MEDHAB~2

ଜୁଡିସିଆଲ କମିଶନ ଗଠନ ନ ହେଲେ ରାଜ୍ୟବ୍ୟାପୀ ଛାତ୍ର ଆନେ୍ଦାଳନ

31

ମେଧାବୃତ୍ତି ରାଶି ହଡ଼ପ ଅଭିଯୋଗ
ଭୁବନେଶ୍ୱର, (ବୁ୍ୟରୋ): ମେଧାବୃତ୍ତି ରାଶି ଘୋଟାଲା ମାମଲାରେ ଜୁଡ଼ିସିଆଲ କମିଶନ ଗଠନ କରି ତଦନ୍ତ କରିବାକୁ ଦାବି କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଗୁରୁବାର ଏନେଇ ଏବିଭିପି ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦିଆଯାଇଥିଲା । କିନ୍ତୁ ମନ୍ତ୍ରୀ ଘରୁ ଆସି ଛାତ୍ରଛାତ୍ରୀଙ୍କ ଦାବି ନ ଶୁଣିବାରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେବେ ପୁଲିସ୍ ସେଠାରୁ ସଂଗଠନର କର୍ମକର୍ତ୍ତାଙ୍କୁ ଘଉଡେଇବାକୁ ଚେଷ୍ଟା କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ୧୫ ଜଣ କର୍ମୀ ଆହତ ହୋଇଥିବା ସଂଗଠନ କହିଛି । ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ରାଶି ହଡ଼ପ ହେବା ନେଇ ଏବିଭିପି ପକ୍ଷରୁ ମୁଖ୍ୟଶାସନ ସଚିବ ଏବଂ ଶିକ୍ଷା ସଚିବଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏଥିସହ ଘୋଟାଲାର ତଦନ୍ତ ପାଇଁ ଜୁଡିସିଆଲ କମିଶନ ଗଠନ କରିବାକୁ ଦାବି କରାଯାଇଥିଲା । କିନ୍ତୁ ଏହା ଭିତରେ୧୫ ଦିନରୁ ବିତି ଯାଇଥିଲେ ବି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସଂଗଠନ ଅଭିଯୋଗ କରିଛି । ତେଣୁ ଏନେଇ ମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେବା ପାଇଁ ସଂଗଠନ ପକ୍ଷରୁ ଚେଷ୍ଟା କରାଯାଉଥିବା ବେଳେ ପୁଲିସ୍ କର୍ମୀଙ୍କୁ ଜବରଦସ୍ତି ଉଠାଇଦେଇଥିବା ସଂଘ ଅଭିଯୋଗ କରିଛି । ଯଦି ଆଗାମୀ ଦିନରେ ମେଧାବୃତ୍ତି ଘୋଟାଲାର ତଦନ୍ତ ପାଇଁ ଜୁଡିସିଆଲ କମିଶନ ଗଠନ ନହୁଏ, ତେବେ ଏବିଭିପି ରାଜ୍ୟବ୍ୟାପି ଆନେ୍ଦାଳନ କରିବ ବୋଲି ଚେତାବନୀ ଦେଇଛି । ଏପରିକି ନବୀନ ନିବାସ ମଧ୍ୟ ଘେରାଉ କରିବାକୁ ମଧ୍ୟ ଚେତାବନୀ ଦେଇଛି । । ଏବିଭିପି ରାଜ୍ୟ ସମ୍ପାଦକ ଅଭିଳାଷ ପଣ୍ଡା, ଭୁବନେଶ୍ୱର ସମ୍ପାଦକ ମାନସ ସାହୁଙ୍କ ନେତୃତ୍ୱରେ ହୋଇଥିବା ଏହି ବିକ୍ଷୋଭରେ ଏବିଭିପିର ବହୁ କର୍ମୀ ସମାଲି ହୋଇଥିଲେ ।

ସେଆର କରନ୍ତୁ:



Powered by odothemes.com