରିକ । ଓଡ଼ିଶା ପାଇଁ ଗୌରବ ଆଣିଥିବା ଖେଳାଳୀ ଅନୁରାଧା ବିଶ୍ୱାଳ କ୍ରୀଡ଼ା କୁଇଜ୍ ତଥା କ୍ରୀଡ଼ାବିତ୍ଙ୍କୁ ଜାଣନ୍ତୁ ସଂପର୍କିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପଥ ଉତ୍ସବରେ ସବୁଠାରୁ ବଡ଼ ଆକର୍ଷଣ ଥିଲା ୪୫ଟି ଦେଶର ଜାତୀୟ ପତାକାର ପ୍ରଦର୍ଶନ । ୪୫ଟି ଅଂଶଗ୍ରହଣକାରୀ ଦଳର ୯୦ଟି ପତାକା ଆଜି ପ୍ରଦର୍ଶିତ ହୋଇଥିଲା ଏସୀୟ ଖେଳକୁଦ କାର୍ଯ୍ୟକ୍ରମ ପ୍ରସାର ପାଇଁ ।
କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରସ୍ତୁତ ଏସିଆନ୍ ଆଥ୍ଲେଟିକ୍ ମିଟ୍ର ଲୋଗୋ ଥିବା ହଜାର ହଜାର ସଂଖ୍ୟକ ଟି-ସାର୍ଟ ଏବଂ କ୍ୟାପ୍ ପରିଧାନ କରି ସ୍ୱେଚ୍ଛାସେବୀମାନେ ପରିକ୍ରମା କରିଥିଲେ ଜନପଥର ଏପାଖରୁ ସେପାଖ ଯାଏ । ଏହା ଏକ ସୁନ୍ଦର କ୍ରୀଡ଼ାମୟ ପରିବେଶ ସୃଷ୍ଟି କରିଥଲା । ଏହା ସାଙ୍ଗକୁ ହଜାର ହଜାର ସଂଖ୍ୟାରେ ଓଲି ମାସ୍କ ( ଏସିଆନ୍ ଆଥ୍ଲେଟିକ୍ସ୍ର ମାସ୍କଟ୍) ପରିଧାନ କରିଥିବା ଦେଖାଦେଇଥିଲା ପଥ ଉତ୍ସବରେ । ସେହିପରି ଏକାଧିକ ସଂଖ୍ୟାରେ ଓଲି ମାସ୍କଟ୍ ଜନ ପଥର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହୋଇଥିଲା । ଏହିସବୁ ସ୍ଥାନରେ ହଜାର ହଜାର ସଂଖ୍ୟାରେ ସେଲ୍ଫି’ ଉଠାଉ ଥିଲେ ପଥଚାରୀମାନେ ।
ଆଜି ହକି, ଭଲିବଲ୍, ବ୍ୟାଡ୍ମିଣ୍ଟନ, କ୍ରିକେଟ୍ ଏବଂ ଫୁଟ୍ବଲ୍ ସମେତ ଅନେକ ଖେଳର ଝଲକ ଦେଖିବାକୁ ମିଳିଥିଲା ପଥ ଉତ୍ସବରେ । ଏପରିକି ଟ୍ରାକ୍ ଭାବରେ ଜନପଥକୁ ବ୍ୟବହାର କରି ଦୌଡ଼ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା । ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ ଖେଳକୁଦରେ ମଜ୍ଜି ରହିଥିଲେ ଜନପଥର ଗୋଟିଏ ପାଶ୍ୱର୍ରେ ।
ଆଜି ସ୍ୱତନ୍ତ୍ର ଭାବରେ ୩ଟି ଡାନ୍ସ ଫ୍ଲୋର୍ ପ୍ରସ୍ତୁତ ହୋଇଥିଲା । ଡାନ୍ସ୍ ୱର୍କ ଜେଡ୍ ଇନ୍ଷ୍ଟିଟୁ୍ୟଟ୍, ପ୍ରିନ୍ସ ଡାନ୍ସ ଗ୍ରୁପ୍ ଏବଂ ଅନ୍ୟାନ୍ୟ ପ୍ରଖ୍ୟାତ ସଂସ୍ଥା ପକ୍ଷରୁ ପ୍ରଦର୍ଶିତ ହୋଇଥିଲା ସୁନ୍ଦର ନୃତ୍ୟ । ତେବେ ବଲିଉଡ୍ ସିଙ୍ଗର୍ ବିନୋଦ ରାଥୋଡ୍ଙ୍କ ଗୋଟିଏ ପରେ ଗୋଟିଏ ମନଛୁଅାଁ ଗୀତ ତଥା ପ୍ରିନ୍ସ ଡାନ୍ସ୍ ଗ୍ରୁପ୍ର ପ୍ରଦର୍ଶନ ବାନ୍ଧି ରଖିଥିଲା ଦର୍ଶକଙ୍କୁ ଦୀର୍ଘ ସମୟ ଧରି । ମଞ୍ଚରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ଶୁଣିବା ପାଇଁ ମଧ୍ୟ ଆଗ୍ରହ ଦେଖାଇଥିଲେ ଶ୍ରେତାମାନେ । ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସବୁ ସପ୍ତାହ ଭଳି ବିଭିନ୍ନ ସାମାଜିକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବକୁଲ୍ ଲାଇବ୍ରେରୀ ପକ୍ଷରୁ ୩୦ଟି ଦେଶର ଗପ ବହି ସାମିଲ କରାଯିବା ସହ ଗପ ଶୁଣାଇବା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଗୃହ ଉନ୍ନୟନ ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ, ଭୁବନେଶ୍ୱର ସାଂସଦ, ଦୁଇ ବିଧାୟକ, ମେୟର, ଡେପୁଟି ମେୟରଙ୍କ ସମେତ କ୍ରିଡ଼ା ବିଭାଗ ସଚିବ ବିଶାଲ୍ ଦେବ, କମିଶନର ଡକ୍ଟର କ୍ରୀଷନ୍ କୁମାରଙ୍କ ସମେତ ବିଏମ୍ସି, ବିଡିଏ ଏବଂ ସ୍ମାର୍ଟ ସିଟିର ଅଧିକାରୀମାନେ ଉପସ୍ଥିତ ଥିଲେ ।




Powered by odothemes.com