ଜାଲ୍ କାଗଜପତ୍ରରେ ୧.୨୪ କୋଟି ଠକେଇ, ମହିଳା ଗିରଫ

3-besarakari-bank-ru-1-coti-24-lakh-thakoi-avijoga-re-EOW-dyara-giraf-swetarekha-parikshya--nku-eow-ra-karmacharimane-court-re-hajar-karibaku-neuchanti==-(5)

ଭୁବନେଶ୍ୱର, (ବୁ୍ୟରୋ): ଜାଲ୍ କାଗଜପତ୍ର ଜମା କରି ଆଇସିଆଇସିଆଇ ବ୍ୟାଙ୍କ୍ରୁ ୧ କୋଟି ୨୪ ଲକ୍ଷ ଠକି ନେବା ମାମଲାରେ କ୍ରାଇମ୍ବ୍ରାଞ୍ଚ୍ ଅର୍ଥ ନୈତିକ ଅପରାଧ ଶାଖା (ଇଓଡବ୍ଲୁ୍ୟ) ସମ୍ପୃକ୍ତ ଜଣେ ମହିଳାଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ତାଙ୍କ ସ୍ୱାମୀ ଫେରାର ଥିବା ଜଣାପଡିଛି । ଗିରଫ ମହିଳା ହେଲେ କଟକ ଚୌଦ୍ୱାର ସ୍ଥିତ ହାଉସିଂବୋର୍ଡ କଲୋନୀରେ ରହୁଥିବା ସ୍ୱାତୀରେଖା ପରୀକ୍ଷା ଓରଫ ପଣ୍ଡା ବୋଲି କ୍ରାଇମ୍ବ୍ରାଞ୍ଚ୍ ଡିଜି ବିଜୟ କୁମାର ଶର୍ମା ଟୁଇଟ୍ କରି ସୂଚନା ଦେଇଛନ୍ତି । ଇଓଡବ୍ଲୁ୍ୟ ସୂତ୍ରରୁ ପ୍ରକାଶ, ଗିରଫ ସ୍ୱତୀରେଖା ଓ ତାଙ୍କ ସ୍ୱାମୀ ଦେବବ୍ରତ ପରୀକ୍ଷା କଟକ ରୋଡ୍ ଆଇସିଆଇସିଆଇ ଶାଖାରୁ ୨୦୧୩ରେ ୩ଟି କିସ୍ତିରେ ୧ କୋଟି ୨୪ ଲକ୍ଷ ଟଙ୍କା ଗୃହ ଋଣ ନେଇଥିଲେ । ଏହି ଟଙ୍କା ସେମାନେ ଶ୍ରୀ ମୁଭର୍ସ ଆଣ୍ଡ ସବତା ଏଜେନ୍ସି ଆକାଉଣ୍ଟରେ କାର୍ବାର୍ କରିଥିଲେ । ଏହି ସଂସ୍ଥା ସହ ସ୍ୱତୀରେଖା ଭାଗିଦାରୀ ରହିଥିଲେ । ଫ୍ଲାଟ୍ ଓ ଜମିର ଜାଲ୍ ସେଲ୍ଡିଡ୍ ପ୍ରସ୍ତୁତ କରି ସ୍ୱାତୀରେଖା ଓ ତାଙ୍କ ସ୍ୱାମୀ ଏହି ଋଣ ନେଇଥିଲେ । ସେମାନେ ଜାଲ୍ କାଗଜପତ୍ର ଜମା କରି ଠକେଇ କରିଥିବା ଜାଣିବା ପରେ ଆଇସିଆଇସିଆଇ ବ୍ୟାଙ୍କ୍ର ଏରିଆ ମ୍ୟାନେଜର ଇଓଡବ୍ଲୁ୍ୟରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ଇଓଡବ୍ଳୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସ୍ୱାମୀ ଦେବବ୍ରତ ଦୁବାଇରେ ରହୁଥିବା ଇଓଡବ୍ଳୁ୍ୟ ଜାଣିବାକୁ ପାଇଥିଲା । ଏହାପରେ ସ୍ୱାତୀରେଖାଙ୍କୁ ଗିରଫ କରିଥିଲା ।