ବିଏମ୍ସି ଅଫିସ୍ ଘେରିଲେ ବସ୍ତିବାସିନ୍ଦା

Basti-manakare-bijuli.pani

ଭୁବନେଶ୍ୱର,(ବୁ୍ୟରୋ): ସାଲିଆ ସାହିରେ ଡ୍ରେନ୍ ଓ ରାସ୍ତା ନିର୍ମାଣ ଲାଗି ମଙ୍ଗଳବାର ବିଏମ୍ସି ଘେରିଛନ୍ତି ବସ୍ତିବାସିନ୍ଦା । ୱାର୍ଡ ନଂ-୨୦ର ଶତାଧିକ ବସ୍ତିବାସିନ୍ଦା ପ୍ରଚଣ୍ଡ ଖରାରେ ବିଏମ୍ସି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସାଲିଆସାହିରେ ଥିବା ୪ଟି ଯାକ ୱାର୍ଡ ହେଉଛି ଜଙ୍ଗଲ ଜମି କିସମ । ଯେଉଁଥି ପାଇଁ ସେଠାରେ ବିଏମ୍ସି ପକ୍ଷରୁ ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଯାଇପାରୁନି । ଫଳରେ ବସ୍ତିବାସିନ୍ଦା ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ସେହି ଅଞ୍ଚଳରେ ଜନସାଧାରଣ ପାନୀୟଜଳଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସୁବିଧା ପାଇପାରୁନାହାନ୍ତି । ତେବେ ଗତ କର୍ପୋରେସନ ବୈଠକରେ ଏହି ଚାରୋଟି ୱାର୍ଡରେ ରାସ୍ତା, ଡ୍ରେନ୍ ଓ ପାନୀୟ ଜଳ ସୁବିଧା ଉପଲବ୍ଧ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଆଗାମୀ ଦିନରେ ଏହସବୁ ଯୋଜନାକୁ କାର୍ଯ୍ୟକାରୀ କରାଯିବ ବୋଲି ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି । ପରିବେଶ ଓ ଜଙ୍ଗଲ ବିଭାଗଠାରୁ ଅନୁମତି ମିଳିବା ପରେ ବିଏମ୍ସି ସାଲିଆ ସାହି ପାଇଁ ଅର୍ଥ ମଞ୍ଜୁର ହୋଇଛି । ଖୁବ୍ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀ ଜେନା କହିଛନ୍ତି ।