୪୮ ଘଣ୍ଟାରେ ଓଡ଼ିଶା ଉପକୂଳ ଛୁଇଁବ ମୌସୁମୀ

53

ଭୁବନେଶ୍ୱର, ୭ା୬(ବୁ୍ୟରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ ଛୁଇଁବ । ଆନ୍ଧ୍ର ଉପକୂଳରେ ସୃଷ୍ଟ ଘୂଣ୍ଣିବଳୟ ଆଜି ସ୍ଥିର ରହିଛି । ଏହା ଘନିଭୂତ ହୋଇ ୯ ତାରିଖରେ ଲଘୁଚାପର ରୂପ ନେବ । ଲଘୁଚାପ ପ୍ରଭାବରେ ଉପକୂଳ, ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ହେବ । ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଓଡ଼ିଶାରେ ମୌସୁମୀ ବାୟୁ ପହଞ୍ଚିବାରେ ଲଘୁଚାପ ସହାୟକ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିଦେ୍ର୍ଦଶକ ଡ. ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।ମୌସୁମୀ ବାୟୁ ୮ରୁ ୧୦ ସୁଦ୍ଧା ପହଞ୍ଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଚଳିତବର୍ଷ ଠିକ୍ ସମୟ ପୂର୍ବରୁ ମୌସୁମୀ ଆସିବ । ରାଜ୍ୟର କିଛି ସ୍ଥାନରେ ଗତ ଦୁଇଦିନ ହେବ ପ୍ରାକ୍ ମୌସୁମୀ ବର୍ଷା ବ୍ୟବଧାନରେ ହେଉଛି । ଆଜି ଉପକୂଳ ସମତେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପାମାତ୍ରା ସ୍ୱାଭାବିକ ରହିଛି । ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ପାଗରେ ପରିବର୍ତ୍ତନ ହେବ ନାହିଁ । ଦିନବେଳା ଆକାଶ ମେଘାଚ୍ଛନ୍ନ ରହିବ । ଆସନ୍ତା ୯ରୁ ୧୦ ତାରିଖ ବେଳକୁ ଗଞ୍ଜାମ, ଗଜପତି, କୋରାପୁଟ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଭଦ୍ରକ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ଜାରି ରହିବ । ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ରହିଥିବା ବେଳେ କଟକରେ ୩୭ ଡିଗ୍ରୀ ଓ ସମ୍ବଲପୁରରେ ୩୬ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ସେହିପରି ଟିଟିଲାଗଡ଼ରେ ୩୯.୫ ଡିଗ୍ରୀ, ବଲାଙ୍ଗୀରରେ ୩୯.୫, ଅନୁଗୁଳରେ ୩୫.୭ ଡିଗ୍ରୀ ତାପମାତ୍ରା ରହିଛି ।

ସେଆର କରନ୍ତୁ:



Powered by odothemes.com