osrtc-parisara-re-mukhyamantri-nabin-patnaik-20-ti-ac-o-non-ac-bus--chalachalara-subharambha-karuchanti--(1)

ଚାଲିଲା ଓଏସ୍ଆର୍ଟିସିର ୨ଠ ନୂଆ ବସ୍‌

34

ଭୁବନେଶ୍ୱର, (ବୁ୍ୟରୋ): ରାଜ୍ୟରେ ପରିବହନ ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ଟି ପ୍ରମୁଖ ରୁଟ୍‌ରେ ୨୦ଟି ଓଏସଆରଟିସି ବସ୍‌ ଚଳାଚଳର ଶୁଭାରମ୍ଭ କରିଛନ୍ତି । ୨୦ଟି ବସ୍‌ ମଧ୍ୟରୁ ୧୯ଟି ଶୀତତାପ ନିୟନ୍ତ୍ରିତ ବସ୍‌ ହୋଇଥିବା ବେଳେ ଗୋଟିଏ ଅଣ-ଶୀତତାପ ନିୟନ୍ତ୍ରିତ ବସ୍‌ ରହିଛି । ପରିବହନ ଭବନରୁ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଏହି ବସ୍‌ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଏହି ବସ୍‌ଗୁଡିକ ଭବାନୀପାଟଣା-ବିଶାଖାପାଟଣାମ୍‌, ବ୍ରହ୍ମପୁର-ଚନ୍ଦାହାଣ୍ଡି, ବଲାଙ୍ଗୀର-ବ୍ରହ୍ମପୁର, ବୁର୍ଲା-ବ୍ରହ୍ମପୁର, ଭୁବନେଶ୍ୱର-ମାଲକାନଗିରି, ବିଶାଖାପାଟଣା-ଜଗଦଲପୁର, କଟକ-ନବରଙ୍ଗପୁର, କଟକ-ବ୍ରହ୍ମପୁର, ଅନୁଗୁଳ-ଦାମନଯୋଡି, କେନ୍ଦୁଝର-ଭୁବନେଶ୍ୱର, ଜୟପୁର-କଟକ ରୁଟରେ ଚଳାଚଳ କରିବ । ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ରମେଶ ମାଝୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଦୁଇ ବିଧାୟକ ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର ଏବଂ ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com