RAGHATHAOPAUARA--PUrana-Bankal-Setu

ଅଧପନ୍ତରିଆ ସେତୁ, ପ୍ରଶାସନ ନିଦାବିଷ୍ଣୁ!

3

ରଘୁନାଥପୁର (ଆପ୍ର): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗମନାଗମନର ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ସେତୁ ନିର୍ମାଣ କରୁଛନ୍ତି । ସେଥିପାଇଁ ଅର୍ଥ ଯୋଗାଇ ଦେଉଛନ୍ତି । ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱ ହିନତା ଓ ବେପରୁଆ ମନଭାବାରୁ ଅନେକ ପ୍ରକଳ୍ପ ଅଧପନ୍ତରିଆ ଭାବେ ରହିଛି । ରଘୁନାଥପୁର ବ୍ଲକ୍ ପୂରଣ ଓଡ଼ପଡ଼ା ପଞ୍ଚାୟତ ପାଇକା ନଦୀ ଉପରେ ୧୯୯୩ ମସିହାରେ ପୂରଣ-ବାଙ୍କଳ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସେତୁ ନିର୍ମାଣ ନିମନ୍ତେ ରଘୁନାଥପୁର ବ୍ଲକରୁ କାର୍ଯ୍ୟାଦେଶ ନେଇ ଜନୈକ ଠିକାଦାର କାମ ନେଇ ଅଧାକାମ ସାରି ବସିରହିଛି । ସେତୁ କାର୍ଯ୍ୟର ବିଲ୍ ମଧ୍ୟ ରଘୁନାଥପୁର ବ୍ଲକରୁ ଉଠାଇ ନେଇଛନ୍ତି । ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ । ପରବର୍ତ୍ତୀ ଅବସ୍ଥାରେ ଏହି ସେତୁଟିର ପୂର୍ଣ୍ଣାଙ୍ଗ ନିମନ୍ତେ କୌଣସି ପଦକ୍ଷେପ ବିଭାଗୀୟ ଅଧିକାରୀ ନନେବାରୁ ଅଦ୍ୟାବଧି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି । ଗତ ବର୍ଷ ଏହି ପୋଲଟିକି କରିବା ନିମନ୍ତେ ଡ୍ରେନେଜ ବିଭାଗ ପକ୍ଷରୁ ପୁନର୍ବାର ଟେଣ୍ଡର କରାଯାଇ କାର୍ଯ୍ୟଦେଶ ଦିଆଯାଇଥିଲା । ତିର୍ତ୍ତୋଲ ବିଧାୟିକା ଡ. ରାଜଶ୍ରୀ ମଲ୍ଲିକଙ୍କ ଦ୍ୱାରା ଏହି କାର୍ଯ୍ୟାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ମାତ୍ର ସେତୁଟିର ପ୍ଲାନ ଏଷ୍ଟିମେଟ ଭୁଲ ଥିବାରୁ ବିଭାଗୀୟ ଯନ୍ତ୍ରୀ ଏହି କାର୍ଯ୍ୟଟିକୁ ବନ୍ଦ କରି ପୁନର୍ବାର ସେତୁଟିର ସଠିକ୍ ପ୍ଲାନ୍ ଏଷ୍ଟିମେଟ କରାଯାଇ ପୁନଃ ଟେଣ୍ଡର କରାଯିବ ବୋଲି ବିଭାଗୀୟ ଅଧିକାରି କହିଛନ୍ତି । ସେତୁଟିର ନିର୍ମାଣ କାର୍ଯ୍ୟ କରାଯାଉ ନଥିବାରୁ ପୁରଣରୁ-ବାଙ୍କଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇରହିଛି । ପୁରଣ ଗ୍ରାମର ଚାଷୀ ପାଇକା ନଦୀ ପାର ହେବା ପାଇଁ ସୁଦୂର ଖରିପଡିଆ ଦେଇ ୫ କିମି ରାସ୍ତା ବୁଲି କରି ଆସିବାକୁ ପଡୁଅଛି । ଏହାଛଡା ପୁରଣ ଆଦିବାସୀ ସାହିର ଏକ ଅଙ୍ଗନୱାଡି କେନ୍ଦ୍ର ପାଇକା ନଦୀ ଅପରପାଶ୍ୱର୍ରେ ଆଦିବାସୀ ସାହିରେ ହୋଇଥିବାରୁ ଏକି କେନ୍ଦ୍ରକୁ ସୁପରଭିଜନ ନିମନ୍ତେ ଉଚ୍ଚପଦସ୍ତ ଅଧିକାରୀମାନେ ଆଦୌ ଯାଇପାରୁନାହାନ୍ତି । ସେତୁଟି ନିର୍ମାଣ କାର୍ଯ୍ୟ ଶେଷ କରାଗଲେ ରଘୁନାଥପୁର ବ୍ଲକର ପୁରଣ ଓଡପଡା ପଞ୍ଚାୟତ ଓ ଶିର୍ଲୋପଞ୍ଚାୟତର ଗମନା ଗମନର ସୁବିଧା ହଜାର ହଜାର ଲୋକ ପାଇ ପାରିବେ । ପୁରଣ ଗ୍ରାମର ଶହ ଶହ ଚାଷୀଙ୍କ ପାଇକା ଅର ପଟେ ଥିବା ହଜାର ହଜାର ହେକ୍ଟର ଚାଷ ଜମିରେ ଚାଷ ନିମନ୍ତେ ଚାଷିମାନେ ୫ କିମି ଦୂର ବୁଲି ବୁଲି ଚାଷ କରିବାକୁ ଯାତାୟାତରୁ ରକ୍ଷା ପାଇପାରିବେ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ସେତୁ କାର୍ଯ୍ୟ ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।




Powered by odothemes.com