train

ଲୋକମାନ୍ୟ ତିଲକ୍ ଲାଇନ୍ଚୁ୍ୟତ

59

ନୂଆଦିଲ୍ଲୀ ୨୧ା୫: କାନପୁରଠାରୁ ପ୍ରାୟ ୨୦ କିଲୋମିଟର ଦୂର ଉର୍ଣ୍ଣାରେ ମୁମ୍ବାଇ-ଲକ୍ଷ୍ନୌ ଲୋକମାନ୍ୟ ତିଲକ୍ ସୁପରଫାଷ୍ଟ୍ ଏକ୍ସପ୍ରେସ୍ ଲାଇନ୍ଚୁ୍ୟତ୍ ହୋଇଛି । ତେବେ କେତେକ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ରେଳବାଇ ପ୍ରବକ୍ତା ଅନିଲ୍ ସାକ୍ସେନା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଦିନ ପ୍ରାୟ ୧.୪୫ରେ ଲୋକମାନ୍ୟ ତିଲକ୍ ଏକ୍ସପ୍ରେସ୍ର ୧୧ଟି ବଗି ଲାଇନଚୁ୍ୟତ ହୋଇଥିଲା ଇଞ୍ଜିନ୍ ଏବଂ ଏହା ସଂଲଗ୍ନ ବଗି ବ୍ୟତୀତ ବି-୨ରୁ ବି-୧୧ ପର୍ଯ୍ୟନ୍ତ ଧାରଣାରୁ ଖସିଯାଇଥିଲା । ବୋଲ୍ଟ ଢ଼ିଲା ହୋଇଥିବାରୁ ଏପରି ଦୁର୍ଘଟଣା ଘଟିଥିବା ପୁଲିସ୍ ଓ ରେଳବାଇ ଅଧିକାରୀମାନେ ସନେ୍ଦହ କରୁଛନ୍ତି । ନର୍ଦ୍ଦନ ରେଳବାଇର ଜେନେରାଲ ମ୍ୟାନେଜର ଓ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚôଛନ୍ତି । ଯାତ୍ରୀମାନଙ୍କୁ ଖାଦ୍ୟ ଏବଂ ପାନୀୟ ଦିଆଯିବା ପରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯାଇଥିଲା । ୟୁପି ଏଟିଏସ୍ ଏକ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଚଳାଇଛନ୍ତି । ଇତିମଧ୍ୟରେ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଘଟଣାର ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି । ଉର୍ଣ୍ଣା ଏସ୍ପି ନେହା ପାଣ୍ଡେ କହିଛନ୍ତି ଯେ, ଲାଇନ୍ରେ ବୋଲ୍ଟ ନଥିଲା । ତେବେ ଅନ୍ତର୍ଘାତୀ କାର୍ଯ୍ୟ ସମ୍ପର୍କରେ ସେ କୌଣସି ସୂଚନା ଦେଇନଥିଲେ । ଲାଇନ୍ଚୁ୍ୟତ୍ ହୋଇଥିବା ବଗିଗୁଡ଼ିକ ମଧ୍ୟରେ ୯ଟି ଏସି କୋଚ୍ ଥିବା କୁହାଯାଇଛି । ଦୁର୍ଘଟଣାବେଳେ ଗତି ମନ୍ଥର ଥିବାରୁ ବଡଧରଣ ବିପତ୍ତିକୁ ଏଡାଇଦିଆଗଲା ବୋଲି ପ୍ରତ୍ୟକ୍ଷଦର୍ଶି କହିଛନ୍ତି । ଏହି ରୁଟ୍ରେ ଯାତାୟତ କରୁଥିବା ୭ଟି ଟ୍ରେନ୍କୁ ବାତିଲ କରାଯାଇଛି । ରେଳବାଇ ପକ୍ଷରୁ ୦୫୨୨-୨୨୩୭୬୭୭ (ଲକ୍ଷ୍ନୌ) ଓ ୦୫୧୦-୧୦୭୨ (ଝାନ୍ସି) ହେଲ୍ଫଲାଇନ୍ ଜାରି କରାଯାଇଛି ।

ସେଆର କରନ୍ତୁ:



Powered by odothemes.com