RAMADEVI-UNIVERSITY-RE-RED-CROSS-PAKHYARU-RAJYA-STARIYA-STUDY-CAMP-O-TRANNING-CAMP-RA-UDJAPANI-DIBASA---(1)

ସ୍ୱେଚ୍ଛାକୃତ ସେବା ମନୋଭାବ ମହିଳାଙ୍କ ଅନ୍ତର୍ନିିହିତ ଗୁଣ: ରାଜ୍ୟପାଳ

30

ରାଜ୍ୟସ୍ତରୀୟ ଯୁବ ରେଡ୍କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଉଦ୍ୟାପିତ
ଭୁବନେଶ୍ୱର, (ବୁ୍ୟରୋ): ସ୍ୱେଚ୍ଛାକୃତ ସେବା ମନୋଭାବ ମହିଳା ମାନଙ୍କର ଅନ୍ତର୍ନିିହିତ ଗୁଣ । ସ୍ୱେଚ୍ଛାସେବା ସହିତ ସମାଜର ସମସ୍ତ କୁସଂସ୍କାର ଏବଂ ସାମାଜିକ ସମସ୍ୟାର ସମାଧାନ ନିମନ୍ତେ ମହିଳାମାନେ ନେତୃତ୍ୱ ନେବାର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ ତଥା ଭାରତୀୟ ରେଡ଼କ୍ରସ୍ ସୋସାଇଟି ରାଜ୍ୟ ଶାଖାର ମୁଖ୍ୟ ଡ଼. ଏସ୍.ସି. ଜମିର୍ ପ୍ରକାଶ କରିଛନ୍ତି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ମହିଳା ସ୍ୱେଚ୍ଛାସେବୀଙ୍କ ନିମନ୍ତେ ଆୟୋଜିତ ତିନିଦିନିଆ ରାଜ୍ୟସ୍ତରୀୟ ଯୁବ ରେଡ଼କ୍ରସ୍ ଶିକ୍ଷା ଓ ପ୍ରଶିକ୍ଷଣ ଶିବିରର ଉଦ୍ୟାପନୀ ଶିବିରରେ ଯୋଗଦେଇ ରାଜ୍ୟପାଳ କହିଲେ ଯେ ଚରିତ୍ର ଗଠନ, ନେତୃତ୍ୱବିକାଶ, ଜୀବନ ରକ୍ଷାକାରୀ କୌଶଳ, ରକ୍ତଦାନ, ସ୍ଥାନୀୟ ଗୋଷ୍ଠୀସେବା ସମେତ ଅନ୍ୟାନ୍ୟ ସେବା ମୂଳକ ପ୍ରକଳ୍ପରେ ଯୁବସମାଜକୁ ତାଲିମ ପ୍ରଦାନରେ ରେଡ୍କ୍ରସର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଛାତ୍ରୀମାନେ ରେଡ଼କ୍ରସ୍ରେ ଯୋଗଦେଇ ଉଚିତ୍ ନିଷ୍ପତି ନେଇଛନ୍ତି ଓ ଏହା ତାଙ୍କ ଜୀବନକୁ ସଠିକ୍ ଦିଗରେ ପରିଚାଳିତ କରିବାରେ ସହାୟକ ହେବ ବୋଲି ରାଜ୍ୟପାଳ କହିଛନ୍ତି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଡ଼. ପଦ୍ମଜା ମିଶ୍ର କହିଥିଲେ, ଆଜିର ଦିନରେ ମହିଳା ମାନଙ୍କୁ ଏହିଭଳି ସୁଯୋଗ ମିଳିବା ଉଚିତ୍ । ଏହାଦ୍ୱାରା ସମାଜକୁ ଏକ ନୂତନ ଦିଗ୍ଦର୍ଶନ ମିଳିପାରିବ ବୋଲି ସେ କହିଥିଲେ । ଭାରତୀୟ ରେଡ଼କ୍ରସ୍ ସୋସାଇଟି ଓଡ଼ିଶା ଶାଖାର ଅବୈତନିକ ସଚିବ ଡ଼. ଜ୍ଞାନବ୍ରତ ମହାନ୍ତି, ଯୁବ ରେଡ଼କ୍ରସ୍ ଅଧିକାରୀ ମେଜର ଡ଼. କଳ୍ପନା ଦାଶ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସହଧର୍ମିଣୀ ଆଲେମଲା ଜମିର୍ ଉପସ୍ଥିତ ଥିଲେ ।
ଏହି ଶିବିରରେ ରେଡ଼କ୍ରସ୍ର ଇତିହାସ, ମୌଳିକ ନୀତି, ରେଡ଼କ୍ରସ୍ର ଚିହ୍ନ ଏବଂ ଏହାର ବ୍ୟବହାର, ଏଡ଼ସ୍ ସଚେତନତା ଓ ରେଡ ରିବନ କ୍ଳବର କାର୍ଯ୍ୟକ୍ରମ, ବିପର୍ଯ୍ୟୟ ପରିଚାଳନାରେ ମନୋସ୍ତାତ୍ତ୍ୱିକ ଯତ୍ନ, ସ୍ୱେଚ୍ଛାକୃତ ରକ୍ତଦାନ, ସଡକ ସୁରକ୍ଷାରେ ଯୁବ ରେଡ଼କ୍ରସ୍ର ଭୁମିକା, ବିପର୍ଯ୍ୟୟ ପରିଚାଳନା, ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା, ଅନୁସନ୍ଧାନ ଓ ଉଦ୍ଧାର ଇତ୍ୟାଦି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଯୁବ ରେଡ଼କ୍ରସ୍ କାଉନସେଲର୍ ସୁଶୀଲ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।




Powered by odothemes.com