17--NARENDRA-PUR-RA-ASHAKARMI-MANE-BN-PUR-THANA-KU-ASICHANTI-FIR-DEBA-PAIN

ଆଶାକର୍ମୀଙ୍କୁ ଡାକ୍ତରଙ୍କ ମାଡ଼, ଥାନାରେ ମାମଲା

26

ବ୍ରହ୍ମପୁର (ବୁ୍ୟରୋ) : ଗତ ଶୁକ୍ରବାର ରାତ୍ର ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନରେ ଜଣେ ଆଶାକର୍ମୀଙ୍କ ଜରିଆରେ ଭର୍ତ୍ତି ହୋଇଥିବା ଗର୍ଭବତୀ ମହିଳାଙ୍କ ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରାଯାଇଛି । ଏପରିକି ଜନୈକା ଆଶାକର୍ମୀଙ୍କୁ ସ୍ତ୍ରୀ ପ୍ରସୂତି ବିଭାଗର କାର୍ଯ୍ୟରତ ଡ଼ାକ୍ତର ମାଡ଼ମାରି ଲହୁ ଲୁହାଣ କରିଦେଇଥିବା ଅଭିଯୋଗ ହୋଇଛି । ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଥାନା କେଶ ନଂ ୧୦୭/୧୭ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଛି । ବିଭିନ୍ନ ସମୟରେ ଚର୍ଚ୍ଚାରେ ରହି ଆସିଥିବା ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ଡ଼ାକ୍ତରଙ୍କ ଆକ୍ରମଣର ଶୀକାର ହୋଇଥିବା ଆଶାକର୍ମୀ ଜଣକ ନିଜକୁ ଅସୁରକ୍ଷିତ ମନେ କରିଥିବା ଗଣମାଧ୍ୟମକୁ କହିଛନ୍ତି । ମେଡ଼ିକାଲରେ ଡ଼ାକ୍ତରଙ୍କ ଦୋରାତ୍ମ୍ୟ ବଢ଼ିବାରେ ଲାଗିଛି । ଘଟଣାରୁ ପ୍ରକାଶ ଯେ ନରେନ୍ଦ୍ରପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଟାଙ୍ଗଣାପଲ୍ଲୀର ଜନୈକା ଗର୍ଭବତୀ ମହିଳା ଗୀତା ନାହକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ୨୩ ତାରିଖରେ ଆଶାକର୍ମୀ ଲକ୍ଷ୍ମୀ ବେହେରା ବଡ଼ ମେଡ଼ିକାଲକୁ ନେଇଥିଲେ । ମହିଳାଙ୍କ ପ୍ରଚୁର ରକ୍ତସ୍ରାବ ହେଉଥିବା ହେତୁ ତାଙ୍କୁ ରକ୍ତ ଦେବା ପାଇଁ ଡ଼ାକ୍ତର କହିଥିଲେ । ଆଶାକର୍ମୀ ଜଣକ ରକ୍ତ ସଂଗ୍ରହ କରି ଡ଼ାକ୍ତରଙ୍କ ପାଖକୁ ଯିବା ବେଳେ କାର୍ଯ୍ୟରତ ପ୍ରସୂତି ବିଭାଗର ଡ଼ାକ୍ତର ଜଣକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିଲେ । ବଡ଼ ମେଡ଼ିକାଲକୁ ରେଫର ହୋଇ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଗର୍ଭବତୀ ମହିଳାଙ୍କ ସହ ଆସୁଥିବା ଆଶାକର୍ମୀଙ୍କୁ ଡ଼ାକ୍ତରମାନେ ରୀତିମତ ଭାବେ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ଏଭଳି ଏକ ନିନ୍ଦନୀୟ ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ପୋଲିସ ଘଟଣାର ଅଭିଯୋଗ ପରେ ମେଡ଼ିକାଲରେ ପହଞ୍ଚô ପଚରାଉଚରା ଚଳାଇଛି ।




Powered by odothemes.com