ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ କମ୍ପୁ୍ୟଟର ହ୍ୟାକ୍

ransomeware-bank-odisha

ଟିଟିଲାଗଡ (ଆପ୍ର) : ବ୍ରହ୍ମପୁର ଓ ପୁରୁଷୋତ୍ତମପୁର ହସ୍ପିଟାଲ୍ କମ୍ପୁ୍ୟଟରରେ ରାନ୍ସମ୍ୱେର ଆଟାକ୍ ପରେ ଟିଟିଲାଗଡ ଗ୍ରାମ୍ୟ ବ୍ୟାଙ୍କରେ ଅନୁରୂପ ହ୍ୟାକ୍ ହୋଇଛି । ଏହି ବ୍ୟାଙ୍କର ଦୁଇଟି କମ୍ପୁ୍ୟଟର ରାନ୍ସମ୍ୱେର୍ ଭାଇରସ୍ ଦ୍ୱାରା ପ୍ରଭାବିତ ହେବା ସହିତ ଏଥିରେ ଥିବା ସବୁ ଡାଟା ଡିଲିଟ୍ ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟ କମ୍ପୁ୍ୟଟର ଆକ୍ରାନ୍ତ ହେବା ଆଶଙ୍କାରେ ବ୍ୟାଙ୍କ କର୍ତ୍ତୃପକ୍ଷ ସେଗୁଡିକୁ ବନ୍ଦ କରିଦେବାରୁ ବ୍ୟବସାୟ ପ୍ରଭାବିତ ହୋଇଥିବା ସୂଚନା ମିିଳିଛି । ଶୁକ୍ରବାର ଟିଟିଲାଗଡସ୍ଥିତ ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ ଶାଖାର ଏହି ଦୁଇ କମ୍ପୁ୍ୟଟର ଡାଟା ହ୍ୟାକ୍ ହୋଇଥିଲା । ବ୍ୟାଙ୍କ କର୍ମଚାରୀ କମ୍ପୁ୍ୟଟର ଓପନ୍ କରିବା ମାତ୍ରେ ହ୍ୟାକ୍ର ୩୦୦ପାଉଣ୍ଡ ଡଲାର ଦାବି କରିଥିବା ଦର୍ଶାଯାଇଥିଲା । ଏହି ଘଟଣା ପରେ ବ୍ୟାଙ୍କ ମ୍ୟାନେଜର ଆଞ୍ଚଳିକ ମୁଖ୍ୟାଳୟକୁ ସୂଚନା ଦେଇଥିଲେ । ପରେ ବିଶେଷଜ୍ଞମାନେ ପ୍ରଭାବିତ କମ୍ପୁ୍ୟଟରଦ୍ୱୟକୁ ଫର୍ମାଟିଙ୍ଗ୍ କରିଥିବାବେଳେ ଅନ୍ୟଗୁଡିକ ବନ୍ଦ କରିଦେଇଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ ଅନ୍ୟ କମ୍ପୁ୍ୟଟର ଆକ୍ରାନ୍ତ ହେବା ଭୟରେ ବନ୍ଦ କରାଯାଇଛି । ୱାନ୍ନାକ୍ରାଏ ଭାଇରସ୍ ସମ୍ପ୍ରତି ବିଶ୍ୱରେ ଆତଙ୍କ ଦୃଷ୍ଟି କରିଛି । ବିନା ସୂଚନାରେ ୟୁଜରକୁ ଆଟାକ୍ କରିବା ସହିତ କ୍ଷୀପ୍ର ବେଗରେ ପ୍ରାୟ ୧୫୦ ରାଷ୍ଟ୍ରଙ୍କୁ ପ୍ରଭାବିତ କରିଛି । ଏହି ରାଷ୍ଟ୍ରଗୁଡିକ ମଧ୍ୟରେ ଆମେରିକା, ଋଷିଆ, ଚୀନ୍, ଉତ୍ତରକୋରିଆ ଓ ଭାରତ ଭଳି ଉନ୍ନତ ରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛନ୍ତି ।