ଯୁବକ ମୃତୁ୍ୟରୁ ଟ୍ରେନ୍‍ ପୋଡିÿ

DELANGA RAIL STATION RE JATRI NKN LANKA KANDA TRAIN PODI O STATION MASTER NKN OFFICE BHANGARUJA, (1)

ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା, ୬ ଟ୍ରେନ୍‍ ବାତିଲ
ଡେଲାଙ୍ଗ, ୧୭ ।୪(ଆପ୍ର): ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ସାନ ଗୁଆଳିପଡା ଗ୍ରାମର ଅର୍ଜୁନ ଛାଟୋଇଙ୍କ ଏକମାତ୍ର ପୁଅ ରନିାକର କାଲି ସନ୍ଧ୍ୟାରେ ଡେଲାଙ୍ଗ ଷ୍ଟେସନ୍‍ରେ ପୁରୀ-ବଡବିଲ୍‍ (ଡାଉନ୍‍) ଏକ୍ସପ୍ରେସ୍‍ରୁ ଓହ୍ଲାଇବା ପାଇଁ ଉଦ୍ୟମ କରୁଥିବାବେଳେ ଚଳନ୍ତା ଟ୍ରେନ୍‍ ତଳେ ପଡିଯାଇ ମୃତୁ୍ୟବରଣ କରିଥିଲେ । ଆଜି ସକାଳେ ସ୍ଥାନୀୟ ଲୋକେ ମୃତ ରନିାକରଙ୍କ ପରିବାରକୁ କ୍ଷତିପୂରଣ ଓ ତାଙ୍କ ଏକମାତ୍ର ଭଉଣୀକୁ ଚାକିରି ଦେବା ଦାବିରେ ରାସ୍ତାରୋକ ଓ ରେଳରୋକ କରିବା ସହ ପୁରୀ-ବଡବିଲ୍‍ ଏକ୍ସପ୍ରେସ୍‍ରେ ନିଆଁ ଲଗାଇଦେଇଥିଲେ । ଅଗ୍ନିକାଣ୍ଡରେ କୌଣସି ଧନଜୀବନ ହାନୀ ଘଟିନଥିଲେ ମଧ୍ୟ ଟ୍ରେନ୍‍ର ଗୋଟିଏ ବଗି ପୋଡିଯାଇଛି । ଏହାପରେ ସେହି ରେଳପଥରେ ଦୀର୍ଘ ସମୟ ଧରି ଟ୍ରେନ୍‍ ଚଳାଚଳ ବନ୍ଦ ରହିଥିଲା । କଟକ-ଭଦ୍ରକ-କଟକ ପାସେଞ୍ଜର (ଅପ୍‍ ଓ ଡାଉନ୍‍), ପାରାଦୀପ-କଟକ-ପାରାଦୀପ (ଅପ୍‍ ଓ ଡାଉନ୍‍), ପାରାଦୀପ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‍, ବଡବିଲ୍‍-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‍ ଆଦି ଟ୍ରେନ୍‍ଗୁଡିକୁ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ଆସନ୍ତାକାଲି ପର୍ଯ୍ୟନ୍ତ ବାତିଲ କରିବାକୁ ବାଧ୍ୟ ହୋଇଥିଲେ ।
ଡେଲାଙ୍ଗ ଷ୍ଟେସନ୍‍ରେ ପୁରୀ-ବଡବିଲ୍‍ ଏକ୍ସପ୍ରେସ୍‍ର ରହଣି ପାଇଁ ସ୍ଥାନୀୟ ଲୋକେ ବହୁଦିନରୁ ଦାବି କରିଆସୁଥିଲେ ମଧ୍ୟ ରେଳବାଇ କର୍ତ୍ତୃପକ୍ଷ ତାହାକୁ ବିଚାର କରିନଥିଲେ । ଏହି କାରଣରୁ ରନିାକରଙ୍କ ମୃତୁ୍ୟ ଘଟିଛି ବୋଲି ଅଭିଯୋଗ କରି ଆଜି ସକାଳ ୬ଟାରୁ ଶହ ଶହ ଲୋକ ଏକତ୍ରିତ ହୋଇ ଡେଲାଙ୍ଗ-ପଟ୍ଟନାୟିକିଆ ରାସ୍ତାରେ ଧାରଣା ଦେଇ ତାହାକୁ ଅବରୋଧ କରିଥିଲେ । ଆଜି ସକାଳ ପର୍ଯ୍ୟନ୍ତ ଷ୍ଟେସନ୍‍ ନିକଟ ରେଳ ଧାରଣାରେ ରନିାକରଙ୍କ ମୃତଦେହ ପଡିରହିଥିବାବେଳେ ତାହାକୁ ଜବତ କରିବା ପାଇଁ ରେଳବାଇ ପୁଲିସ୍‍ ଆସୁଥିବା ବିକ୍ଷୋଭକାରୀମାନେ ଖବର ପାଇଥିଲେ । ସେମାନେ ରେଳବାଇ ପୁଲିସ୍‍ ଓ ବରିଷ୍ଠ ଆର୍‍ପିଏଫ୍‍ ଅଫିସରଙ୍କ ସହ ଆଲୋଚନା କରିବାକୁ ଚାହିଁଥିଲେ ମଧ୍ୟ ତାହାକୁ ସେମାନେ ଏଡାଇ ଦେଇଥିଲେ । ଏଥିରେ ଉତ୍ତେଜିତ ହୋଇ ଲୋକମାନେ ଷ୍ଟେସନ୍‍ରେ ଧାରଣା ଦେଇ ରେଳରୋକ କରିଥିଲେ । ଠିକ୍‍ ସାଢେ ୭ଟାବେଳେ ପୁରୀ-ବଡବିଲ୍‍ ଏକ୍ସପ୍ରେସ୍‍ ଡେଲାଙ୍ଗ ଷ୍ଟେସନ୍‍ ନିକଟରେ ପହଞ୍ଚିଥିଲା । ବିପରୀତ ପଟରୁ ଆସୁଥିବା ହାୱଡା-ପୁରୀ ଏକ୍ସପ୍ରେସ୍‍କୁ ଛାଡିବା ପାଇଁ ପୁରୀ-ବଡବିଲ୍‍ ଏକ୍ସପ୍ରେସ୍‍ ଅଟକି ରହିଥିଲା । ଉତ୍ତେଜିତ ଲୋକେ ଏହି ଟ୍ରେନ୍‍ ଅଟକିଥିବା ଦେଖି ଷ୍ଟେସନ୍‍ରେ ଭଙ୍ଗାରୁଜା ଆରମ୍ଭ କରିଥିଲେ । ଏହାପରେ ସେମାନେ ଟ୍ରେନ୍‍ରେ ନିଆଁ ଲଗାଇଦେଇଥିଲେ । ପରିସ୍ଥିତି ସମ୍ପର୍କରେ ଖବର ପାଇ ଡେଲାଙ୍ଗ ପୁଲିସ୍‍ ଏକ ପ୍ଲାଟୁନ୍‍ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରିତ ହୋଇଥିଲା ।