kenarapada--dakayataia-gyanaga-(1)

୨୫ ଲକ୍ଷର ସାମଗ୍ରୀ ଜବତ, ୧୪ କୋର୍ଟଚାଲାଣ

65

ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ୍ ଗିରଫ
କେନ୍ଦ୍ରାପଡ଼ା (ଆପ୍ର): କେନ୍ଦ୍ରାପଡ଼ା ପୁଲିସ୍କୁ ଏକ ବଡ଼ ସଫଳତା ମିଳିଛି । ବଡ଼ ଡକାୟତ ଗ୍ୟାଙ୍ଗକୁ ପୁଲିସ୍ ଗିରଫ କରିବାରେ ସକ୍ଷମ ହୋଇଛି । ସେମାନଙ୍କ ନିକଟରୁ ପ୍ରାୟ ୨୫ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ କରାଯାଇଛି । ଏଥିରେ ସଂପୃକ୍ତ ୧୪ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ଗୁରୁବାର ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି । ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳସ୍ଥିତ ଉପକାରାଗରକୁ ପଠାଇ ଦିଆଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୟାନିଧି ଗୋଚ୍ଛାୟତଙ୍କ ସୂଚନାନୁଯାୟୀ, ଡକାୟତ ଗ୍ୟାଙ୍ଗ କିଛି ମାସ ଧରି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଡକାୟତି ଚଳାଇ ଆସୁଥିଲା । ଚଉଦକୁଲାଟ ଫାଣ୍ଡି ଅଧୀନ ତମାଳ ଶାସନରୁ ରାଧାକୃଷ୍ଣ ମୂର୍ତ୍ତି ଚୋରି, ପଟ୍ଟାମୁଣ୍ଡାଇ ଥାନା ବଜାରରେ ଥିବା ମୋବାଇଲ ଦୋକାନ ଲୁଟ୍, କେନ୍ଦ୍ରାପଡ଼ା ଟାଇନ ଥାନା ଅଧୀନ ସୁନେଇଲୋ ଓ କାକଟରୁ ଡକାୟତି ସମେତ ବିଭିନ୍ନ ଲୁଟ୍ ଓ ଡକାୟତିରେ ଏହି ଗ୍ୟାଙ୍ଗର ସଂପୃକ୍ତି ଥିବା ପୁଲିସ ଅନୁସନ୍ଧାନରୁ ଜାଣି ପାରିଥିଲା । ଏହି ଗ୍ୟାଙ୍ଗକୁ ଧରିବା ପାଇଁ ଏସ୍ପିଙ୍କ ନିଦେ୍ର୍ଦଶରେ ୪ଟି ଟିମ୍ ଗଠନ କରାଯାଇ ବିଭିନ୍ନ ଅଞ୍ଚଳରେ ଚଢାଉ ଜାରି ରହିଥିଲା । ବୁଧବାର ଚଉଦକୁଲାଟ ଫାଣ୍ଡି ଅଧୀନ ବ୍ରାହ୍ମଣୀ ନଦୀ କୂଳରେ ରାତି ୧ଟା ସମୟରେ ୬ଜଣ ଡକାୟତ ବସି ଡକାୟତି ସମ୍ପତ୍ତିର ଭାଗ ବଣ୍ଟା କରୁଥିଲେ । ଅଚାନକ ପୁଲିସ ଚଢାଉ କରିଥିଲା । ୪ ଜଣଙ୍କୁ କାବୁ କରିବାରେ ପୁଲିସ ସକ୍ଷମ ହୋଇଥିଲା । ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଥିଲେ । ୪ ଜଣଙ୍କୁ ଜେରା କରାଯିବା ପରେ ସେମାନେ ଚୋରି ସାମଗ୍ରୀ ଗୁଡିକୁ ବିକ୍ରୟ କରିଥିବା ଓ ସେମାନଙ୍କୁ ଡକାୟତ ଘଟଣାରେ ସହଯୋଗ କରିଥିବା ୧୦ ଜଣ ସହଯୋଗୀଙ୍କ ନାମ ପ୍ରକାଶ କରିଥିଲେ । ଏହି ୧୦ଜଣଙ୍କ ଠାରୁ ସୁନା ଗହଣା ଭର୍ତ୍ତି ହୋଇଥିବା ଏକ ବାକ୍ସ , ଏହା ବ୍ୟତିତ ୮ଟା ସୁନାମୁଦି , ୪ଟି ରୂପା ମୁଦି, ୨ଟି ସୁନା ବାହୁଟି, ୧ଟି ମଙ୍ଗଳ ସୁତ୍ର, ରୂପା ଫରୁଆ , ୨କିଲୋ ଓଜନର ବିଭିନ୍ନ ରୂପା ଅଳଙ୍କାର, ୩୧ଟି ମୋବାଇଲ୍, ୧ଟି ଲାପଟପ୍, ୧ଟି ଏଲଇଡି ଟିଭି, ପାଣି ପମ୍ପ, ୪ଟି ହାତ ଘଣ୍ଟା, ୧୬ଟି ତମ୍ବା ନାଗମୂର୍ତ୍ତି, ୧ଟି ବାଇକ୍ ସମେତ ପ୍ରାୟ ୨୫ ରୁ ୩୦ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ କରାଯାଇଛି । ଡକାୟତି ଗ୍ୟାଙ୍ଗର ୪ ସଦସ୍ୟ ହେଲେ କେନ୍ଦ୍ରାପଡା ସହରର ଜୟିପୁରା ଗ୍ରାମର ସେକ୍ ମୁସାରଫଙ୍କ ପୁଅ ସେକ୍ ମୁସ୍ତାକ ଆଲିଆସ୍ ମିଟୁ (୨୨), ନିକିରାଇ ଥାନା ଇନ୍ଦୁପୁର ଗ୍ରାମର ସୁବାସ ଚନ୍ଦ୍ର ମଳିକଙ୍କ ପୁଅ ଆଲୋକ ମଳିକ ଆଲିଆସ ବାଇନ (୧୯), ଏହି ଥାନା ଅଧିନ ଜୟପୁରା ଗ୍ରାମର ସେକ୍ ମୁସାରଫଙ୍କ ପୁଅ ସେକ୍ ଇସ୍ରାଇଲି ଆଲିଆସ୍ କାଲା(୨୦) ଓ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ବରହମ୍ପୁର ଗାଁର ଭୀମସେନ ରଥଙ୍କ ପୁଅ ନାରାୟଣ ରଥଙ୍କୁ ଗିରଫ କରାଯାଇଛି ।

ସେଆର କରନ୍ତୁ:



Powered by odothemes.com