chap-prastuti-1

ଦିନକ ପରେ ଚନ୍ଦନ: ପ୍ରସ୍ତୁତି ଚୂଡ଼ାନ୍ତ

42

ପୁରୀ (ଆପ୍ର): ଶନିବାର ଅକ୍ଷୟ ତୃତୀୟା । ଏହି ଦିନ ମହାପ୍ରଭୁଙ୍କ ୨୧ ଦିନବ୍ୟାପୀ ଚନ୍ଦନ ଯାତ୍ରାର ଶୁଭାରମ୍ଭ ସହ ଘୋଷଯାତ୍ରା ପାଇଁ ରଥ ଅନୁକୂଳ କରାଯିବ । ଏଥିପାଇଁ ଚୂଡ଼ାନ୍ତ ହୋଇଛି ପ୍ରସ୍ତୁତି । ଚନ୍ଦନ ଯାତ୍ରା ପାଇଁ ମହାପ୍ରଭୁଙ୍କ ଚାପ ମରାମତି ଏବଂ ସାଜସଜ୍ଜା ଶେଷ ହୋଇଛି । ପ୍ରଥମ ଦିନରେ ୨ଟି ଲେଖାଏଁ ଡଙ୍ଗାକୁ ଯୋଡ଼ି ନନ୍ଦା ଓ ଭଦ୍ରାଚାପ ପ୍ରସ୍ତୁତ କରାଯାଇଛି । ଏହି ଦୁଇଚାପ ଉପରେ କାଠ ପଟାବାଡ଼ିଆ କାମ ସରିଛି । ତତ୍ ସହିତ ଚାପର ଚାରୋଟି ଲେଖାଏଁ ଖଣ୍ଟିକୁ ମଧ୍ୟ ବାଡ଼ିଆ ଯାଇଛି । ତିନିବାଡ଼ର ମହାରଣା ଓ ଭୋଇ ସେବକ କାମ ଶୁକ୍ରବାର ଅପରାହ୍ନ ସୁଦ୍ଧା ଶେଷ କରିବେ ବୋଲି ସୂଚନା ମିଳିଛି । ସେହିଭଳି ଚିତ୍ରକର ସେବକଙ୍କ ଦ୍ୱାରା ନରେନ୍ଦ୍ର ପୁଷ୍କରିଣୀ ପରିସର, ଜଗମୋହନ ଏବଂ ଅନ୍ୟାନ୍ୟ ସ୍ଥାନରେ ରଙ୍ଗ ଓ ଚିତ୍ର ଅଙ୍କା ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ଚିତ୍ରକର ସେବକ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ମନ୍ଦିରର ବିଭିନ୍ନ ସ୍ଥାନରେ ଚିତ୍ର ଅଙ୍କା ସହିତ ଚନ୍ଦନ ମଣ୍ଡଣିରେ ରଙ୍ଗ ଦିଆଯାଇଛି । ହଂସଗୁଡ଼ିକୁ ରଙ୍ଗଦେଇ ସଜ୍ଜିତ କରାଯିବା ସହ ଠେକରା ବାଡ଼କୁ ମଧ୍ୟ ରଙ୍ଗ କରାଯାଇଛି । କାନ୍ଥରେ ବିଭିନ୍ନ ହରିଣ ଶାର୍ଦ୍ଦୁଳ ଚିତ୍ର ଅଙ୍କନ କରାଯାଇଥିବା ବେଳେ ଚାପ ଖୁଣ୍ଟି ଓ ଚାପ ମଣ୍ଡଣିକୁ ରଙ୍ଗୀନ କରାଯାଇଛି । ଚନ୍ଦନ ଯାତ୍ରାପାଇଁ ନୂଆ ରୂପରେ ସଜେଇ ହୋଇଛି ନରେନ୍ଦ୍ର ସରୋବର । ଚାପର ସୌନ୍ଦର୍ଯ୍ୟକରଣ ପାଇଁ ଦରଜୀ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର କାର୍ଯ୍ୟାଳୟର ଉପର ମହଲାରେ ମଖମଲ କନାରେ ବିଭିନ୍ନ ଜିନିଷ ପ୍ରସ୍ତୁତିି ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ସର୍ଦ୍ଦାରଙ୍କ ନେତୃତ୍ୱରେ ଦରଜୀମାନେ ଚାପ ଚାନ୍ଦୁଆ, ଚାପ ମଣ୍ଡଳୀ, ମାଣ୍ଡି, ମୃଦଙ୍ଗ, ଓଲାର, ଛତି, ତ୍ରାସ, ସୁନାବି‚ଣା, ଶେଜ, ତଲୱାର ମୁଣି, ରୂପା ବି‚ଣା, ଆଲଟ, ବଟୁଆ ମୁଣି ଆଦି ପ୍ରସ୍ତୁତ କରିଛନ୍ତି । ୧୯ ତାରିଖରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା ।




Powered by odothemes.com