kujnaga---chingudi-gheri

ଚିନ୍ତାରେ ଚାଷୀ, ମାଫିଆ ମାଲାମାଲ୍

884

ଚିଙ୍ଗୁଡିଘେରି ଖାଉଛି ଚାଷଜମି!
କୁଜଙ୍ଗ (ଆପ୍ର): ଚିଙ୍ଗୁଡ଼ି ଘେରି ଅାଁରେ ଚାଷଜମି । ଲୁଣା ପାଣି ଚାଷଜମିରେ ମାଡ଼ୁଛି । ଚାଷୀ ଫସଲ କରି କ୍ଷତିରେ ପଡ଼ୁଥିବା ଅଭିଯୋଗ ହେଉଛି । ଏରସମା-କୁଜଙ୍ଗ ଅଞ୍ଚଳରେ ବହୁଳ ଭାବେ ଚିଙ୍ଗୁଡି ଘେରି ରହିଛି । ଅଞ୍ଚଳର ଆଖପାଖ ଗ୍ରାମ ସମସ୍ୟାରେ ଗତି କରୁଛି । ଚିଙ୍ଗୁଡି ମାଫିଆଙ୍କ ପ୍ରଭାବରେ ସାଧାରଣ ଜନତା ଅତିଷ୍ଠ ହୋଇପଡ଼ିଛନ୍ତି । ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଏରସମା ବ୍ଲକ ଅଧୀନ ଭିତର ଶ୍ରୀଚନ୍ଦନପୁର ଗ୍ରାମବାସୀ ଘଟଣା ସମ୍ପର୍କରେ ତହସିଲଦାର ଓ ଜିଲ୍ଲାପାଳଙ୍କୁ ୩ ଥର ଏବଂ ରାଜ୍ୟପ୍ରଦୂଷଣ ବୋର୍ଡକୁ ବାରମ୍ବାର ଦାବି ଜଣାଇଛନ୍ତି । ଓଡ଼ିଶା ଉଚ୍ଚତମ ନ୍ୟାୟାଳୟରେ ମାମଲା ରୁଜ କିରଛନ୍ତି । ସ୍ମରଣଯୋଗ୍ୟ, ଗ୍ରାମର ୩ ପାଶ୍ୱର୍ରେ ହାଡୁଆନଦୀ ପ୍ରବାହିତ ହୋଇଛି । ଗ୍ରାମର ୪୦୦ ମିଟର ପରିଧି ଭାବରେ ହଜାରରୁ ଊଦ୍ଧ୍ୱର୍ ଚିଙ୍ଗୁଡିଘେରି ନିର୍ମାଣ ହୋଇଛି । ଘେରିରେ ବୋରିଂ କରି ଲୁଣାପାଣି ରଖାଯାଉଥିବାରୁ ନିକଟ ଚାଷଜମି ନଷ୍ଠ ହେଉଛି । ଗଡିଆ ପୋଖରୀର ଦୂଷିତ ହେଉଛି । ଏପରିକି ଏହି ଦୂଷିତ ପାଣି ପିଇ ପଶୁ ନାନା ରୋଗରେ ପଡିବା ସହ ଜନସାଧାରଣ ମଧ୍ୟ ରୋଗଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି । ଗ୍ରାମବାସୀଙ୍କ ପକ୍ଷରୁ ଗଦାଧର ନାୟକ, ବୈଷ୍ଣବ ଚରଣ ନାୟକ, ଅକ୍ଷୟ ବାରିକ, ଦୈତାରୀ ନାୟକ, ସୁର ସାହୁ, ରବୀନ୍ଦ୍ର ଜେନା, ଦିବାକର ବରାଳ, ରତ୍ନାକର ସେଠୀ, କରୁଣାକର ସେଠୀ, ଗୋବିନ୍ଦ ଦାସ ଅଭିଯୋଗ କରିଛନ୍ତି । ଗ୍ରାମ ଶ୍ମଶାନକୁ ଯିବା ରାସ୍ତା ଚିଙ୍ଗୁଡି ମାଫିଆଙ୍କ କବ୍ଜାରେ ରହିଛି । ବହୁ ପ୍ରଭାଶାଳୀ ଘେରି ମାଲିକ ହୋଇଥିବାରୁ ପ୍ରଶାସନ ଜନସାଧାରଣକୁ ଉଚିତ୍ ନ୍ୟାୟ ଦେଉନଥିବା ସନାତନ ସ୍ୱାଇଁ, ଗୌରାଙ୍ଗ ଦାସ, ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ଶିଶିର ରଞ୍ଜନ ଦାସ ଓ ରଶ୍ମି ରଞ୍ଜନ ମିଶ୍ର ପ୍ରକାଶ କରିଛନ୍ତି । ସେହିପରି ବଳେଇପୁର ବାଲିତୁଠ ରୋଡର ଭିତର ଶ୍ରୀଚନ୍ଦନପୁର ଠାରେ ଚିଙ୍ଗୁଡି ଘେରିକୁ ମାଫିଆ ଏକ ରାସ୍ତା କରିଥିବାରୁ ବର୍ଷାଦିନେ ଚାଷଜମିରୁ ଜଳନିଷ୍କାସନ ହୋଇପାରୁନାହିଁ । ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ଜିଲ୍ଲାପାଳ ଓ ତହସିଲଦାର ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ଜନଆନେ୍ଦାଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।




Powered by odothemes.com