raghuatyjhapauar--pabujna

ପ୍ରକଳ୍ପ ଅଚଳ, ଲୋକେ ଡହଳବିକଳ

26

ପାଣି ପାଇଁ ହାହାକାର
ରଘୁନାଥପୁର (ଆପ୍ର): ରଘୁନାଥପୁର ବ୍ଲକ୍ରେ ପାଣି ପାଇଁ ହାହାକାର ହୋଇପଡିଛି । ପ୍ରବଳ ରୌଦ୍ରତାପ ବୃଦ୍ଧି ସାଙ୍ଗକୁ ପାନୀୟ ଜଳର ଘୋର ଅଭାବ ଯୋଗୁଁ ଲୋକେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହାର ସୁଫଳ ଲୋକେ ପାଇପାରୁ ନାହାଁନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ରଘୁନାଥପୁର ବ୍ଲକ୍ ବିରାଟ କଟକ, ପୁରଣ ଓଡପଡା, ତରିକୁନ୍ଦ ଓ ରଘୁନାଥପୁର ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବର୍ଷେ ହେବ ଏହାର ଉଦ୍ଘାଟନ ହେଇପାରୁନାହିଁ । ବିରାଟ କଟକରେ ଥିବା ପ୍ରକଳ୍ପ ଚାଲୁଥିଲେ ମଧ୍ୟ ଏଥିରୁ ସମସ୍ତ ଷ୍ଟାଣ୍ଡ୍ପୋଷ୍ଟକୁ ପାଣି ଯାଉନାହିଁ । ଫଳରେ ବହୁ ଗ୍ରାମ ଏହି ସେବାରୁ ବଞ୍ଚିତ ଅଛନ୍ତି । ଏହାଛଡା ବ୍ଲକ୍ର ଅନେକ ସ୍ଥାନରେ ବହୁ ନଳକୂପ ଅଚଳ ହୋଇଥିଲେ ମଧ୍ୟ ସେଗୁଡୁକି ମରାମତି କରାଯାଉନାହିଁ । ଫଳରେ ଲୋକେ ପାଣି ମୁନ୍ଦାଏ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏଥିନେଇ ଗୋଟିଏ ନଳକୂପ ଉପରେ ଶହଶହ ପରିବାର ନିର୍ଭର କରୁଛନ୍ତି । ସ୍ଥାନୀୟ ଅଧିକାଂଶ ପଞ୍ଚାୟତରେ ଏପରି ଅବସ୍ଥା ଦେଖାଯାଉଛି । ଯେଉଁ ସ୍ଥାନରେ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି, ସେଠାରେ ପାଇପ ବିଚ୍ଛା କାର୍ଯ୍ୟ ଏବଂ ନିମ୍ନମାନର କାର୍ଯ୍ୟ ସମେତ ପାଇପଗୁଡିକ ଅତ୍ୟନ୍ତ ନିମ୍ନମାନର ହୋଇଥିବାରୁ ଅଧିକାଂଶ ସ୍ଥାନରେ ପାଇପ୍ ଫାଟିଯାଇଛି । ଏପରି ଅବସ୍ଥା ତାରପୁର ପଞ୍ଚାୟତରେ ଦେଖାଯାଇଛି । ଏଠାରେ ପାଇପ୍କୁ ମରାମତି ପାଇଁ ବର୍ଷବର୍ଷ ଧରି ଦାବି ହେଉଥିଲେ ମଧ୍ୟ ଏହା ମରାମତି ହେଉନାହିଁ । ସେହିପରି ଜଇଶୋଳର ମଲ୍ଲିକ ସାହି, ଗୋଠିଣା ନାରାୟଣୀ ମନ୍ଦିର, କୁଆମଙ୍ଗା, ନରେନ୍ଦ୍ର ବିଦ୍ୟାମନ୍ଦିର, ତରିକୁନାଦ ବାଲି ପାଟଣା ଗୋପାଳ ସାହି, ବେହେରା ସାହି, ରଘୁନାଥପୁରର ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ନିକଟ, ଧରାଧରପୁରସ୍ଥିତ ଭାସିଲପୁର ଆଦି ନିକଟରେ ଥିବା ପାଇପ୍ଗୁଡିକୁ ଏଜାବତ ମରାମତି କରାଯାଇନାହିଁ । ସୂଚନାଯୋଗ୍ୟ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧୀନରୁ ଦୀର୍ଘଦିନ ହେବ ପାଇପ ଜଳ ଯୋଗାଣ, ନଳକୂପ ମରାମତି ଜନିତ ସମସ୍ତ କାର୍ଯ୍ୟ ପଞ୍ଚାୟତ ହାତକୁ ହସ୍ତାନ୍ତର ହୋଇଛି । ଏଥିନେଇ ପ୍ରତ୍ୟେକ ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ ଓ ନଳକୂପ ମରାମତି ନିମନ୍ତେ ବାର୍ଷିକ ୬ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ଯୋଗାଇ ଦିଆଯାଇଛିା । ମାତ୍ର ମରାମତି ଆଳରେ ପଞ୍ଚାୟତରେ ମିଥ୍ୟା ବିଲ୍ ଦେଖାଇ ଟଙ୍କା ନେଇଥିବା ଅଭିଯୋଗ ହେଉଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେଇ ତୁରନ୍ତ ମରାମତି କରିବାକୁ ଜନସାଧାରଣରେ ଦାବି ହେଉଛି ।

ସେଆର କରନ୍ତୁ:



Powered by odothemes.com