ଆନେ୍ଦାଳନକୁ ଓହ୍ଲାଇବେ ଗ୍ରାମବାସୀ

panikloili--MADADOKANA_KHOLAJIBA_PRATIBADARE_BOITHAK_-

ପାଣିକୋଇଲି (ଆପ୍ର): ସରକାର ରାସ୍ତାକରରୁ ମଦଦୋକନ ଉଛେଦ ପାଇଁ ମାର୍ଚ୍ଚ ୩୧ ତାରିଖରୁ ନିୟମ ଲାଗୁ କରିଛନ୍ତି । ଦୋକାନୀ ଏବେ ଗାଁ ମୁହାଁ ହୋଇଛନ୍ତି । କୋରେଇ ବ୍ଲକର ଧନେଶ୍ୱର ପଞ୍ଚାୟତର ସାନପାଟୁଳି ଗ୍ରାମର ମଧ୍ୟସ୍ଥଳି (କଂଟାଚିରା ସାହି)ରେ ଏକ ମଦଦୋକକାନ ଖୋଲିବା ପାଇଁ ଜନୈକ ଦୋକାନୀ ପକ୍ଷରୁ ଚିହ୍ନଟ କରାଯାଇଛି । ଖବରପାଇ ଗ୍ରାମବାସୀ ସମେତ ବଡପାଟୁଳି, ଚିଲିପଦା ଓ ସାନପାଟୁଳୀ ଆଦି ତିନିଖଣ୍ଡ ଗ୍ରାମବାସୀ କଂଟାଚିରାଠାରେ ମଦଦୋକାନ ଖୋଲାଯିବା ପ୍ରତିବାଦକରି ମେଳି ହୋଇଛନ୍ତି । ବିଭାଗ ପକ୍ଷରୁ ବ୍ୟତିକ୍ରମ କରାଗଲେ ଆନେ୍ଦାଳନକୁ ଓହ୍ଲାଇବା ପାଇଁ ବାଧ୍ୟହେବେ ଗ୍ରାମବାସୀ । ପ୍ରତିବାଦର ପ୍ରସ୍ତୁତି ସ୍ୱରୂପ ଏକ ବୈଠକ ପାଟୁଳିସ୍ଥିତ ଗାୟତ୍ରୀ ଯୋଗପୀଠ ପରିସରରେ ଶିକ୍ଷାବିତ ହୃଷିକେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରଫେସେର ଶିବଚରଣ ମାଝୀ, ବରିଷ୍ଠ ସମବାୟବିତ ଧରଣୀଧର ରାଜ, ବିଜେପର ଜିଲ୍ଲା ସଂପାଦକ ଅମୂଲ୍ୟ କୁମାର ଦାଶ, ମହେଶ୍ୱର ତରେଇ, ବାଇଧର ମାଝୀ, ଗୌରାଙ୍ଗ ରାଜ, କୈଳାଶ ବାରିକ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦେଇ ପ୍ରସ୍ତାବିତ ମଦଦୋକାନକୁ ବିରୋଧ କରିଛନ୍ତି । ସାନ ପାଟୁଳୀ, ବଡପାଟୁଳି ଓ ଚିଲିପଦା ଗ୍ରାମ ତ୍ରୟର ଅଧିବାସୀ ମଦଦୋକାନ ଖୋଲା ନଯିବାଲାଗି ଏକଯୁୁଟ ହୋଇ ଏକ ପ୍ରତିବାଦ ପତ୍ର ଜିଲାପାଳ ଯାଜପୁର, ଅବକାରୀ ଅଧୀକ୍ଷକ ଯାଜପୁର, ଆରକ୍ଷୀଅଧୀକ ଯାଜପୁର, ତହସିଲଦାର ବ୍ୟାସନଗର, ବିଡିଓ କୋରେଇ, ବିଧାୟକ, ଅବକାରୀ ମନ୍ତ୍ରୀ ଓ ସଚିବ ଆଦିକୁ ଦିଆଙ୍କୁ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରମିଳା ଶାସମଲ, ପିଙ୍କିଲତା ବେହେରା, ମଧୁସ୍ମିତା ବେହେରା, ପ୍ରଭାସିନୀ ଭଳ, ସୂଚିତ୍ରା ରଥ, ମମତା ଘଡେଇ, ଚୈତନ ଚରଣ ଘଡେଇ, ଦିନବନ୍ଧୁ ନାୟକ, ରଘୁନାଥ ଦାଶ, ରାଭଚନ୍ଦ୍ର ରାଉତ, ଅଭିମନୁ୍ୟ ଜେନା ପ୍ରମୁଖ ତିନି ଗ୍ରାମର ଶତାଧିକ ଗ୍ରାମବାସୀ ଉପସ୍ଥିରହିଥିଲେ ।