BIDYUT-DARA-BRUDHI-PRATIBADA-RE--CPI-(M)-PAKHYARU-IDCO-TOWER-SAMUKHARE-BIKHYOV-(2)

ବିଦୁ୍ୟତ୍ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ସିପିଆଇଏମ୍ର ବିକ୍ଷୋଭ

21

ଭୁବନେଶ୍ୱର, (ବୁ୍ୟରୋ): ବିଦୁ୍ୟତ୍ ଦରବୃଦ୍ଧିକୁ ବିରୋଧ କରି ଗୁରୁବାର ସିପିଆଇଏମ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତୁରନ୍ତ ଦରବୃଦ୍ଧି ପ୍ରତ୍ୟାହାର ଦାବି କରି ଶତାଧିକ କର୍ମୀ ଆନନ୍ଦ ବଜାର ଠାରୁ ଏକ ଶୋଭାଯାତ୍ରା ବାହାରି ସେସୁ ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତୁରନ୍ତ ଦରବୃଦ୍ଧି ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିବସରେ ବିଦୁ୍ୟତ ଶୁଳ୍କ ବୃଦ୍ଧି ଲାଗୁ କରିବା ରାଜ୍ୟବାସୀଙ୍କ ପାଇଁ ପିଟୁଣି ଟିକସ ସଦୃଶ ହେବ ବୋଲି ସିପିଆଇଏମ୍ ର ରାଜ୍ୟ ସଂପାଦକ ଆଳି କିଶୋର ପଟ୍ଟନାୟକ କହିଛନ୍ତି । ବିଦୁ୍ୟତ୍ ଉତ୍ପାଦନ, ସରବରାହ ଓ ବିତରଣ କ୍ଷତିପୂରଣକୁ ଉପଭୋକ୍ତାଙ୍କ ଉପରେ ଲଦି ଦିଆଯାଉଛି ବୋଲି ଦଳ ଅଭିଯୋଗ କରିଛି । ଯଦି ସରକାର ଓ ଓଡ଼ିଶା ବିଦୁ୍ୟତ ନିୟମାଙ୍କ ଆୟୋଗ ଦରବୃଦ୍ଧି ପ୍ରତ୍ୟାହାର ନ କରନ୍ତି ତେବେ ଆଗାମୀ ଦିନରେ ଆନେ୍ଦାଳନ ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି ।




Powered by odothemes.com