dearabaiassa--amarket-complex-chandol-(2)

ମାର୍କେଟ୍ କମ୍ପ୍ଳେକ୍ସ ଗୃହ ଆବଣ୍ଟନ ବିବାଦ ତେଜୁଛି

38

ଡେରାବିଶ (ଆପ୍ର): ଡେରାବିଶ ବ୍ଲକ୍ ଚାନେ୍ଦାଳ ବଜାରଠାରେ ନିର୍ମିତ ମାର୍କେଟ କମ୍ପ୍ଳେକ୍ସ ଗୃହ ଆବଣ୍ଟନକୁ ନେଇ ବିବାଦ ତେଜୁଛି । ଚାନେ୍ଦାଳ ବଜାର ଡେରାବିଶ ବ୍ଲକ୍ ଅଞ୍ଚଳର ଏକ ମୁଖ୍ୟ ବ୍ୟବସାୟସ୍ଥଳ ଓ କେନ୍ଦ୍ରସ୍ଥଳ ଭାବେ ପରିଚିତ । ଚାନେ୍ଦାଳ ହାଟ ପଡିଆରେ ଏକ ମାର୍କେଟ କମ୍ପ୍ଳେକ୍ସ ଗୃହ ନିର୍ମାଣ ପାଇଁ ପରିକଳ୍ପନା କରାଯାଇଥିଲା । ୧୩ ଲକ୍ଷଙ୍କା ବ୍ୟୟ ଅଟକଳରେ ଉକ୍ତ ମାର୍କେଟ କମ୍ପ୍ଳେକ୍ସ ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଭାଗୀୟ କାର୍ଯ୍ୟଦେଶ ଥାଇ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଗୃହ ନିର୍ମାଣ ସରିବା ଅବସ୍ଥାରେ ପଞ୍ଚାୟତ ନିର୍ବାଚନୀ ମାହୋଲ ଆରମ୍ଭ ହୋଇଯାଇଥିଲା । ଆଚରଣବିଧି ଲାଗିବାକୁ କିଛି ଦିନ ଥିବା ବେଳେ ତତ୍କାଳୀନ ସରପଞ୍ଚ ଗୃହକୁ ଆବଣ୍ଟନ କରିଥିବା ଅଭିଯୋଗ ହୋଇଥିଲା । ଆବଣ୍ଟନ ପରେ ଗୃହ ପାଇଥିବା ବ୍ୟବସାୟୀ ସେମାନଙ୍କ ବ୍ୟବସାୟ ପସରା ଖୋଲିବା ମଧ୍ୟ ଦେଖାଯାଇଛି । ଏହି ମାର୍କେଟ କମ୍ପ୍ଳେକ୍ସ ଗୃହ ଆବଣ୍ଟନକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି । ମାର୍କେଟ କମ୍ପ୍ଳେକ୍ସ ଗୃହ ନିର୍ମାଣ ବାବାଦ ଅର୍ଥି ଦେୟ ହୋଇସାରିନଥିବା ବେଳେ କିପରି ଏହା ଆବଣ୍ଟନ କରାଗଲା ଏନେଇ ବ୍ଲକ୍ ପ୍ରଶାସନ ପ୍ରଶ୍ନ କରିଛି । ସରକାରୀ ଅନୁମୋଦିତ ଢଙ୍ଗରେ ଏହି ମାର୍କେଟ କମ୍ପ୍ଳେକ୍ସ ଗୃହ ଆବଣ୍ଟନ ପାଇଁ ଡେରାବିଶ ବିଡିଓ ସରୋଜ କୁମାର ଦାଶ ଉକ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାଯାଇଛି । ଘଟଣାକୁ ନେଇ ଦୋକାନ ଘର ପାଇଥିବା ବ୍ୟବସାୟୀ ମୁଣ୍ଡରେ ହାତଦେଇ ବସିଥିବା ବେଳେ ଦିନକୁଦିନ ଏହି ଘଟଣା ନୂଆ ମୋଡ ନେବାରେ ଲାଗିଛି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ରବୀନ୍ଦ୍ର କୁମାର ମୁଦୁଲିଙ୍କୁ ପଚାରିବାରୁ ମାର୍କେଟ କମ୍ପ୍ଳେକ୍ସ ଗୃହର ନିର୍ମାଣ ବାବଦ ଅର୍ଥ ଦେୟ ହୋଇସାରିନଥିବା ବେଳେ ଗୃହ ଆବଣ୍ଟନ ଅଗଣତାନ୍ତ୍ରୀକ ବୋଲି କହିଛନ୍ତି । ଡେରାବିଶ ବିଡିଓଙ୍କ ପ୍ରତିକ୍ରିୟା ଜଣାପଡିନଥିବା ବେଳେ ଯାହାର ଭୁଲ ଥାଉନା କାହିଁକି ବେକାର ଯୁବକଯୁବତୀଙ୍କୁ କର୍ମ ସଂସ୍ଥାନ ଯୋଗାଇଦେବା ଲକ୍ଷରେ ଆରମ୍ଭ ହୋଇଥିବା ପ୍ରକଳ୍ପ କେତେ ସୁଦୁରପ୍ରସାରୀ ହୋଇପାରିବ ସେ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସେଆର କରନ୍ତୁ:



Powered by odothemes.com