ଭୁଶୁଡ଼ିବ ପାନୀୟ ଜଳ ପ୍ରକଳ୍ପ ଗୃହ!

mahnaga--banitajalapakalapa

ମାହାଙ୍ଗା (ଆପ୍ର): ସରକାରୀ ଯୋଜନା କିଭଳି ଭାବରେ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚି ପାରେ ନାହିଁ ତାର ଉଦାହରଣ ପାଲଟିଛି ମାହାଙ୍ଗା ବ୍ଲକର ନାହାଙ୍ଗ । ପଞ୍ଚାୟତରେ ଥିବା ନାହାଙ୍ଗ ଏବଂ ତତ୍ସଲଗ୍ନ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପର ଗୃହ ଭୁଶୁଡ଼ିବା ଅବସ୍ଥାରେ ରହିଛି । ଠିକାଦାରର ମନୋମୁଖି କାର୍ଯ୍ୟ ଓ ଯନ୍ତ୍ରୀଙ୍କ ହାତ ସଫେଇ ଫଳରେ ଏହି ଗୃହଟିର କାର୍ଯ୍ୟ ଅତି ନିମ୍ନମାନର ହୋଇଥିଲା । ୨୦୦୬ରେ ମାହାଙ୍ଗାର ତତ୍କାଳୀନ ବିଧାୟକ ବିକ୍ରମ କେଶରୀ ବର୍ମା ଉକ୍ତ ଗୃହର ଶୁଭ ଉଦ୍ଘାଟନ କରିଥିଲେ । ୯ ବର୍ଷ ପରେ ଏହି ଗୃହର ଛାତର ରଡ ଦେଖାଯାଉଥିଲା ବେଳେ ସ୍ଥାନେ ସ୍ଥାନେ ଛାତରୁ ଢଳେଇ ଫାଟି ଖସି ପଡିଲାଣି । ପ୍ରତ୍ୟେକ ସରକାରୀ କାର୍ଯ୍ୟର ସ୍ଥାୟିତ୍ୱକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ମାହାଙ୍ଗାରେ ଢଳେଇ ରାସ୍ତା ନିର୍ମାଣର ୧୫ ଦିନ ମଧ୍ୟରେ ବି ଫାଟି ଯାଉଛି । ଯଦି ସରକାରୀ ଗୃହ ୯ବର୍ଷ ପରେ ଯଦି ଭାଙ୍ଗିବା ଅବସ୍ଥାକୁ ଆସେ ତେବେ ଏଥିପାଇଁ ଦାୟୀ ରହିବ କିଏ । ଏପରିକି ଅତି ଅପରିଷ୍କାର ଭାବରେ ଏହି ପାନୀୟ ଜଳ ପ୍ରକଳ୍ପର ପରିସର ରହିଛି । ଦାୟିତ୍ୱରେ ଥିବା ଆରଡବ୍ଲୁଏସଏସ ଯନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଉକ୍ତ ଗୃହକୁ ସମ୍ପୂର୍ଣ୍ଣଭାବେ ଭାଙ୍ଗି ପୁନଃ ନିର୍ମାଣ କରିବା ସହିତ ୨୦୦୬ ମସିହାରେ ଏହି ଗୃହ ନିର୍ମାଣ ସମୟରେ ଦାୟିତ୍ୱରେ ଥିବା ବିଭାଗୀ ଯନ୍ତ୍ରୀଙ୍କ ବିରୋଧରେ ତୁରନ୍ତ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ସମାଜସେବୀ ବୈଷ୍ଣବ ଚରଣ ସାହୁ ଦାବି କରିଛନ୍ତି ।