12-5-207=1

୨ ମନ୍ତ୍ରୀଙ୍କୁ ତଦାରଖ ଦାୟିତ୍ୱ

41

ପାନୀୟ ଜଳ ସମସ୍ୟା
ଭୁବନେଶ୍ୱର, ୧୨ା୫(ବୁ୍ୟରୋ): ପାନୀୟ ଜଳ ଯୋଗାଣ ସମ୍ପର୍କରେ ଅନୁଧ୍ୟାନ କରିବାକୁ ନଗର ଉନ୍ନୟନ ଓ ପଞ୍ଚାୟତିରାଜ, ପାନୀୟ ଜଳ ଯୋଗାଣ ମନ୍ତ୍ରୀଦ୍ୱୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଦଶ ଦେଇଛନ୍ତି । ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ଏବଂ ଲୋକଙ୍କ ଜଳାଭାବ ଦୂର କରିବା ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ଓ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ଉପରେ ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ଜଣାପଡିଛି ଯେ ୧୧୨ ପୌରାଞ୍ଚଳରେ ଯୁଦ୍ଧକାଳୀନଭିତ୍ତିରେ ଶତ ପ୍ରତିଶତ ପାଇପ୍ ପାନୀୟ ଜଳ ଯୋଗାଣ ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ବର୍ତ୍ତମାନ ସହରାଞ୍ଚଳରେ ୭୯% ଲୋକ ପାଇପ୍ ଯୋଗେ ପିଇବା ପାଣି ପାଉଛନ୍ତି । ସହରାଞ୍ଚଳରେ ପାନୀୟଜଳର ସୁବିଧା ପାଇଁ ୨୨୨ ନୂଆ ପ୍ରକଳ୍ପ ହାତକୁ ନିଆଯିବ । ଏଥିପାଇଁ ୬୪୨ କୋଟି ଟଙ୍କା ଖର୍ଚ୍ଚ ହେବ । ଅସମ୍ପୂର୍ଣ୍ଣ ଓ ଆଂଶିକଭାବେ ପ୍ରକଳ୍ପଗୁଡିକ ବର୍ଷେ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ମୋବାଇଲ୍ ମାଧ୍ୟମରେ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରି ପଦକ୍ଷେପ ନେବା ସହ ଏକ କେନ୍ଦ୍ରୀୟ ହେଲ୍ପଲାଇନ୍ ତଥା ଜରୁରୀକାଳିନ ଶୁଳ୍କବିହୀନ ଟେଲିଫୋନ୍ ନମ୍ବର ମଧ୍ୟ ଜାରି କରାଯିବ । ସେହିପରି ଗ୍ରାମାଞ୍ଚଳରେ ୬୨୧୧ ପଞ୍ଚାୟତରୁ ୫୬୬୮ଟି ପଞ୍ଚାୟତକୁ ପାଇପ୍ ଜଳ ବ୍ୟବସ୍ଥା କରାଯାଇଛି । ୪ ଲକ୍ଷ ୩୯ ହଜାର ୭୬୯ଟି ଟ୍ୱିବ୍ୱେଲ୍ ମଧ୍ୟରୁ ମାତ୍ର ୧%ରୁ କମ୍ ଅଚଳ ଅବସ୍ଥାରେ ରହିଛି । ଏହାକୁ ତୁରନ୍ତ ସଚଳ କରିବା ପାଇଁ କାର୍ଯ୍ୟ ଚାଲିଛି । ଗ୍ରାମାଞ୍ଚଳରେ ୧୦,୧୧୮ ପାଇପ୍ ଜଳ ଯୋଗାଣ କାର୍ଯ୍ୟକ୍ରମ ମଧ୍ୟରୁ ୪୬୩ ଅଚଳ ପ୍ରକଳ୍ପର ମରାମତି କାର୍ଯ୍ୟ ଜାରି ରହିଛି । ପ୍ରତ୍ୟକ ପଞ୍ଚାୟତ ଅଫିସ୍ରେ ଜନସାଧାରଣଙ୍କ ଅଭିଯୋଗ ପାଇଁ କନିଷ୍ଠ ଯନ୍ତ୍ରୀଙ୍କ ନାମ ଓ ଫୋନ୍ ନମ୍ବର ସ୍ପଷ୍ଟଭାବେ ସର୍ବସାଧାରଣଙ୍କ ସୂଚନା ନିମନ୍ତେ ଉପଲବ୍ଧ କରାଯିବ । ଏହାଦ୍ୱାରା ଜନସାଧାରଣ ପାନୀୟ ଜଳ ସମ୍ପର୍କିତ ସମସ୍ୟା ବାବଦରେ ସିଧାସଳଖ କନିିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିପାରିବେ । ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ ମହାରଥୀ, ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନର ଆର୍ ବାଲ୍କ୍ରିଷ୍ଣନ୍ ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ ।




Powered by odothemes.com