raj-bhawan-samukhare-bjd-ra-bikhyov-pratibada-sabha-saha-rajyapal-nku-dabipatra-pradan-(47)

୮ଠ ଟଙ୍କା ସହାୟକ ମୂଲ୍ୟ ବୃଦ୍ଧି ଚାଷୀଙ୍କୁ ଉପହାସ

13

ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି
ଭୁବନେଶ୍ୱର, ୨୩ ।୬(ବୁ୍ୟରୋ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ଦାବିରେ ବିଜୁ ଜନତା ଦଳର କୃଷକ ସେଲ୍ ପକ୍ଷରୁ ଆଜି ରାଜଭବନ ସମ୍ମୁଖରେ ଧାରଣା ଦିଆଯିବା ସହ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ଦିଆଯାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ୨୯୩୦ଟଙ୍କା କରିବା ପାଇଁ ଦଳ ପକ୍ଷରୁ ଦାବି କରାଯାଇଛି । ମାତ୍ର କେନ୍ଦ୍ର ସରକାର ନିକଟରେ ଧାନର ଏମ୍ଏସ୍ପିକୁ ମାତ୍ର ୮୦ଟଙ୍କା ବୃଦ୍ଧି କରିଛନ୍ତି । ଯାହା ଓଡ଼ିଶାର ଚାଷୀକୂଳ ପ୍ରତି ଉପହାସ ବୋଲି ବିଜେଡି ନେତାମାନେ କହିଛନ୍ତି । ବିଜେଡି କୃଷକ ସେଲ୍ର ଆବାହକ ସୁଶାନ୍ତ ସିଂଙ୍କ ନେତୃତ୍ୱରେ ଆଜି ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଗଣଧାରଣା ଆୟୋଜନ କରାଯାଇଥିଲା । ଏଥିରେ ଯୋଗଦେଇ କୃଷି ମନ୍ତ୍ରୀ ଦାମୋଦର ରାଉତ କହିଲେ ଯେ ନିର୍ବାଚନକୁ ଆସିବା ପର୍ବରୁ ବିଜେପି ଧାନର ଏମ୍ଏସ୍ପିକୁ ଉତ୍ପାଦନ ଖର୍ଚ୍ଚ ତୁଳନାରେ ଦେଢ଼ ଗୁଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିଭିନ୍ନ ନିର୍ବାଚନୀ ସଭାରେ ଏହା ଘୋଷଣା କରିଥିଲେ । ମାତ୍ର ତାହା ହେଲା ନାହିଁ । କେନ୍ଦ୍ର ସରକାର ମାତ୍ର ୮୦ଟଙ୍କା ବୃଦ୍ଧି କରି ଓଡ଼ିଶାର ଚାଷୀକୂଳ ପ୍ରତି ଅନ୍ୟାୟ କରିଛନ୍ତି ବୋଲି ଶ୍ରୀ ରାଉତ କହିଛନ୍ତି । ବିଜେଡିର ସାଧାରଣ ସଂପାଦକ ତଥା ବିଧାୟକ ସଞ୍ଜୟ ଦାଶବର୍ମା କହିଲେ ଯେ ବିଧାନସଭାରେ ସର୍ବସମ୍ମତି କ୍ରମେ ଧାନର ସହାୟକ ମୂଲ୍ୟକୁ ୨୯୩୦ଟଙ୍କା କରିବା ପାଇଁ ପ୍ରସ୍ତାବ ପାରିତ କରାଗଲା । ଏଥିରେ ବିଜେଡି, ବିଜେପି, କଂଗ୍ରେସ ଓ ସିପିଏମ୍ ସମେତ ସବୁ ଦଳର ବିଧାୟକ ସମ୍ମତି ପ୍ରଦାନ କରିଥିଲେ । ଗୃହ କମିଟି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିବା ପାଇଁ ସମୟ ମଗାଗଲା । ମାତ୍ର ସେ ସମୟ ଦେଲେନି । ବିଧାନସଭାରେ ପାରିତ ହୋଇଥିବା ପ୍ରସ୍ତାବକୁ ଗୁରୁତ୍ୱ ଦେଲେ ନାହିଁ । କେନ୍ଦ୍ରର ଓଡ଼ିଶା ପ୍ରତି ଏହା ଅନ୍ୟାୟ ବୋଲି ଶ୍ରୀ ଦାଶବର୍ମା କହିଥିଲେ । କୃଷକ ସେଲ ଆବାହାକ ସୁଶାନ୍ତ ସିଂ କହିଛନ୍ତି ଯେ ଧାନର ଏମ୍ଏସ୍ପି ପୁନଃବିଚାର କରାନଗଲେ ରାଜ୍ୟର ସବୁ ବ୍ଲକ୍ରେ ଆନେ୍ଦାଳନ ହେବ । ଚାଷୀଙ୍କ ପ୍ରତି କେନ୍ଦ୍ର ସରକାର କରୁଥିବା ବୈମାତୃକ ମନୋଭାବର ଦୃଢ଼ ଜବାବ ଦିଆଯିବ ବୋଲି ସେ କହିଥିଲେ । ରାଜ୍ୟପାଳଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ ଆସନ୍ତା ୭ ଦିନ ମଧ୍ୟରେ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ସଂଶୋଧନ କରି କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା କରନ୍ତୁ । ନଚେତ୍ ଆଗାମୀ ଦିନରେ ରାଜ୍ୟର କୃଷକମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜେଡି ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟକାଳ ଲାଗି ତୀବ୍ରତର ଆନେ୍ଦାଳନ କରିବ । ଦେଶର ବିଭିନ୍ନ ବଡ ବଡ କର୍ପୋରେଟ୍ ହାଉସ୍କୁ କେନ୍ଦ୍ର ସରକାର ଦେଢ କୋଟି ଟଙ୍କା ଋଣ ଛାଡ କରିଥିବାବେଳେ ଚାଷୀଙ୍କ ପାଇଁ ଋଣଛାଡ କରିବା ଲାଗି ମାତ୍ର ୫୦ ହଜାର କୋଟି ଟଙ୍କାର ଆବଶ୍ୟକ ଥିବାବେଳେ କେନ୍ଦ୍ର ସରକାର ତାହାକୁ ଗ୍ରହଣ ନକରି ରାଜ୍ୟ ମୁଣ୍ଡରେ ଲଦିବା ଏହା ସେମାନଙ୍କ ଚାଷୀ ବିରୋଧୀ ମନୋଭାବ ବୋଲି ସେମାନେ କହିଛନ୍ତି ।
ମନ୍ତ୍ରୀ ଦାମୋଦର ରାଉତଙ୍କ ନେତୃତ୍ୱରେ ଏକ ୩୨ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ସ୍ମାରକ ପତ୍ର ପ୍ରଦାନ ରକଥିଲେ । ଏହି ଧାରଣାରେ ମନ୍ତ୍ରୀ ପ୍ରଦୀପ ମହାରଥୀ, ସ୍ନେହାଙ୍ଗିନୀ ଛୁରିଆ, ରମେଶ ମାଝୀ, ପ୍ରତାପ ଜେନା, ଶଶିଭୂଷଣ ବେହେରା, ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ବିଧାୟକ ପ୍ରଣବ ପ୍ରକାଶ ଦାସ, ମନୋହର ରାନ୍ଧାରୀ, ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ପ୍ରଶାନ୍ତ ଜଗ୍ଦେବ, ସୁଶାନ୍ତ ବେହେରା, ପ୍ରମୋଦ ମଲ୍ଲିକ, ମେୟର ଅନନ୍ତ ନାରାୟଣ ଜେନା, ରବି ସାମଲ, ଯୁବ ବିଜେଡି ସଭାପତି ଅମରେଶ ପତ୍ରି, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ରଙ୍କ ସମେତ ବହୁ ବିଜେଡି ନେତା ଏଥିରେ ଉପସ୍ଥିତ ଥିଲେ ।




Powered by odothemes.com