ଯୁକ୍ତ ୨ ଖାତା ମୂଲ୍ୟାୟନ କେନ୍ଦ୍ରରେ ମୋବାଇଲ କଟକଣା

ଭୁବନେଶ୍ୱର (ବୁ୍ୟରୋ): ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ ନେବା ଓ ଏହାର ବ୍ୟବହାରକୁ ନିଷିଦ୍ଧ କରାଯାଇଛି । ଯୁକ୍ତ ୨ କେନ୍ଦ୍ରରେ ଖାତା ମୂଲ୍ୟାୟନ ସମୟରେ ଅଧ୍ୟାପକ/ଅଧ୍ୟାପିକାମାନେ ମୋବାଇଲ ବ୍ୟବହାର କରୁଥିବା ଅଭିଯୋଗ ଆସିବା ପରେ ଏହି କେନ୍ଦ୍ରକୁ ମୋବାଇଲ୍ ଫୋନ୍ ନେବା ଉପରେ କଟକଣା ଲାଗୁ କରିବା ପାଇଁ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ଉଚ୍ଚ ମାଧ୍ୟମିକ ଶିକ୍ଷା ପକ୍ଷରୁ ପ୍ରସ୍ତୁତ ମାର୍ଗଦର୍ଶିକା ଓ ନିୟମାବଳୀକୁ ଠିକ୍ଭାବେ ପାଳନ କରି ମୂଲ୍ୟାୟନ କାର୍ଯ୍ୟ ସଂପନ୍ନ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ମୋବାଇଲ ଫୋନ୍ ନ ବ୍ୟବହାରକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ମଧ୍ୟ କୁହାଯାଇଛି । ଚଳିତବର୍ଷ +୨ ପରୀକ୍ଷା ଖାତା ମୂଲ୍ୟାୟନ ନିମନ୍ତେ ମୋଟ ୫୧ଟି ମାନୁଆଲ ଓ ୩୨ଟି ଭ୍ୟାଲୁଏସନ୍ କେନ୍ଦ୍ର ଖୋଲାଯାଇଛି । ସବୁ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ନିମନ୍ତେ ନିୟମାବଳୀକୁ କଡ଼ାକଡ଼ି ଭାବେ ଅନୁପାଳନ କରି ମୂଲ୍ୟାୟନ ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।