ଆଭ୍ୟନ୍ତରୀଣ ସୁରକ୍ଷା ସେବା ପଦକ ପାଇବେ ୧୦୦୭ ପୁଲିସ

16

କଟକ (ବୁ୍ୟରୋ): ଓଡିଶା ପୁଲିସରେ କାର୍ଯ୍ୟରତ ୧୦୦୭ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ପୁଲିସ ପଦକ ପ୍ରଦାନ କରାଯିବ । ପଦକ ପାଇଁ ଯୋଗ୍ୟ ଅଧିକାରୀଙ୍କ ମଧ୍ୟରେ ୨୭ ଜଣ ଆଇପିଏସ୍ ଅନ୍ତର୍ଭୁକ୍ତ ଥିବା ସୂଚନା ମିଳିଛି । ଡିଜିପି କେବି ସିଂହଙ୍କ ଅଧ୍ୟକ୍ଷତାରେ ପୁରସ୍କାର ଏକ ଚୟନ କମିଟି ଗଠନ କରାଯାଇଥିବାବେଳେ ଏଥିରେ ରାଜ୍ୟ ଗୁଇନ୍ଦା ବିଭାଗ ନିଦେ୍ର୍ଦଶକ ସୁନିଲ ରାୟ, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ଆଇନଶୃଙ୍ଖଳା) ବିନ୍ୟାନନ୍ଦ ଝା, ଆର୍ପି କୋଚେ ଓ ଆଇଜି(ପର୍ସନାଲ) ସଞ୍ଜୟ ସିଂହ ଥିଲେ । ରାଜ୍ୟର ମାଓ ଅଧୁ୍ୟଷିତ ୧୯ଜିଲ୍ଲାରେ ଅନୁ୍ୟନ ୨ବର୍ଷ ଚାକିରୀ କରିଥିବା ଯୋଗ୍ୟତାକୁ ମାନଦଣ୍ଡ ଭାବେ ଗ୍ରହଣ କରାଯାଇଛି । ଏ ସବୁ ଜିଲ୍ଲା ମଧ୍ୟରେ ମାଲକାନଗିରି, ଗଞ୍ଜାମ, କୋରାପୁଟ, ଗଜପତି, ରାୟଗଡ଼ା, ନବରଙ୍ଗପୁର, ମୟୁରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଯାଜପୁର, ଦେବଗଡ଼, କନ୍ଧମାଳ, ଢେଙ୍କାନାଳ, ନୟାଗଡ଼, କଳାହାଣ୍ଡି, ନୂଆପଡ଼ା, ବରଗଡ଼ ଓ ବଲାଙ୍ଗୀର ରହିଛି । ମନୋନୀତ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ କମାଣ୍ଡାଣ୍ଟ ୩ଜଣ, ଏଆଇଜି ଜଣେ, ପ୍ରଥମ ବାଟାଲିୟାନ ଢେଙ୍କାନାଳରୁ ୨୨ଜଣ, ଏଏସ୍ଏପି ତୃତୀୟ ବାଟାଲିୟାନ ଗଜପତିରୁ ଜଣେ, ଯାଜପୁର ଜିଲ୍ଲାରୁ ୩ଜଣ, ଗଞ୍ଜାମ ଜିଲ୍ଲାରୁ ୬୫, କନ୍ଧମାଳ ଜିଲ୍ଲାରୁ ୨ଜଣ, ଗଜପତିରୁ ୬ଜଣ, ମାଲକାନାଗିରିରୁ ୨୨୧, ରାୟଗଡ଼ାରୁ ୭୬, କୋରାପୁଟରୁ ୯୨, ଏସ୍ଏସ୍ ବାଟାଲିୟାନ(କମିଶନରେଟ ପୁଲିସ)ରୁ ଜଣେ, ନୂଆପଡ଼ାରୁ ୩ଜଣ, ଝାରସୁଗୁଡାରୁ ଜଣେ, ବରଗଡ଼ରୁ ୧୬ଜଣ, ସମ୍ବଲପୁରରୁ ୨୯ଜଣ ଓ ଏସଓଜିରୁ ସର୍ବାଧିକ ୪୩୮ଜଣ ଅଛନ୍ତି ।




Powered by odothemes.com