kenarapadamada-dokana

ଉଚ୍ଛେଦ ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର

55

ମଦ ଦୋକାନକୁ ବିରୋଧ
କେନ୍ଦ୍ରାପଡା (ଆପ୍ର): କେନ୍ଦ୍ରାପଡା ଜିଲ୍ଲା ଡେରାବିଶର ଲକ୍ଷ୍ମୀନାରାୟଣପୁର ଗ୍ରାମ ପଞ୍ଚାୟତର ବାସିନ୍ଦା ମାନେ ତାଙ୍କ ଅଞ୍ଚଳରେ ପ୍ରସ୍ତାବିତ ମଦ ଦୋକାନ ଉଚ୍ଛେଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଦାବି ଦାବିପତ୍ର ଗୁରୁବାର ଦିନ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ପଞ୍ଚାୟତର ବଳଭଦ୍ରପୁର, ନୁଆହାଟ, ସାତବାଟିଆ, ଛଚିଣା, ଅଞ୍ଚଳ ର ଅଧିବାସୀ ମାନେ କୃଷି କାର୍ଯ୍ୟ , ଗୋପାଳନ ଓ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ଜୀବିକାନିର୍ବାହ କରନ୍ତି । ପ୍ରତି ପଞ୍ଚାୟତରେ ସରକାରଙ୍କ ଦ୍ୱାରା ମଦ ଦୋକାନ ଖୋଲିବା ନିଷ୍ପତ୍ତି କରାଯାଇଥିବାରୁ ଏହି ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ସାମାଜିକ ସଂହତି ନଷ୍ଟ ହେବା ସହ ଅସାମାଜିକ ବ୍ୟକ୍ତିଙ୍କ ଦୈରାମ୍ô୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି । ପ୍ରସ୍ତାବିର ମଦ ଦୋକାନ ଅଞ୍ଚଳରେ ବିଭିନ୍ନ ସ୍କୁଲ ଓ ମନ୍ଦିର ପ୍ରଭୃତି ରହିଛି । ତୁରନ୍ତ ଏହି ପ୍ରସ୍ତାବିତ ମଦ ଦୋକାନ ବନ୍ଦ କରିବା ପାଇଁ ଅଞ୍ଚଳବାସୀ ମାନେ ଦାବି କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଲିଖିତ ଏକ ଦାବିପତ୍ର ଜିଲ୍ଲାପାଳ ରେଘୁ ଜି ଙ୍କୁ ପ୍ରଦାନ କରାଯାଇଛି । ଏଥିରେ ସରୋଜ କୁମାର ପଣ୍ଡା, ସେକ୍ ରହମତୁଲ୍ଲା, ଜୟଦେବ ପରିଡା, ବସନ୍ତ ପଲେଇ, ସମିତା ପଣ୍ଡା, ପ୍ରମୋଦିନୀ ପଣ୍ଡା, କୁନ୍ତଳା ବାରିକ, ଜୟନ୍ତୀ ସାହୁ, ନିରଂଜନ ବେହେରା ପ୍ରମୁଖ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ସେହିଭଳି ଜାତୀୟ ରାଜପଥର ହଜାରି ଛକ ନିକଟରେ ଥିବା ମଦ ବାର୍ ଟି ସହରର ଇଚ୍ଛାପୁର (ସାମଗୁଡିଆ)କୁ ସ୍ଥାନାନ୍ତରିତ ହେବା ପାଇଁ ଯୋଜନା ଚାଲିଛି । ଏହି ସ୍ଥାନରେ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର, ଆର୍.ଡି ଅଫିସ୍ ସମେତ ୫ଟି ବିଦ୍ୟାଳୟ ରହିଛି । ଏଠାରେ ମଦ ଦୋକାନ ପ୍ରତିଷ୍ଠାକୁ ତୀବ୍ର ବିରୋଧ କରାଯାଇ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଓ ଅବକାରୀ ମନ୍ତ୍ରୀଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।

ସେଆର କରନ୍ତୁ:



Powered by odothemes.com