ଓଡ଼ିଶାକୁ ଗରିବ କହୁଛ, ସ୍ୱତନ୍ତ୍ର ପାହ୍ୟା ଦେବାକୁ କୁଣ୍ଠା କାହିଁକି?

CONGRESS-PRESS-MEET-(1)

ଭୁବନେଶ୍ୱର, (ବୁ୍ୟରୋ): ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବାକୁ ଓଡ଼ିଶା ଆସିବାର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି, ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଆଗରେ ଓଡ଼ିଶାକୁ ଏକ ଗରିବ ରାଜ୍ୟ ବୋଲି ପରିଚୟ ଦେଉଥିବା ବେଳେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ କାହିଁକି କୁଣ୍ଠାବୋଧ କରୁଛନ୍ତି । ରାଜ୍ୟର ବିକାଶ ପାଇଁ ବିଜେପି ଚେଷ୍ଟିତ ବୋଲି ଡିଣ୍ଡିମ ପିଟୁଥିବା ବେଳେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେଇ ବିକାଶକୁ ଆଗକୁ ବଢ଼ାଇବାକୁ ଦାବି କରିଛନ୍ତି ପ୍ରସାଦ । ବର୍ତ୍ତମାନ ବିଜେଡ଼ି ରାଜ୍ୟରେ ସରକାରରେ ଥିବା ବେଳେ କେନ୍ଦ୍ରରେ ସରକାର ଗଠନ କରିଛି ବିଜେପି । ୨୦୦୦ ରୁ ୨୦୦୯ ପର୍ଯ୍ୟନ୍ତ ଉଭୟ ବିଜେଡ଼ି ଓ ବିଜେପି ରାଜ୍ୟରେ ମେଣ୍ଟ ସରକାରରେ ଥିଲେ । ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ । ଧାନ ଚାଷରେ ଉତ୍ପାଦନ ଓ ଶ୍ରମ ଖର୍ଚ୍ଚ ଅନୁଯାୟୀ ବର୍ତ୍ତମାନ ପ୍ରଦାନ କରାଯାଉଥିବା ଧାନର ସର୍ବନିମ୍ନ ମୂଲ୍ୟ ଯଥେଷ୍ଟ ନୁହେଁ । ଯେଉଁଥିପାଇଁ ଚାଷୀ କ୍ଷତିଗ୍ରସ୍ତ ହେଉଛି । ଏଥିସହ ଅଭାବୀ ବିକ୍ରି ଓ ଉଚିତ୍ ମୂଲ୍ୟ ନପାଇ ଚାଷୀ ଆତ୍ମହତ୍ୟା କରୁଛି । ତେଣୁ କୃଷକଙ୍କ ଉନ୍ନତି ପାଇଁ ଧାନର ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ସେ ଦାବି କରିଛନ୍ତି । ଅନ୍ୟପଟେ ରାଜ୍ୟରେ ଥିବା କୃଷକଙ୍କ କୃଷି ଋଣ ଛାଡ଼ କରିବାକୁ ସେ ଦାବି କରିଛନ୍ତି । ପୂର୍ବରୁ କେନ୍ଦ୍ରରେ ୟୁପିଏ ସରକାର ସମୟରେ ୫ କୋଟିରୁ ଊଦ୍ଧ୍ୱର୍ ଚାଷୀଙ୍କ ପାଇଁ ୭୨ ହଜାର ୬୮୦ କୋଟି ଋଣ ଛାଡ଼ କରିଥିଲେ । କିନ୍ତୁ ବିଜେପି ସରକାର ନିକଟରେ କୃଷି ଋଣ ଛାଡ଼ କରାଯିବନାହିଁ ବୋଲି ଘୋଷଣା କରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତିି ।
ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରି ଶ୍ରୀ ହରିଚନ୍ଦନ କରିଥିଲେ, ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ବିବାଦର ତୁରନ୍ତ ସମାଧାନ କରନ୍ତୁ । ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରୁଥିବା ବ୍ୟାରେଜ କାମ ବନ୍ଦ କରିବାବୁ ନିଦେ୍ର୍ଦଶ ଦିଅନ୍ତୁ । ଏଥିସହ ସ୍ୱତନ୍ତ୍ର ଟ୍ରିବୁ୍ୟନାଲ ଗଠନ କରି ସମସ୍ୟାର ସମାଧାନ ପନ୍ଥା ବାହାର କରିବାକୁ ବୋଲି ପିସିସି ସଭାପତି ଦାବି କରିଛନ୍ତି । ରାଜ୍ୟରେ ଖଣି ଦୁର୍ନୀତିର ସିବିଆଇ ତଦନ୍ତ କରିଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ଏ ଘଟଣାରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।