Untitled-1

୩ ଓଡ଼ିଆ ପାଇବେ କେନ୍ଦ୍ର ସଙ୍ଗୀତ ନାଟକ ଅକାଦେମୀ ପୁରସ୍କାର

26

ଭୁବନେଶ୍ୱର, ୨୭ା୫(ବୁ୍ୟରୋ): ଓଡ଼ିଶାର ୩ଜଣ ବରିଷ୍ଠ କଳାକାର ଚଳିତବର୍ଷ ପ୍ରଦାନ କରାଯିବାକୁ ଥିବା କେନ୍ଦ୍ର ସଙ୍ଗୀତ ନାଟକ ଅକାଦେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ସେମାନେ ହେଲେ, ଓଡ଼ିଶୀ ଗୁରୁ ରତିକାନ୍ତ ମହାପାତ୍ର, ନାଟ୍ୟ ନିଦେ୍ର୍ଦଶକ ସତ୍ୟବ୍ରତ ରାଉତ ଓ ପାଲା ଗାୟକ ଲକ୍ଷ୍ମୀଧର ରାଉତ । ନିଜନିଜ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ । ନୂଆଦିଲ୍ଲୀରେ ଏକ ବିଶେଷ ଉତ୍ସବରେ ରାଷ୍ଟ୍ରପତି ଏହି ପୁରସ୍କାର କଳାକାରଙ୍କୁ ପ୍ରଦାନ କରିବେ । ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ୫୫୫ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ନୃତ୍ୟ ସଂରଚନା ଗୀନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡ ସୃଷ୍ଟି କରିପାରିଥିଲା, ଯେଉଁ ନୃତ୍ୟରେ ଅନେକ ବିଦେଶୀ ଶିଳ୍ପୀ ରହିଥିଲେ । ତେବେ ବର୍ଷା, ଶାନ୍ତକାରମ୍, ସୁନମନ୍, ଦଶାବତାର, ଯୁଗ୍ମ ଦ୍ୱନ୍ଦ ପଲ୍ଲବୀ, ନମୋଦବୀ, ଶିବ ପଞ୍ଚମୁଖ ସ୍ତୋତ୍ରମ୍, ଭଜ ଗୋବିନ୍ଦମ୍, ନବଦୁର୍ଗା, ତନ୍ତ୍ର, ଗୁରୁବ୍ରହ୍ମା, ଗୀତଗୋବିନ୍ଦ ଆଦି ଅନେକ ନୃତ୍ୟ ସଂରଚନା ସେ କରିଛନ୍ତି । ଗୁରୁ ମହାପାତ୍ର ଅନେକ ପୁରସ୍କାର ଏବଂ ସମ୍ମାନ ମଧ୍ୟ ଲାଭ କରିଛନ୍ତି । ଏଥିମଧ୍ୟରୁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ସ୍ମୃତି ସଂସଦ ପକ୍ଷରୁ ପ୍ରଦତ୍ତ ‘ନୃତ୍ୟଶ୍ରୀ ଆୱାର୍ଡ’, ଆନ୍ତର୍ଜାତିକ ନୃତ୍ୟ ଏବଂ ନାଟକ ମହୋତ୍ସବରେ ‘ନୃତ୍ୟ ଭୂଷଣ ସମ୍ମାନ’, ଚିନ୍ତା ଓ ଚେତନାର ଜାତୀୟ ପୁରସ୍କାର ‘ପ୍ରାଇଡ୍ ଅଫ୍ ଇଣ୍ଡିଆ’, ଉକ୍ରଳ ଯୁବ ସାଂସ୍କୃତିକ ସଂଘ ଦ୍ୱାରା ‘ନୃତ୍ୟ ଶିରୋମଣୀ’ ସମ୍ମାନ ସମେତ ‘ବୈଶାଖୀ ଉକ୍ରର୍ଷ ସମ୍ମାନ’, ‘ମନନ ସମ୍ମାନ’ ଓ ‘ଭୂମିପୁତ୍ର ସମ୍ମାନ’ ଅନ୍ୟତମ । ସେହିପରି ନାଟ୍ୟ ନିଦେ୍ର୍ଦଶକ ଏବଂ ସିନେମାଟୋଗ୍ରାଫର୍ ଭାବେ ବେଶ୍ ଜଣାଶୁଣା ସତ୍ୟବ୍ରତ ରାଉତ । ‘ମାତେ ଏକଲବ୍ୟ’ରେ ନିଦେ୍ର୍ଦଶନା ପାଇଁ ୨୦୧୩ରେ ସେ ସମ୍ମାନଜନକ ମେଟା ପୁରସ୍କାର ଗ୍ରହଣ କରିଥିଲେ । ତାଙ୍କ ନାଟକ ‘ତୁମ୍ହାରା ଭିନ୍ସେଣ୍ଟ୍’ ୨୦୧୫ରେ ସାହିତ୍ୟ କଳା ପରିଷଦ ପକ୍ଷରୁ ବେଷ୍ଟ୍ ମନୁସ୍କ୍ରିପ୍ଟ୍ ପୁରସ୍କାର ଲାଭ କରିଥିଲା । ତାଙ୍କର ପ୍ରମୁଖ ନିଦେ୍ର୍ଦଶିତ ନାଟକ ଗୁଡ଼ିକ ମଧ୍ୟରେ ‘ପସା’, ‘ସନ୍ତ ସାଗର’, ‘ନାଗମଣ୍ଡଳ’, ‘ଇନ୍ସାଫ୍ କା ଘେରା’, ‘ଆନିମଲ୍ ଫାର୍ମ’, ‘ମହାନିବାରଣ’ ଆଦି ରହିଛି । ଅନ୍ୟପକ୍ଷରେ ପାଲା ଗାୟକ ଲକ୍ଷ୍ମୀଧର ରାଉତ ପାରମ୍ପରିକ ପାଲା ଗାୟନ କରି ବେଶ୍ ଖ୍ୟାତି ଅର୍ଜନ କରିଛନ୍ତି । ବର୍ତ୍ତମାନ ସମୟରେ ଓଡ଼ିଶାର ପ୍ରାଚୀନ ଲୋକକଳା ପାଲା ବିଲୁପ୍ତ ପ୍ରାୟ ଅବସ୍ଥାରେ ଥିବା ବେଳେ ଲକ୍ଷ୍ମୀଧରଙ୍କ ପ୍ରଚେଷ୍ଟା ପାଲାକୁ ବଞ୍ଚାଇ ରଖିଛି । କେନ୍ଦ୍ର ସଙ୍ଗୀତ ନାଟକ ଅକାଦେମୀ ହେଉଛି ସଙ୍ଗୀତ, ନୃତ୍ୟ ଏବଂ ନାଟକ କ୍ଷେତ୍ର ପାଇଁ ଭାରତର ପ୍ରଥମ ଜାତୀୟ ଏକାଡେମୀ । ଭାରତୀୟ ସଙ୍ଗୀତ, ନୃତ୍ୟ, ନାଟକ ଏବଂ ଅନ୍ୟ ପାରମ୍ପରିକ କଳା କ୍ଷେତ୍ରରେ ଗବେଷଣା ପାଇଁ ପ୍ରୋତ୍ସାହନ ଉଦେ୍ଦଶ୍ୟରେ ଏହା ସ୍ଥାପିତ ହୋଇଥିଲା ।




Powered by odothemes.com