BJD-Panchayatiraj-Pratinidhi-nka-samikhaya-baithak---Kendrapara-&-Malkangiri-(2)

ସମସ୍ୟା ଅନୁଧ୍ୟାନ କରି ସମାଧାନ କର: ନବୀନ

33

ଭୁବନେଶ୍ୱର, (ବୁ୍ୟରୋ): କେନ୍ଦ୍ରାପଡ଼ା ଓ ମାଲକାନଗିରି ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନେ ବିଜୁ ଜନତା ଦଳ କାର୍ଯ୍ୟାଳୟକୁ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଉଭୟ ଜିଲ୍ଲାରେ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ସଭ୍ୟ ଓ ଦଳ ସମର୍ଥôତ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ବିଜୟଲାଭ କରିଥିବା ସମସ୍ତ ପ୍ରତିନିଧିଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଜଣାଇଥିଲେ । ବିଶେଷକରି କେନ୍ଦ୍ରାପଡ଼ା ବ୍ଲକ ଶ୍ୟାମସୁନ୍ଦରପୁର ସରପଞ୍ଚ ପୁଷ୍ପଲତା ସେନାପତି ୨୦୧୩ ଭୋଟ୍‌, ମହାକାଳପଡ଼ା ବ୍ଲକ ଜିଲ୍ଲା ପରିଷଦ ସଭ୍ୟା କବିତା ମଲ୍ଳିକ ୧୧୦୫୬ ଭୋଟ୍‌, ରାଜକନିକା ବ୍ଲକ କୋଇଲିପୁର ପଞ୍ଚାୟତ ସମିତି ସଭ୍ୟ ନିରଞ୍ଜନ ବେହେରା ୧୪୩୧ ଭୋଟ୍‌, ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଓ ଗ୍ରା.ପ. ସରପଞ୍ଚ ବଂଶୀଧର ମୁଦୁଲି ୮୬୬ ଭୋଟ୍‌, କୋରକୁଣ୍ଡା ବ୍ଲକ ତାର୍ଲକୋଟା ସମିତି ସଭ୍ୟ ଜୟ ମଣ୍ଡଳ ୧୧୩୩ ଭୋଟ ଓ ମାଲକାନଗିରି ବ୍ଲକ ଜିଲ୍ଲା ପରିଷଦ ସଭ୍ୟ ଦହନା ତାଙ୍ଗୁଲ ସର୍ବାଧିକ ୩୯୩୮ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସମୀକ୍ଷା ଓ ଆଲୋଚନା ସମୟରେ ରାଜନଗର ବ୍ଲକ ସଭାପତି ଜୟରାମ ସେଠୀ ତାଙ୍କ ଅଞ୍ଚଳ ଲୁଣା ଅଞ୍ଚଳ ହୋଇଥିବାରୁ ପାନୀୟ ଜଳର ଘୋର ଅଭାବ ବୋଲି ଦର୍ଶାଇବା ବେଳେ ସମିତି ସଭ୍ୟ ପ୍ରଶାନ୍ତ ନନ୍ଦ ଡାକ୍ତରଙ୍କ ଅଭାବ ଥିବା ଉଲ୍ଲେଖ କରିଥିଲେ । ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡ଼ା ଜନପ୍ରତିନିଧିଙ୍କୁ ଅଧିକ କ୍ଷମତା ପ୍ରଦାନ ଓ ଉପକୂଳ ଅଞ୍ଚଳରେ ନଳକୂପ ମାଧ୍ୟମରେ ପାଣି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଥିଲେ । ଆଳି ବ୍ଲକ ଅଧ୍ୟକ୍ଷା ଝରଣା ଦାସ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସ୍ୱାମୀ ପରିତ୍ୟକ୍ତାଙ୍କୁ ସାମିଲ କରାଗଲେ ବହୁତ ମହିଳା ଉପକୃତ ହୋଇପାରିବେ ବୋଲି କହିଥିଲେ ।
ମୁଖ୍ୟମନ୍ତ୍ରୀ ଏହା ଶୁଣିବା ପରେ ସମସ୍ୟାଗୁଡିକୁ ଖୁବ୍‌ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିନିଧିମାନଙ୍କୁ କହିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମର ସୁଫଳ କିଭଳି ଲୋକମାନଙ୍କ ପାଖରେ ପହଞ୍ଚôବ ତାହାକୁ ସୁନିଶ୍ଚିତ କରିବା ପଞ୍ଚାୟତ ପ୍ରତିନିଧିମାନଙ୍କର ମୂଳ ଦାୟିତ୍ୱ ବୋଲି କହିଥିଲେ । କେନ୍ଦ୍ରାପଡ଼ାର ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଧେଇ ଜଣାଇଥିବା ବେଳେ ମାଲକାନଗିରିର ଦୁଇ ବିଧାୟକଙ୍କୁ ଅଞ୍ଚଳର ସମସ୍ୟାକୁ ଅନୁଧ୍ୟାନ କରି ସମାଧାନର ବାଟ ବାହାର କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ପରବର୍ତ୍ତୀ ସମୀକ୍ଷା ବୈଠକ ୬ମାସ ପରେ ଅନୁଷ୍ଠିତ ହେବ ଏବଂ ସେଥିରେ ଏ ଭିତରେ ଦଳ ତରଫରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରାଯିବ ବୋଲି ସଭାପତି କହିଥିଲେ ।
ବୈଠକରେ ଦଳର ଉପସଭାପତି ତଥା ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର ନିର୍ବାଚିତ ହୋଇ ଆସିଥିବା ପ୍ରତିନିଧି ଓ ଉଭୟ ଜିଲ୍ଲାର ଜନସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ । ସମୀକ୍ଷା ବୈଠକରେ ଦଳର ସାଧାରଣ ସଂପାଦକ ଡ. ଅରୁଣ କୁମାର ସାହୁ, ମନ୍ତ୍ରୀ ରମେଶ ମାଝୀ, ପାଟକୁରା ବିଧାୟକ ବେଦ ପ୍ରକାଶ ଅଗରୱାଲା, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ କିଶୋର ତରାଇ, ମାଲକାନଗିରି ବିଧାୟକ ମାନସ ମାଡ଼କାମୀ, ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସିସା, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ପୂର୍ବତନ ମନ୍ତ୍ରୀ ତଥା ମୁଖପାତ୍ର ପ୍ରତାପ କେଶରୀ ଦେବ, କେନ୍ଦ୍ରପଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟିକା ପ୍ରମିଳା ମଲ୍ଲିକ, ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତି ଧୃବ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com