ଆରଡିସି ଅଫିସ୍ ଆଗରେ ଗଣଧାରଣା

Utkal-Yuva-Yadav-Mahasabha-Pakhya-ru-doctar-nka-birudhyare--RDC-nku-dabipatra-(9)

ଏସ୍ସିବିରେ ରୋଗୀ ସେବା ବ୍ୟାହତ ପ୍ରତିବାଦ
କଟକ,୩୧ା୩(ବୁ୍ୟରୋ): ଏସ୍ସିବି ମେଡିକାଲ ଡାକ୍ତରଙ୍କ ଆନେ୍ଦାଳନ ଫଳରେ ରୋଗୀ ସେବା ବ୍ୟାହତ ହେଉଛି । ଏହାକୁ ପ୍ରତିବାଦ କରି କଟକ ଜିଲ୍ଲା ଉକ୍ରଳ ଯୁବ ଯାଦବ ମହାସଭା ପକ୍ଷରୁ ଆର୍ଡିସି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଏସ୍ସିବି ମେଡିକାଲ କଲେଜରେ ଗତ କିଛି ଦିନ ହେବ ଡାକ୍ତର ଛାତ୍ରଙ୍କ ଆନେ୍ଦାଳନ ଯୋଗୁଁ ରୋଗୀ ସେବା ବ୍ୟାହତ ହେଇଛି । ଫଳ ସ୍ୱରୂପ ସେବାର ସ୍ୱର୍ଗ କୁହାଯାଉଥିବା କଟକ ବଡମେଡିକାଲ ଆଜି ନର୍କ ଭୂଇଁରେ ପରିଣତ ହେଇଛି । ସେବା ପାଇଁ ଆସୁଥିବା ରେଗୀ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଅନେକ ମୃତୁ୍ୟର ଶିକାର ହେଇଛନ୍ତି । ଗତ ୩୦ ତାରିଖରେ ସାଲେପୁରର ନଇଗୁଆ ଗ୍ରାମର ବାସୁଦେବ ମାଣିଆ ଡାକ୍ତର ଛାତ୍ରଙ୍କ ଆନେ୍ଦାଳନ ପାଇଁ ଚିକିତ୍ସା ଅବହେଲାର ଶିକାର ହୋଇ ମୃତୁ୍ୟବରଣ କରିଛନ୍ତି । ଏସ୍ସିବି ମେଡିକାଲରେ ରେଗୀଙ୍କୁ ସେବା ନାଁରେ ମାନବିକତାର ଗଣହତ୍ୟା ଯୁବ ଯାଦବ ମହାସଭା ପକ୍ଷରୁ ଅଭିଯୋଗ କରାଯାଇଥିଲା । ଡାକ୍ତରଙ୍କ ଅବହେଳା ଯୋଗୁଁ ସାଲେପୁୁର ନଇଗୁଆ ନିବାସି ବାସୁଦେବ ମାଣିଆ ମୃତୁ୍ୟର ନ୍ୟାୟିକ ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ରୋଗୀଙ୍କୁ ଉତ୍ତମ ସେବା ଓ ସମ୍ପର୍କୀୟଙ୍କୁ ସୁ-ବ୍ୟବହାର, ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ଚିକିତ୍ସା ଓ ଔଷଧ ସମ୍ବନ୍ଧୀୟ ସୂଚନା, ଦଲାଲଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ, ସେବା ନାଁରେ ବ୍ୟବସାୟ କରୁଥିବା ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ମହାସଭା ପକ୍ଷରୁ ଦାବି କରାଯାଇଥିଲା । ଉପରୋକ୍ତ ଦାବି ଉପରେ ଆରଡିସିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ଯୁବ ଯାଦବ ମହାସଭା ସଭାପତି ଇଂ ପଦୀପ୍ତ କୁମାର ବେହେରା, ଓଡ଼ିଶା ଉକ୍ରଳ ଯାଦବ ମହାସଭା ସଭାପତି ଆଶୀର୍ବାଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।