ନୟାଗଡ଼କୁ ଗଡ଼ିଲା ଟ୍ରେନ୍

Train-gadila

ଇଟାମାଟି (ଆପ୍ର): ନୟାଗଡ଼ବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି । ଗତମାସ ୧୧ତାରିଖରେ ବୋଲଗଡ଼ ଷ୍ଟେସନ ଠାରୁ ନୟାଗଡ଼କୁ ପରୀକ୍ଷା ମୁଳକ ଭାବେ ରେଲ ଇଂଜିନ ଗଡ଼ିଥିଲା ଏହାକୁ ଦେଖି ନୟାଗଡ଼ ଓ ରେଳ ଲାଇନ ସଂଯୋଗ ହୋଇ ଆସିଥିବା ସ୍ଥାନୀୟ ଲୋକ ମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା । ଗତ ମାସ ୩୧ତାରିଖରେ ମାଲବାହୀ ପରୀକ୍ଷାମୂଳକ ଭାବେ ନୟାଗଡ଼ ଷ୍ଟେସନକୁ ଆସି ଫେରିଯାଇଥିଲା । ୬ ତାରିଖ ଦିନ ସକାଳ ସାଢେ ୯ଟା ସମୟରେ ପାସେଞର ଟ୍ରେନ(୧୧୫୧୪ ଡ଼ବ୍ଲୁଡ଼ିଏମ୍୩ଡି)ନମ୍ବର ଟ୍ରେନ ଜଟଣୀ ରୋଡରୁ ବାହାରି ସୁନାଖେଳା ଷ୍ଟେସନ-ବୋଲଗଡ଼ ଷ୍ଟେସନଠାରେ ପହଞ୍ଚିଥିଲା । ୧୦ଟା ୪୫ମିନିଟ୍ରେ ବୋଲଗଡରୁ ଭିମପଡ଼ାରୁ ବାଉଁସିଆପଡା, ଚମ୍ପତ୍ତିପୁର ରେଳ ଲାଇନରେ ହଜାର ହଜାର ଲୋକ ଏକାଠି ହୋଇ ଇଟାମାଟିରେ ୧୫ଟି ପଞ୍ଚାୟତର ପାଖାପାଖି ୫୦ହଜାରରୁ ଊଦ୍ଧ୍ୱର୍ ଲୋକ ନିର୍ଭରଶୀଳ ଅଟନ୍ତି ଏବଂ ଷ୍ଟେସନ ହେଲେ ଇଟାମାଟି ଠାରୁ କଣ୍ଟିଲୋ ଓ ସିଧାମୂଳା ଠାରେ ଥିବା ଟର୍ଯ୍ୟଟନ ସ୍ଥଳକୁ ପର୍ଯ୍ୟଟକମାନେ ପର୍ଯ୍ୟଟନ ସ୍ଥଳ ବୁଲିପାରିବେ ଓ ଏହି ଅଞ୍ଚଳର ବେକାରୀ ଯୁବକମାନଙ୍କ ପାଇଁ ବ୍ୟବସାୟ କରିବା ପାଇଁ ବାଟ ଖୋଲିବା ସହିତ ଏହି ଅଞ୍ଚଳର ଅଗ୍ରଗତି ହେବ ବୋଲି ଆଶାରଖି ବାଲିଙ୍କେଶ୍ୱର ରେଲେଓ ସଂଗ୍ରାମ ସମିତିର ସଭାପତି ମନୋଜ କୁମାର ସାହୁଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ପାଇଁ ଟ୍ରେନ ଅଟକାଇ ରେଳ ହଲଟ୍ ଦାବି ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ମେମୋରାନ ପତ୍ର ଦେଇ ପ୍ରତିଶୃତି ପାଇଲା ପରେ ଟ୍ରେନ ଛାଡିଥିଲେ । ଟ୍ରେନ ଚମ୍ପତ୍ତିପୁର ଠାରୁ ବାହାରି ୧୦ଟା ୫୦ମିନଟ୍ ସମୟରେ ନୟାଗଡ଼ ଷ୍ଟେସନରେ ପହଞ୍ଚିଥିଲା । ଷ୍ଟେସନ ଠାରେ ପହଞ୍ଚô ଉଚ୍ଚପଦସ୍ଥ ଅଧିକାରୀମାନେ ସୁରକ୍ଷା ଠାରୁ ଆରମ୍ଭ କରି ସିଗିନାଲ୍, ପାନୀୟଳର ବ୍ୟବସ୍ଥା ଓ ଯାତ୍ରୀମାନଙ୍କ ସୁରକ୍ଷାସ୍ଥାନ ଉପରେ ଅନୁଧ୍ୟାନ କରିଥିଲେ । ଅପରାହ୍ନ ୧ଟା ୧୦ମିନିଟ୍ରେ ନୟାଗଡ଼ରୁ ବୋଲଗଡ଼ ଷ୍ଟେସନ ଅଭିମୁଖେ ବାହାରିଥିଲା । ମଙ୍ଗଳବାର ଏହି ଟ୍ରେନର ସ୍ପିଡ୍ ଟ୍ରାଏଲ ରନରେ ଚିଫ୍ କମିଶନର ଅଫ୍ ରେଲେଓ ସେପ୍ଟିଂ ଅଧିକାରୀ ସୁଦର୍ଶନ ନାୟକ, ଖୋର୍ଦ୍ଧା-ବଲାଙ୍ଗୀର ରୋଡ଼ ଡିଭିଜନାଲ୍ ମ୍ୟାନେଜର ବ୍ରଜମୋହନ ଅଗ୍ରାଓାଲ, ଚିଫ୍ ସିଗନାଲ୍ ଇଞିନିୟର ଆର ପି ବର୍ମାଙ୍କ ସହିତ ବହୁ ଉଚ୍ଚପଦସ୍ଥ ଅଧିକାରୀମାନେ ସାମିଲ ହୋଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଯଥାଶିଘ୍ର ନୟାଗଡ଼ ଷ୍ଟେସନକୁ ପାସେଞର ଟ୍ରେନ ଗଡ଼ିବ ଓ ନୟାଗଡ଼ ଠାରୁ ବଲାଙ୍ଗୀର ପର୍ଯ୍ୟନ୍ତ ଚାଲୁଥିବା କାର୍ଯ୍ୟ ଶେଷକରି ନୟାଗଡ଼-ବଲାଙ୍ଗୀରକୁ ଟ୍ରେନ ଚଳାଚଳ କରାଯିବ ବୋଲି ସୂଚନା ମିଳିଛି ।