CBSE-KARJYALAYA-SAMUKHARE-AMARANA-ANASANA--(1)

ପୁନଃମୂଲ୍ୟାୟନ ପାଇଁ ହାଇକୋର୍ଟ ନିଦେ୍ର୍ଦଶ

45

ସିବିଏସ୍ଇ ଦ୍ୱାଦଶ ଫଳ ବିଭ୍ରାଟ
କଟକ/ଭୁବନେଶ୍ୱର,୭ା୬(ବୁ୍ୟରୋ): ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ଫଳ ବିଭ୍ରାଟକୁ କେନ୍ଦ୍ରକରି ଛାତ୍ର ଓ ଅଭିଭାବକ ମହଲରେ ଅଶାନ୍ତି ଜାରି ରହିଛି । ଦଶ ଦିନର ଆନେ୍ଦାଳନ, ବିକ୍ଷୋଭ, ଧାରଣା ପରେ ଆମରଣ ଅନଶନକୁ ଓହ୍ଲାଇଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ନ୍ୟାୟ ନ ମିଳିବା ଯାଏଁ ଆନେ୍ଦାଳନରୁ ଉଠିବେ ନାହିଁ ବୋଲି ମଧ୍ୟ ଚେତାବନି ଦେଇଛନ୍ତି । ଏଥିସହ ସିବିଏସ୍ଇ ଆଞ୍ଚଳିକ ଅଧିକାରୀଙ୍କ ବହିଷ୍କାର ଦାବି କରିଛନ୍ତି ଅଭିଭାବକ । ବୁଧବାର ୧୮ ଜଣ ପିଲାଙ୍କ ଖାତାର ପୁନଃମୂଲ୍ୟାୟନ ଏବଂ ୧୦ ତାରିଖ ସୁଦ୍ଧା ଫଳ ପ୍ରକାଶ ପାଇଁ ହାଇକୋର୍ଟ ନିଦେ୍ର୍ଦଶ ଦେବା ପରେ ଗୁରୁବାର ଅଭିଭାବକ ମହାସଂଘ ହାଇକୋର୍ଟରେ ଆଉ ଏକ ପିଟିସନ୍ ଦାଖଲ କରିବ ବୋଲି ନିଷ୍ପତ୍ତି ନେଇଛି । ସେହିପରି ନାମଲେଖା ଆବେଦନ ତାରିଖ ୧୫ ଦିନ ଘୁଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରାଯିବ ବୋଲି ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୮ରୁ ଫଳ ପ୍ରକାଶ ପରେ ଦେଖାଯାଇଥିବା ବିଭ୍ରାଟକୁ ନେଇ ଛାତ୍ର ଓ ଅଭିଭାବକମାନେ ଭୁବନେଶ୍ୱରସ୍ଥିତ ସିବିଏସ୍ଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଆନେ୍ଦାଳନ କରୁଛନ୍ତି । ଆଜି ଏକ ଉଲ୍ଲେଖନୀୟ ଘଟଣାକ୍ରମରେ ଯେଉଁ ୧୮ ଜଣ ଛାତ୍ରଛାତ୍ରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସେମାନଙ୍କ ପରୀକ୍ଷା ଖାତାର ପୁନଃମୂଲ୍ୟାୟନ କରିବା ଲାଗି ଜଷ୍ଟିସ୍ ବିଶ୍ୱନାଥ ରଥ ରାୟ ଦେଇଛନ୍ତି । ରାୟରେ ଉଲ୍ଲେଖ କରାଯାଇଛି ଯେ ୩ଦିନ ମଧ୍ୟରେ ସ୍ୱତନ୍ତ୍ର ବିଶେଷଜ୍ଞ କମିଟି ଦ୍ୱାରା ଖାତା ପୁନଃମୂଲ୍ୟାୟନ କରି ଫଳ ପ୍ରକାଶ କରାଯିବା ପାଇଁ ସିବିଏସ୍ଇ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବେ । ଏଥିସହ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ପରୀକ୍ଷାର୍ଥୀମାନେ ଗୁରୁବାର ଅପରାହ୍ଣ ୨ଟା ମଧ୍ୟରେ ସିବିଏସଇ ଭୁବନେଶ୍ୱର ଶାଖା କାର୍ଯ୍ୟାଳୟରେ ପୁନଃମୂଲ୍ୟାୟନ ପାଇଁ ଆବେଦନ ପାଇଁ ଆଦେଶ ଦିଆଯାଇଛି । ଅନ୍ୟପକ୍ଷରେ ଏହି ନିୟମ ସମସ୍ତଙ୍କ ପାଇଁ ଲାଗୁ ହେବନାହିଁ । ମୂଲ୍ୟାୟନ ପରେ ଖତାର ଏକକିତା ନକଲ ଆବେଦନକାରୀଙ୍କୁ ପ୍ରଦାନ ପାଇଁ କୋର୍ଟ ସିବିଏସଇକୁ ନିଦେ୍ର୍ଦଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅସୀମ ଅମିତାଭ ଦାସ ଓ ପ୍ରଦୀପ କୁମାର ଧଳ ମାମଲା ପରିଚାଳନା କରୁଥିଲେ । ସୂଚନାଯୋଗ୍ୟ, ସିବିଏସ୍ଇ ପରୀକ୍ଷାଫଳ ବିଭ୍ରାଟ ଯୋଗୁଁ ଶତାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ଏକାଧିକ ବିଷୟରେ ଜଣେ ଛାତ୍ର ୮୦ରୁ ୯୦ ଉପରେ ନମ୍ବର ରଖିଥିବାବେଳେ ଅନ୍ୟ ଏକ ବିଷୟରେ ୧ରୁ ୧୦ ମଧ୍ୟରେ ନମ୍ବର ରଖିଛନ୍ତି । ଯାହା ମୂଲ୍ୟାୟନର ତ୍ରୁଟିକୁ ପରିଲକ୍ଷିତ କରୁଛି । ମୁଖ୍ୟମନ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରି ମାନବସମ୍ବଳ ବିକାଶ ମନ୍ତ୍ରୀଙ୍କୁ ପତ୍ର ଲେଖିବା ସହ ଫୋନ୍ ଯୋଗେ ମଧ୍ୟ କଥା ହୋଇଥିଲେ । ସିବିଏସ୍ଇର ଦୁଇଜଣ ଅଧିକାରୀ ଆସିଥିଲେ ସୁଦ୍ଧା ସମାଧାନର କୌଣସି ରାସ୍ତା ବାହାରିନଥିଲା । ଫଳରେ ଆନେ୍ଦାଳନ ଅବଶ୍ୟମ୍ଭାବି ହୋଇପଡ଼ିଥିଲା । ଅଭିଭାବକ, ଛାତ୍ରଛାତ୍ରୀ ଓ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ସିବିଏସ୍ଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଅଭିଭାବକ ସଂଘ ଆମରଣ ଅନଶନ ଆରମ୍ଭ କରିଛି । ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯାଇ ତାଙ୍କ ହସ୍ତକ୍ଷେପ ଲୋଡାଯାଇଛି ।




Powered by odothemes.com