82-Police-pratista-divas--CD--unmochita

ବରିଷ୍ଠ ନାଗରିକଙ୍କ ପ୍ରତି ଅଧିକ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ

37

ଓଡ଼ିଶା ପୁଲିସର ୮୨ତମ ପ୍ରତିଷ୍ଠା ଦିବସ
କଟକ(ବୁ୍ୟରୋ): ଗୁଇନ୍ଦା ତଥ୍ୟ ସଂଗ୍ରହ, ଅପରାଧ ଅନୁସନ୍ଧାନ, ଉପକୂଳ ସୁରକ୍ଷା, ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ପ୍ରତି ସତର୍କ ରହିବା ପାଇଁ ପୁଲିସକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ଓଡିଶା ପୁଲିସର ୮୨ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଲୋକାଭିମୁଖୀ ଓ ସାଧାରଣ ଜନତାଙ୍କ ପାଖରେ ଉତ୍ତରଦାୟୀ ପୁଲିସ ବ୍ୟବସ୍ଥା ହିଁ ଆମ ସମସ୍ତର ଲକ୍ଷ୍ୟ । ମହିଳା ସେଲ, ମହିଳା ଓ ଶିଶୁ ଡେକ୍ସ, କମୁ୍ୟନିଟି ପୁଲିସ ବ୍ୟବସ୍ଥା ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଡିଜିପି କେବି ସିଂହ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ରାଜ୍ୟପାଳ ଏସ୍ସି ଜମିରଙ୍କ ଶୁଭେଚ୍ଛା ବାର୍ତ୍ତାକୁ ଅତିରିକ୍ତ ଡିଜି ସତ୍ୟଜିତ ମହାନ୍ତି ପାଠ କରିଥିଲେ । ଉଲ୍ଲେଖନୀୟ ସେବା ପାଇଁ ପୁଲିସ ଅଧିକାରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଇନ୍ସପେକ୍ଟର ପ୍ରଭାତ ବିଶ୍ୱାଳ, ସ୍ନିଗ୍ଧା ଭଞ୍ଜ, ଦେବଜିତ ଭଟ୍ଟାଚାର୍ଯ୍ୟ, ସବ୍ ଇନ୍ସପେକ୍ଟର ପ୍ରମୋଦ କୁମାର ସିଂହ, ଡେପୁଟି ସୁବେଦାର ସୌମ୍ୟ ରଞ୍ଜନ ଦାଶ, ଏଏସଆଇ ଅର୍ଜୁନ କୁମାର କୁନ୍ନର, ହାବିଲଦାର ବାଲକ୍ରିଷ୍ଣ ନାୟକ, କନଷ୍ଟେବଳ ସୁଶାନ୍ତ କୁମାର ପଣ୍ଡା, ସିମାଦ୍ରୀ ସ୍ୱାଇଁ, ଆନନ୍ଦ କୁମାର ସେଠ, ସୁବେଦାର ନୀଳାମ୍ବର ପରିଡା, ଡେପୁଟି ସୁବେଦାର ଅନ୍ତର୍ଯ୍ୟାମୀ ସାହୁ, ହାବିଲଦାର ମେଜର ସୁନୀଲ କୁମାର ନାୟକ, ହାବିଲଦାର ଲାଲ ବାହାଦୂର ସୁନାର, ସିପାହୀ ଦେବେନ୍ଦ୍ର ରାଉତଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଷଷ୍ଠ ସ୍ୱତନ୍ତ୍ର ବାଟାଲିୟନ କଟକକୁ ଶ୍ରେଷ୍ଠ ବାଟାଲିୟନ ଭାବେ ପୁରସ୍କୃତ କରାଯାଇଥିବାବେଳେ ଦ୍ୱିତୀୟ ଓଏସ୍ଏପି ବାଟାଲିୟାନ, ଝାରସୁଗୁଡା ପରିବାର କଲ୍ୟାଣ କେନ୍ଦ୍ର, କଟକ ବାଟାଲିୟାନ ପରିବାର କଲ୍ୟାଣ କେନ୍ଦ୍ର ଓ ସୁନ୍ଦରଗଡ଼ ପରିବାର କଲ୍ୟାଣ କେନ୍ଦ୍ରକୁ ମଧ୍ୟ ପୁରସ୍କାର କରାଯାଇଥିଲା । ଏଥିସହିତ ପୂର୍ବତନ ଡିଜି ଅନୁପ କୁମାର ପଟ୍ଟନାୟକ, ଅବସରପ୍ରାପ୍ତ ଅଧିକ୍ଷକ ଜିତେନ୍ଦ୍ର କୁମାର ପାତ୍ର, ଅବସରପ୍ରାପ୍ତ ଡେପୁଟି କମାଣ୍ଡାଣ୍ଟ ଅନୀଲ କୁମାର ବଳ, ଅବସରପ୍ରାପ୍ତ ଉପ ବିଭାଗ ଅଧିକାରୀ ଦେବରାଜ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ‘ଜୟ ଓଡିଶା ପୁଲିସ’କୁ ମୁଖ୍ୟ ଅତିଥି ଉନ୍ମୋଚନ କରିବା ସହ ଓଡିଶା ପୁଲିସ ଅଧିକାରୀଙ୍କ ପାଇଁ ନୂତନ ଭାବେ ପ୍ରସ୍ତୁତ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com