ପିଏମ୍ଜିଏସ୍ୱାଇରେ ଓଡ଼ିଶାର କୃତିତ୍ୱ

RD

ପୁରସ୍କୃତ କଲେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱର(ବୁ୍ୟରୋ): ସୋମବାର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ଏକ ଗର୍ବ ଓ ଗୋ÷ରବର ଦିନ । ଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଆୟୋଜିତ ଏକ ଭବ୍ୟ ଓ ବର୍ଣ୍ଣାଢ଼୍ୟ ସମାରୋହରେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଓଡ଼ିଶାର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ତିନୋଟି ପୁରସ୍କାରରେ ପୁରସ୍କୃତ କରିଛନ୍ତି । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂ ତୋମାରଙ୍କଠାରୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀ (ପିଏମ୍ଜିଏସ୍ୱାଇ) ଶ୍ରୀ ଭରତ ଚନ୍ଦ୍ର ପ୍ରଧାନ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ୨୦୧୬-୧୭ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାଜ୍ୟରେ ୫ ହଜାର ୭୯୬ କିଲୋମିଟର ରାସ୍ତା ନିର୍ମାଣ କରି ଓଡ଼ଇଶା ସମଗ୍ର ଦେଶରେ ଦ୍ୱିତୀୟ ହୋଇପାରିଛି । ସେହିଭଳି ରାଜ୍ୟର ୧ ହଜାର ୬୮୫ଟି ଜନବସତିକୁ ସବୁଦିନିଆ ଉନ୍ନତମାନର ରାସ୍ତା ଦ୍ୱାରା ସଂଯୁକ୍ତ କରାଇ ଆମ ରାଜ୍ୟ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ସବୁଜ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ରାଜ୍ୟର ୫୬୨ କିଲୋମିଟର ଗ୍ରାମ୍ୟ ରାସ୍ତା ନିର୍ମାଣ କ୍ଷେତ୍ରରେ ସମଗ୍ର ଦେଶରେ ଆମେ ଦ୍ୱିତୀୟ ହୋଇ ଗୋ÷ରବର ଅଧିକାରୀ ହୋଇପାରିଛୁ ।
ସୂଚନାଯୋଗ୍ୟ ଯେ, ୨୦୧୬-୧୭ରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ବିହାର ପ୍ରଧମ ଓ ଓଡ଼ିଶା ଦ୍ୱିତୀୟ, ସର୍ବାଧିକ ଜନବସତି ସଂଯୋଗୀକରଣ କ୍ଷେତ୍ରରେ ବିହାର ପ୍ରଥମ ଓ ଓଡ଼ିଶା ଦ୍ୱିତୀୟ, ସର୍ବାଧିକ ଜନବସତି ସଂଯୋଗୀକରଣ କ୍ଷେତ୍ରରେ ବିହାର ପ୍ରଥମ ଓ ଓଡ଼ିଶା ଦ୍ୱିତୀୟ ଏବଂ ସବୁଜ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ଗ୍ରାମ୍ୟ ରାସ୍ତା ନିର୍ମାଣ କରିବାରେ ମଧ୍ୟପ୍ରଦେଶ ପ୍ରଥମ ଓ ଓଡ଼ିଶା ଦ୍ୱିତୀୟ ସ୍ଥାନ ହାସଲ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨ଠଠଠ ମସିହା ଅପ୍ରେଲ୍ ୧ ସୁଦ୍ଧା ଆମ ରାଜ୍ୟର ଗ୍ରାମାଞ୍ଚଳରେ ୨୭ ହଜାର କିଲୋମିଟର ଗ୍ରାମ୍ୟ ଉନ୍ନୟନ ବିଭାଗର ପିଚୁ ବା ପକ୍କା ରାସ୍ତା ଥିଲା । ୨ଠଠ୪ ଅପ୍ରେଲ୍ ୧ ସୁଦ୍ଧା ୫୪ଠ କୋଟି ଟଙ୍କା ବିନିଯୋଗ କରି ଏହା ୨୯ ହଜାର ୫୫ଠ କିଲୋମିଟରରେ ପହଞ୍ଚôଥିଲେ । ୨ଠଠ୯ ଅପ୍ରେଲ୍ ୧ ସୁଦ୍ଧା ଗ୍ରାମ୍ୟ ଉନ୍ନୟନ ବିଭାଗ ୩ ହଜାର ୮୫ଠ କୋଟି ଟଙ୍କା ବିନିଯୋଗ କରି ଗ୍ରାମାଞ୍ଚଳରେ ସମୁଦାୟ ୩୮ ହଜାର ୩୪ଠ କିଲୋମିଟର ରାସ୍ତା ନିର୍ମାଣ ହୋଇପାରିଥିଲା । ୨ଠ୧୪ ଅପ୍ରେଲ୍ ୧ ସୁଦ୍ଧା ୧୨ ହଜାର ୬୨ଠ କୋଟି ଟଙ୍କା ବିନିଯୋଗରେ ଗ୍ରାମାଞ୍ଚଳର ରାସ୍ତା ୫୭ ହଜାର ୫୩ଠ କିଲୋମିଟର ଦୀର୍ଘ ହୋଇଥିଲା । ୨ଠ୧୭ ଅପ୍ରେଲ୍ ୧ ସୁଦ୍ଧା ଗ୍ରାମ୍ୟ ଉନ୍ନୟନ ବିଭାଗ ୧୯ ହଜାର ୭୭ଠ କୋଟି ଟଙ୍କା ବିନିଯୋଗ କରି ରାଜ୍ୟରେ ସମୁଦାୟ ଗ୍ରାମ୍ୟ ରାସ୍ତାକୁ ୭୪ ହଜାର ୯୪ଠ କିଲୋମିଟରରେ ପହଞ୍ଚାଇପାରିଛି ବୋଲି ଗ୍ରାମ୍ୟ ଉନ୍ନୟନ ସଚିବ ବିଷ୍ଣୁପଦ ସେଠୀ ପ୍ରକାଶ କରିଛନ୍ତି ।