SP-at---Basta-violence

ଟ୍ରେନ ଟିକେଟ୍ କିଣାକୁ ନେଇ ଗୋଷ୍ଠୀ ସଂଘର୍ଷ: ୨ ପ୍ଲାଟୁନ ଫୋର୍ସ ମୁତୟନ

36

ବାଲେଶ୍ୱର,୨୪ା୪(ଆପ୍ର): ସୋମବାର ପୂର୍ବାହ୍ନରେ ବସ୍ତା ରେଳଷ୍ଟେସନ ଟିକେଟ୍ କାଉଣ୍ଟର ଠାରେ ଟ୍ରେନ ଟିକେଟ୍ କାଟିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା । ଏହି ଗଣ୍ଡଗୋଳରେ ଗୋଟିଏ ଗୋଷ୍ଠୀରୁ ୪ଜଣ ଯୁବକ ଆହତ ହୋଇ ଚିକିତ୍ସା ପାଇଁ ପ୍ରଥମେ ବସ୍ତା ଡାକ୍ତରଖାନା ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ ଆଜି ପୂର୍ବାହ୍ନରେ ବାଲେଶ୍ୱରକୁ ଯିବା ପାଇଁ ବସ୍ତା ଷ୍ଟେସନ ଠାରେ କିଛି ଯୁବକ ଧାଡ଼ିବାନ୍ଧି ଛିଡ଼ା ହୋଇଥିବା ବେଳେ ଏହି ସମୟରେ ଅନ୍ୟଏକ ଗୋଷ୍ଠୀର ୪ଜଣ ଯୁବକ ସେଠାରେ ପହଞ୍ଚି ଟିକେଟ୍ କାଉଣ୍ଟର ଛାଡ଼ିବା ପାଇଁ ବାଧ୍ୟ କରିଥିଲେ । ଶେଷରେ ଉକ୍ତ ଘଟଣାଟି ଏକ ବିରାଟ ଗଣ୍ଡଗୋଳର ରୂପ ନେଇଥିଲା । ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକମାନେ ଫୋନ କରି ନିଜ ଯୁବକମାନଙ୍କୁ ଡାକି ଲାଇନରେ ଛିଡ଼ା ହୋଇଥିବା ଯୁବକମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ମାଡ଼ ଖାଇ ଆହତ ହୋଇଥିବା ଗୋଷ୍ଠୀର ଯୁବକମାନଙ୍କ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଂଚିବାରୁ ସେଠାରେ ଉତେଜନା ଦେଖା ଦେବା ସହ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଫଳରେ ବହୁ ସମୟଧରି ଦୋକାନ ବଜାର ବନ୍ଦ ରହିବା ସହ ଉତ୍ତେଜନା ଲାଗି ରହିବାରୁ ଘଟଣାସ୍ଥଳରେ ଆରକ୍ଷୀ ଅଧିକ୍ଷକ ନୀତିଶେଖର, ଜିଲ୍ଲାପାଳ ପ୍ରମୋଦ କୁମାର ଦାସ, ଊପଜିଲ୍ଲାପାଳ ରାମଚନ୍ଦ୍ର ପଳତା, ବସ୍ତା ଥାନାଧିକାରୀ ଧନେଶ୍ୱର ସାହୁଙ୍କ ସମେତ ଦୁଇ ପ୍ଲାଟନ ପୋଲିସ ପହଂଚି ଘଟଣାକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ଘଟଣାସ୍ଥଳରେ ପୋଲିସର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁ ଏକ ବଡ଼ଧରରଣ ଅଘଟଣକୁ ଏଡ଼ାଇ ଦିଆଯାଇପାରିଛି ବୋଲି ଆଲୋଚିତ ହେଉଛି ।

ସେଆର କରନ୍ତୁ:



Powered by odothemes.com