ଦୁଇ ମୁଖ୍ୟ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

30

ଆସ୍ଥା ଇଣ୍ଟରନ୍ୟାସ୍ନାଲ ଠକେଇ ମାମଲା
ଭୁବନେଶ୍ୱର (ବୁ୍ୟରୋ): ଚିଟ୍ଫଣ୍ଡ ଠକେଇ ମାମଲାରେ ‘ଆସ୍ଥା ଇଣ୍ଟରନ୍ୟାସ୍ନାଲ ଲିମିଟେଡ’ ଦୁଇ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରସେଣା ଶିବାଜୀ ଚୌହାନ ଓ ସନ୍ତୋଷ କିସାନ ସିପକଲେଙ୍କୁ ଗୁରୁବାର ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ଥ କରିଛନ୍ତି । ଆସ୍ତା ଶନିବାର କୋର୍ଟ ଅଭିଯୁକ୍ତଙ୍କୁ ଦଣ୍ଡ ଶୁଣାଣି କରିବେ ବୋଲି ଜଣାପଡିଛି । ଗତକାଲି ଅର୍ଥାତ ବୁଧବାର ମାମଲାର ଶୁଣାଣି ସମୟରେ ଉପରୋକ୍ତ ଦୁଇ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲେ । ଏହାପରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ ଶୁଣାଣି କରିଥିଲେ । ଆସ୍ଥା ଇଣ୍ଟରନ୍ୟାସନାଲର ମୁଖ୍ୟ କାର୍ଯ୍ୟାଳୟ ସୁରତରେ ରହିଥିଲା । ଓଡିଶା ସମେତ ଗୋଆ, ଇନେ୍ଦାର, ଜବଲପୁର ଓ ଦିଲ୍ଲୀ ଆଦି ଅଞ୍ଚଳରେ ସଂସ୍ଥା ଶାଖା କାର୍ଯ୍ୟାଳୟ ଖୋଲିଥିଲା । ସଂସ୍ଥାର ସିଏମ୍ଡି ଥିଲେ ସନ୍ତୋଷ ସପକଲେ । ଓଡିଶାର ଜଗତସିଂହପୁର, ବ୍ରହ୍ମପୁର, ଅନୁଗୁଳ ଓ ଭୁବନେଶ୍ୱରରେ ସଂସ୍ଥା ଅଫିସ୍ କରିଥିଲା । ଏହାର ମୁଖ୍ୟ ଥିଲା ଶୁଭ୍ରାଂଶୁ ଲେଙ୍କା । ମିଥ୍ୟା ପ୍ରତିଶ୍ରୁତି ଦେଇ ସଂସ୍ଥା ସାଧାରଣ ଜମାକାରୀଙ୍କ ଠାରୁ ୧୦୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଠକି ନେଇଥିଲା । ଜମାକାରୀଙ୍କ ଅଭିଯୋଗ ପରେ କ୍ରାଇମ୍ବ୍ରାଞ୍ଚ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ସପକଲେ ଓ ଚୌହାନକୁ ପ୍ରଥମେ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା । ଏହାପରେ ୨୦୧୩ ଜୁନ୍ରେ ଶୁଭ୍ରାଂଶୁ ଲେଙ୍କାକୁ କ୍ରାଇମ୍ବ୍ରାଞ୍ଚ୍ ଗିରଫ କରିଥିଲା । ଶାଖା କାର୍ଯ୍ୟାଳୟରେ ଚଢ଼ାଉ କରି ବହୁଗୁରୁତ୍ୱପୂର୍ଣ୍ଣ କାଗଜପତ୍ର କ୍ରାଇମ୍ବ୍ରାଞ୍ଚ୍ ଜବତ କରିବାରେ ସକ୍ଷମ ହୋଇଥିଲା । ୨୦୧୪ରେ ସୁପ୍ରିମ୍କୋର୍ଟ ୪୪ଟି ଚିଟ୍ଫଣ୍ଡ ମାମଲାର ତଦନ୍ତ କରିବାକୁ ସିବିଆଇକୁ ନିଦେ୍ର୍ଦଶ ଦେଇଥିଲେ । କୋର୍ଟଙ୍କ ନିଦେ୍ର୍ଦଶ ପରେ ମାମଲାର ତଦନ୍ତ ସିବିଆଇ କରିଥିଲା । ୨୦୧୬ ଅପ୍ରେଲ ୧୮ରେ ସିବିଆଇ ମାମଲାର ପ୍ରାଥମିକ ଅଭିଯୋଗ ଫର୍ଦ୍ଦ (ଚାର୍ଜ ସିଟ୍) ଦାଖଲ କରିଥିଲା । ଏହି ଚାର୍ଜ ସିଟ୍ରେ ସିବିଆଇ ସଂସ୍ଥା ବିରୋଧରେ ୬୬ କୋଟି ଟଙ୍କା ଠକେଇ କରିଥିବା ଦର୍ଶାଇଥିଲା । ଶୁଭ୍ରାଂଶୁ ଲେଙ୍କା, ଚନ୍ଦ୍ରସେଣା ଶିବାଜୀ ଚୌହାନ ଓ ସନ୍ତୋଷ କିସାନ ସପକଲେଙ୍କୁ ଅଭିଯୁକ୍ତ କରିଥିଲା । ମାମଲାରେ ୧୪୨ ଜଣଙ୍କୁ ସିବିଆଇ ସାକ୍ଷୀ କରିଥିଲା । ଏହି ମାମଲାର ଏବେ ବିଚାର ପ୍ରକ୍ରିୟା ଆରମ୍ଭ ହୋଇଛି । ବୁଧବାର ମାମଲାର ଶୁଣାଣି କରାଯାଇଥିଲା । ଏଥିରେ ହାଜର ହେବାକୁ ଆସି ଉପରୋକ୍ତ ଦୁଇ ଅଭିଯୁକ୍ତ ବିଚାପତିଙ୍କ ସମ୍ମୁଖରେ ନିଜ ଦୋଷ ସ୍ୱୀକାର କରିଥିଲେ ।

ସେଆର କରନ୍ତୁ:



Powered by odothemes.com