rathyatra-baitak

ପ୍ରଥମ ବୈଠକକୁ ଆସିଲେନି ବହୁ ସେବାୟତ

29

ସମନ୍ୱୟରେ ଅସମନ୍ୱୟ
ପୁରୀ, ୩୦ା୩(ବୁ୍ୟରୋ): ଆଜି କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ବସିଥିଲା ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ କମିଟି ବୈଠକ । ମାତ୍ର ପ୍ରଥମ ବୈଠକରୁ ହିଁ ଅସମନ୍ୱୟ ପରିଲକ୍ଷିତ ହୋଇଥିଲା । ପୂର୍ବରୁ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଯୋଗ ନଦେବା ପାଇଁ ସିଂହଦ୍ୱାର ନିକଟରେ ସେବାୟତଙ୍କ ପକ୍ଷରୁ ପୋଷ୍ଟର ଲଗାଯାଇଥିଲା । ଆଉ ତାହାର ପ୍ରଭାବରେ ଆଜି ଅଳ୍ପ କିଛି ସେବାୟତ, ନିଯୋଗ ସଦସ୍ୟ ବୈଠକରେ ଉପସ୍ଥିତ ଥିବା ବେଳେ ଅନେକ ସେବାୟତ ଆସିନଥିଲେ । ତେବେ କଣ ପାଇଁ ସେବାୟତମାନେ ଅନୁପସ୍ଥିତ ରହିଛନ୍ତି, ସେସଂପର୍କରେ ପ୍ରଶାସନ ଆଲୋଚନା କରିବାକୁ ଆରଡିସି ପରାମର୍ଶ ଦେଇଛନ୍ତି । ଗତ ରଥଯାତ୍ରା ବେଳେ ନିଳାଦ୍ରୀବିଜେ ସମୟରେ କିଛି ସେବାୟତଙ୍କ ବ୍ୟବହାରକୁ ନେଇ ପ୍ରଶାସନ ଓ ସେବାୟତ ମୁହାଁମୁହିଁ ହୋଇଥିଲେ । କିଛି ସେବାୟତଙ୍କ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଥିଲା । ତେବେ ଗତବର୍ଷର ଏହି କେଳେଙ୍କାରୀ ଚଳିତବର୍ଷ ସମନ୍ୱୟ କମିଟି ବୈଠକରେ ପ୍ରଭାବ ପକାଇଥିବା କୁହାଯାଉଛି । ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ଆଲୋଚନା ମାଧ୍ୟମରେ ସମାଧାନ ନକଲେ ରଥଯାତ୍ରା ପ୍ରଭାବିତ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସଦ୍ଭାବନା ସଭାଗୃହରେ ଆୟୋଜିତ ପ୍ରଥମ ସମନ୍ୱୟ କମିଟି ବୈଠକରେ ଅଧ୍ୟକ୍ଷତା କରିଥିଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅଟଳ ବିହାରୀ ଓତା । ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରାକୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ ବିଧାୟକ ମହେଶ୍ୱର ମହାନ୍ତି, ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ, କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶି, ଜିଲା୍ଲପାଳ ଅରବିନ୍ଦ ଅଗ୍ରୱାଲ, ଏସ୍ପି ଡକ୍ଟର ସାର୍ଥକ ଷଡ଼ଙ୍ଗୀ, ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିଦେ୍ର୍ଦଶକ ଅଜିତ ମିଶ୍ର, ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡାକ୍ତର ଜ୍ଞାନ ରଂଜନ ତ୍ରିପାଠୀ, ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସ, ଉପଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରମୁଖ ମଞ୍ଚାସୀନ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକରେ ପୌର ସଂସ୍ଥାର ବିଭିନ୍ନ କାର୍ଯ୍ୟାବଳୀକୁ ନେଇ ସଦସ୍ୟମାନେ ଅସନ୍ତୋଷ ପ୍ରକଟ କରିଥିଲେ । ବେଳାଭୂମି ରାସ୍ତାରେ ମେନ୍ହୋଲ୍ ଗୁଡ଼ିକ ଖୋଲା ପଡ଼ିଥିବାବେଳେ ପୌରସଂସ୍ଥା ଏହାକୁ ମରାମତି କରୁନଥିବା ଅଭିଯୋଗ ହୋଇଥିଲା । ତେଣୁ ସାତଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ଆରଡ଼ିସି ନିର୍ବାହୀ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସେହିଭଳି ବଡ଼ଦାଣ୍ଡ ଓ ମନ୍ଦିର ଚତୁଃପାଶ୍ୱର୍ରେ ଟଣାଯାଇଥିବା ଗାର ଆଗକୁ ମାଡ଼ି ଉଠାଦୋକାନୀ ମାନେ ବସୁଥିବାରୁ ତୁରନ୍ତ ଏ ଗୁଡ଼ିକୁ ଉଚ୍ଛେଦ ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ସ୍ଥାନରେ ୧୪୪ଧାରା ଜାରି କରାଯାଇ ଉଚ୍ଛେଦ୍ଦ କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ୩ ତାରିଖ ସୁଦ୍ଧା ସ୍ୱର୍ଗଦ୍ୱାର ସମ୍ମୁଖରେ ଗଦା ହୋଇଥିବା ଇଟାପଥରକୁ ଉଠାଇ ନେବାକୁ ନିର୍ବାହୀ ଅଧିକାରୀଙ୍କୁ ଆରଡିସି ନିଦେ୍ର୍ଦଶ ଦେଇଥିଲେ । ଦୀର୍ଘ ଦିନ ହେବ ବସ୍ଷ୍ଟାଣ୍ଡ ଖାଲି ହୋଇଥିଲେ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଶୁକ୍ରବାର ସୁଦ୍ଧାକାର୍ଯ୍ୟ ଆରମ୍ଭ ନହେଲେ ଟେଣ୍ଡର ବାତିଲ କରିବାକୁ ଜିଲ୍ଲାପାଳ ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ରଥଯାତ୍ରା ପାଇଁ କେବଳ ମରାମତି କାର୍ଯ୍ୟକରି ବର୍ଷାଦିନ ପରେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ କରାଯିବାକୁ ସ୍ଥିର କରାଯାଇଥିଲା । ବଡ଼ଦାଣ୍ଡରେ ଥିବା ସୁରକ୍ଷିତ କୋଠା ଚିହ୍ନଟ କରି ତୁରନ୍ତ ଏହାର ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ଶ୍ରୀମନ୍ଦିର ପ୍ରଶାସକ ବୈଠକରେ ସୁଚନା ଦେଇଥିଲେ ଯେ, ପୁର୍ବବର୍ଷର ୧୩୮ଖଣ୍ଡ କାଠ ବଳକା ଥିବା ବେଳେ ନୟାଗଡ଼ ଓ ଖୋର୍ଦ୍ଧା ବନଖଣ୍ଡରୁ ବର୍ତ୍ତମାନ ସୁଦ୍ଧା ୬୧୩ ଖଣ୍ଡ କାଠ ଆସିଛି । ଇତି ମଧ୍ୟରେ ରଥଖଳାରେ ୩୭୩ ଖଣ୍ଡ କାଠଥିବା ବେଳେ ୨୪୦ ଖଣ୍ଡକାଠ ଖଜୁରିଆ କରତକଳକୁ ପଠାଯାଇଛି । ଶ୍ରୀରାମ ନବମୀରେ ଏହି କାଠ ଚିରଟ ଅନୁକୂଳ ହେବ । ଆଉ ୧ମାସ ମଧ୍ୟରେ ସମସ୍ତ କାଠ ରଥଖଳାରେ ପହଞ୍ଚôଯିବ ବୋଲି ସେ ସୁଚନା ଦେଇଥିଲେ । ଜଗନ୍ନାଥ ବନ ପ୍ରକଳ୍ପ ସମ୍ପର୍କରେ ଆଗାମୀ ବୈଠକରେ ଏକ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଡ଼ିଏଫ୍ଓଙ୍କୁ ପରାମର୍ଶ ଦିଆଯାଇଥିଲା । ରଥଖଳାରେ କାର୍ଯ୍ୟ ସମୟରେ ପର୍ଯ୍ୟାପ୍ତ ପିଇବା ପାଣି ଓ ପ୍ରାଥମିକ ଚିକିସôା ସେବା ଉପଲବ୍ଧ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ କହିଥିଲେ ଯେ ଯାତ୍ରା ସମୟରେ ସହରରେ ୨୭ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସହ ୩୦ଟି ଆମ୍ବୁଲାନ୍ସ ମୁତୟନ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ଜଳ ବିଶୋଧନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସଂକ୍ରାମକ ରୋଗ ଚିକିସôାଳୟରେ ମଳନମୁନା ପରୀକ୍ଷାକେନ୍ଦ୍ର ଖୋଲାଯିବ । ୧୦ଜଣ ଫୁଡ଼ ଇନ୍ସ୍ପେକ୍ଟର ଖାଦ୍ୟ ନିରୀକ୍ଷଣ କରିବେ । ପ୍ରତ୍ୟେକ ୭ଦିନରେ ମଧ୍ୟ ମୋବାଇଲ କୋର୍ଟ କରାଯିବ । ମୁଖ୍ୟ ଚିକିସôାଳୟରେ ଭେଷଜ ବିଶେଷଜ୍ଞ ଓ ଯକ୍ଷ୍ମା ଚିକିସôାଳୟରେ ବିଶେଷଜ୍ଞ ଡାକ୍ତର ପଦବୀ ଖୁବ୍ଶିଘ୍ର ପୁରଣ କରାଯିବ । ଯାତ୍ରା ସମୟରେ ପାନୀୟ ଜଳ ଯୋଗାଣ ପାଇଁ ୨୦୦ଟି ଷ୍ଟାଣ୍ଡ ପୋଷ୍ଟ, ୩ଟି ପ୍ରଡ଼କ୍ସନ ୱେଲ, ୮ଟି ଟ୍ୟାଙ୍କର ଗଛିତ ରହିବ । ସିଂହଦ୍ୱାରରେ ଥିବା ଗୋଡ଼ଧୁଆ ପାଣିକୁ ରିଚାର୍ଜକରି ବ୍ୟବହାର କରିବାକ ନିଷ୍ପତ୍ତି ହୋଇଥିଲା । ଆଗାମୀ ୨ମାସ ମଧ୍ୟରେ ନୂତନ ଭାବେ ନିର୍ମିତ ଟ୍ୟାଙ୍କରରୁ ସହରକୁ ଜଳଯୋଗାଣ ଆରମ୍ଭ ହେବ ବୋଲି ଜନସ୍ୱାସ୍ଥ୍ୟ ନିର୍ବାହୀ ଯନ୍ତ୍ରୀ ବୈଠକରେ ସୁଚନା ଦେଇଥିଲେ । ଏହା ଛଡ଼ା ଏଥି ପାାଇଁ ଅଟୋକ୍ଲୋରିନେସନ ସିଷ୍ଟମ ଆରମ୍ଭ ହୋଇଥିବା ସେ ସଭାରେ ପ୍ରକାଶ କରିଥିଲେ । ସେସୁ ଅଧିକାରୀ କହିଥିଲେ ଯେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସ୍ନାନ ପୂର୍ଣିର୍ମା ପୁର୍ବରୁ ସମସ୍ତ ମରାମତି କାର୍ଯ୍ୟଶେଷ କରାଯିବ । ଏଥିପାଇଁ ଏପ୍ରିଲ ଓ ମେ ମାସରେ ୨ଦିନ ଲେଖାଏଁ ବିଦ୍ୟୁତ ସରବରାହ ବନ୍ଦ କରାଯିବ ବୋଲି ସେ କହିଥିଲେ । ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ସମଜାଜପୁର ଅପର ପାଶ୍ୱର୍ରାସ୍ତା କାର୍ଯ୍ୟ ମଙ୍ଗଳାଘାଟ ଷ୍ଟଲିଂ ରାସ୍ତା ମରାମତି ଜୁନ ମାସ ସୁଦ୍ଧା ଶେଷ ହେବ । ସହରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ଆବଶ୍ୟକ ସ୍ଥଳେ ମରାମତି କାର୍ଯ୍ୟ ପୂର୍ତ୍ତ ବିଭାଗ ଦ୍ୱାରା କରାଯିବ । ସହରର ନଳା ସଫା କାର୍ଯ୍ୟ ଯୁଦ୍ଧ କାଳୀନ ଭିତ୍ତିରେ ଶେଷ କରିବାକୁ ଆରଡ଼ିସି ପୌର ନିର୍ବାହୀ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସହରରେ ଲାଗିଥିବା ସିସିଟିଭି କ୍ୟାମେରା ମଧ୍ୟରୁ ୩୮ଟି ଖରାପ ହୋଇଯାଇଥିବା ବେଳେ ଖୁବ୍ଶିଘ୍ର ସେଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ ବୋଲି ଏସ୍ପି କହିବା ସହ ପୁର୍ବବର୍ଷ ଭଳି ରଥଯାତ୍ରା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିବା କହିଥିଲେ । ଏତଦ୍ ବ୍ୟତୀତ ବୈଠକରେ ପରିବହନ, ସୁଚନା ଓ ପ୍ରସାରଣ, ରଥଖଳା ପରିଷ୍କାର, ପାର୍କିଂସ୍ଥାନ, ପ୍ରଦର୍ଶନୀ ଓ ରେଳସେବା ସମ୍ପର୍କରେ ଆଲୋଚନା କରଯାଇଥିଲା । ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ସେବାୟତ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।




Powered by odothemes.com