RAJYA-SACHIBALAYA-RE-Malayasian-Deligates--NKN-SAHA-MUKHYAMANTRI-NABIN-PATNAIK-SAKHYAT-KARUCHANTI-(2)

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏୟାରଏସିଆ ପ୍ରତିନିଧି

25

ଭୁବନେଶ୍ୱର (ବୁ୍ୟରୋ): ବୁଧବାର ରାତିରେ ଏୟାର ଏସିଆର ଭୁବନେଶ୍ୱର-ମାଲେସିଆ ପ୍ରଥମ ବିମାନ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ତା’ର ଉଡାଣ ଆରମ୍ଭ କରିଥିଲା । ଏହି ପରିପ୍ରେକ୍ଷୀରେ ମାଲେସିଆର ଏକ ପ୍ରତିନିଧି ଦଳ ଗୁରୁବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ପ୍ରତିନିଧି ଦଳରେ ଏୟାର୍ ଏସିଆର ସିଇଓ ଏବଂ ପର୍ଯ୍ୟଟନ ଅଧିକାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ପ୍ରତିନିଧି ଦଳଙ୍କୁ ପୁଷ୍ପଗୁଚ୍ଛ ଓ ଉପାୟନ ପ୍ରଦାନ କରି ସ୍ୱାଗତ କରିଥିଲେ ଏବଂ ଭୁବନେଶ୍ୱରରୁ କୁଆଲାଲୁମପୁରକୁ ପ୍ରଥମ ଆନ୍ତର୍ଜାତିକ ଉଡାଣ ସେବା ଆରମ୍ଭ କରିଥିବାରୁ ଏୟାର ଏସିଆକୁ ଧନ୍ୟବାଦ୍ ଜଣାଇଥିଲେ ଏବଂ ଆଗାମୀ ଦିନରେ ଏହି ସେବାକୁ ସପ୍ତାହକୁ ସାତ ଦିନ ପର୍ଯ୍ୟନ୍ତ ସଂପ୍ରସାରିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିପାଇଁ ରାଜ୍ୟ ସରକାର ଭିତ୍ତିଭୂମି ସୁବିଧା ସହ ସବୁ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି କହିଥିଲେ । ଭୁବନେଶ୍ୱର-କୁଆଲାଲୁମପୁରକୁ ସପ୍ତାହକୁ ସାତ ଦିନ ଉଡାଣ ସେବା ସଂକ୍ରାନ୍ତୀୟ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଏୟାର ଏସିଆ କର୍ତ୍ତୃପକ୍ଷ ଗ୍ରହଣ କରିଥିଲେ ଏବଂ ଭବିଷ୍ୟତରେ ଏ ଦିଗରେ ନିଶ୍ଚିତ ପଦକ୍ଷେପ ନେବେ ବୋଲି ଏୟାର ଏସିଆର ସିଓ କହିଥିଲେ । ସେ କହିଥିଲେ ଯେ ଓଡିଶା ସହିତ ମାଲେସିଆକୁ ସିଧାସଳଖ ବିମାନ ସେବା ବେଶ୍ ଉତ୍ସାହଜନକ ଭାବରେ କାର୍ଯ୍ୟ ଆରମ୍ଭ କରିଛି । ଆଗାମୀ ଦିନରେ ଓଡିଶା ଆସିବା ପାଇଁ ଥାଇଲାଣ୍ଡ, ଇଣ୍ଡୋନେସିଆ, ଜାପାନ, ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡର ପର୍ଯ୍ୟଟକମାନେ ଆଗ୍ରହ ପ୍ରକାଶ କରିଛନ୍ତି ।
ଏହି ଆଲୋଚନା ସମୟରେ ମୁଖ୍ୟ ସଚିବ, ଉନ୍ନୟନ କମିଶନର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ, ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ, ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଉପସ୍ଥିତ ଥିଲେ ।




Powered by odothemes.com