dharana-puri

ବିରୋଧ ଯୋଗୁଁ ବସ୍ତି ଉଚ୍ଛେଦ ସ୍ଥଗିତ

46

ପୁରୀ(ଆପ୍ର) : ଶୁକ୍ରବାର ସକାଳୁ କୁମ୍ଭାରପଡ଼ା ଥାନା ଛକରେ ଲାଗିଥିଲା ଗହଳି ଚହଳି । ମାଳମାଳ ପୋଲିସ ଆଉ ଦୁଇ ଦୁଇଟି ମେସିନ୍ ଧରି ପୌରସଂସ୍ଥାର ଅଧିକାରୀମାନେ ସଜବାଜ ହେଉଥିଲେ ନରେନ୍ଦ୍ରକୋଣ ହରିଜନ ବସ୍ତି ଉଚ୍ଛେଦ୍ଦ ପାଇଁ । ତେବେ ହଠାତ୍ ରାସ୍ତା ଉପରେ ଶହ ଶହ ସଂଖ୍ୟାରେ ହରିଜନ ମହିଳା ରାସ୍ତାଉପରେ ରୁଣ୍ଡ ହୋଇ ଉଚ୍ଛେଦ୍ଦକୁ ବିରୋଧ କଲେ । ଫଳରେ ସ୍ଥଗିତ ରଖିବାକୁ ପଡ଼ିଲା ଉଚ୍ଛେଦ୍ଦ ଅଭିଯାନ । ବସ୍ତିବାସିନ୍ଦାଙ୍କ ବିରୋଧ ଆଗରେ ହାର ମାନିଲା ପ୍ରଶାସନ । ସ୍ଥାନୀୟ ବାସିନ୍ଦାଙ୍କ ପ୍ରବଳ ବିରୋଧ ଯୋଗୁଁ ପ୍ରଶାସନକୁ ଉଚ୍ଛେଦ ଅଭିଯାନକୁ ସ୍ଥଗିତ ରଖିବାକୁ ପଡ଼ିଲା । ସୁଚନା ଯୋଗ୍ୟରାସ୍ତା ଚଉଡ଼ା କରିବାପାଇଁ କୁମ୍ଭାରପଡ଼ା ଥାନା ଛକ ଠାରୁ ଜଟିଆ ବାବାଜୀ ଛକ ପର୍ଯ୍ୟନ୍ତ ରାସ୍ତାରୁବସ୍ତି ଉଚ୍ଛେଦ ପାଇଁ ପ୍ରଶାସନିକ ନିଷ୍ପତ୍ତି ହୋଇଥିବା ବେଳେ ଗତ ୨ଦିନତଳେ ପୌରସଂସ୍ଥା ପକ୍ଷରୁ ୭୨ ଟି ପରିବାରକୁ ଘର ଭାଙ୍ଗିବା ପାଇଁ ନୋଟିସ୍ ଦିଆଯାଇଥିଲା । ନୋଟିସ୍ ଅନୁଯାୟୀ ଶୁକ୍ରବାର ସକାଳୁ ଉଚ୍ଛେଦ କରିବାପାଇଁ ପୌର ସଂସ୍ଥା ପକ୍ଷରୁ ଉଦ୍ୟମ କରାଯାଇଥିଲା । ଏନ୍ଫୋର୍ସମେଣ୍ଟ ଅଫିସର ଅଭିମନ୍ୟୁ ବେହେରା, ତହସିଲଦାର ପ୍ରବୀର ଖିଳାର ପ୍ରମୁଖ ଶସସ୍ତ୍ର ପୋଲିସ ବାହିନୀ ସହଯୋଗରେ ଉଚ୍ଛେଦ୍ଦ କାର୍ଯ୍ୟ ଆରମ୍ଭ କରିବାକୁ ଯିବା ବେଳେ ସ୍ଥାନୀୟ ଲୋକମାନଙ୍କର ବିରୋଧର ସମ୍ମୁଖିନ ହୋଇଥିଲେ । ଶତାଧିକ ମହିଳା ରାସ୍ତା ଉପରେ ବସିରହି ପ୍ରଥମେ ଥଇଥାନା ଏବଂ ପରେ ଉଚ୍ଛେଦ୍ଦ ପାଇଁ ଦାବୀ କରିଥିଲେ । ଏପରିକି ମହିଳା ମାନେ ଦେହରେ କିରୋସିନୀ ଢ଼ାଳିହୋଇ ଆତ୍ମହତ୍ୟାର ଧମକ ଦେଇଥିଲେ । ପ୍ରଚଣ୍ଡ ଖରା ଯୋଗୁଁ ମଧ୍ୟ ୨ ଜଣ ମହିଳା ଅଚେତ୍ ହୋଇପଡ଼ିବାରୁ ସେମାନଙ୍କୁ ଚିକିସôାପାଇଁ ଡାକ୍ତରଖାନା ନିିଆଯାଇଥିଲା । ଦୀର୍ଘ୨ ଘଣ୍ଟାଧରି ରାସ୍ତା ଅବରୋଧ ଓ ବିରୋଧ ଜାରି ରହିଥିବା ବେଳେ ଶ୍ରମିକ ନେତା ଜଗନ୍ନାଥ ଦେଓ ଏବଂ ପୌର ସଦସ୍ୟ ରଂଜିତା ମହାନ୍ତି ଲୋକମାନଙ୍କ ସହିତ ଯୋଗଦେଇ ବିରୋଧକୁ ତୀବ୍ର କରିଥିଲେ । ଶତାଧିକ ପୁରୁଷ ଓ ମହିଳା ରାସ୍ତାରେ ବସିରହି ଉଚ୍ଛେଦର ପ୍ରତିବାଦ କରିବାରୁ ଏହି ରାସ୍ତାର ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ପ୍ରଥମେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରି ପରେ ଉଚ୍ଛେଦ ଅଭିଯାନ କରିବା ପାଇଁ ବାସିନ୍ଦାମାନେ ଅଡ଼ିବସିଥିଲେ । ଖବରପାଇ ଉପଜିଲ୍ଲାପାଳ ମଧୁସୂଦନ ଦାଶ ଓ ଅତିରିକ୍ତ ଏସ୍ପି ବନବିହାରୀ ସାହୁ ଘଟଣାସ୍ଥଳକୁ ଯାଇ ଲୋକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଥଇଥାନ ଦାବୀରେ ବାସିନ୍ଦାମାନେ ଅଡ଼ିବସିବାରୁ ପ୍ରଶାସନିକ ଅଧିକାରୀମାନେ ମଶାଣିଚଣ୍ଡିଙ୍କ ନିକଟରେ ଥିବା ଅସ୍ଥାୟୀ ଥଇଥାନା କେନ୍ଦ୍ରକୁ ଯାଇଥିଲେ । ସେଠାରେ ଅସ୍ଥାୟୀ ଭାବେ ଏହି ବାସିନ୍ଦାମାନଙ୍କ ପାଇଁ ଘର ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଥିଲା । ଫଳରେ ସାମୟିକ ଭାବେ ଉଚ୍ଛେଦ ଅଭିଯାନ ସ୍ଥଗିତ ରହିଛି ।




Powered by odothemes.com