narasingha-Mishraaaaa

ରାଜ୍ୟ ସରକାର ମୁଣ୍ଡପିଛା ୫କେଜି  ଚାଉଳ ଅଧିକ ଦିଅନ୍ତୁ: ନରସିଂହ

31

ଯୋଗାଣ ବିଭାଗ ସ୍ୱଚ୍ଛ ଓ ଦକ୍ଷତାର ସହ କାର୍ଯ୍ୟ କରୁଛି: ଶାସକ
ଭୁବନେଶ୍ୱର (ବୁ୍ୟରୋ): ଧାନକିଣାରେ ଆଖିବୁଜା ଲୁଟ୍ ହେଉଛି । ରାସନ୍ କାର୍ଡ ବଣ୍ଟନ ହୋଇଥିବା ଅନିୟମିତତାକୁ ଏବେସୁଦ୍ଧା ସରକାର ସୁଧାରି ପାରିନାହାନ୍ତି । ଗରିବ ଲୋକର ପରିଚୟ ହେଉଛି ରାସନ୍ କାର୍ଡ । ମାତ୍ର ତାହା ତାକୁ ମିଳିପାରିନି । କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ରେ ୫କେଜି ଲେଖାଏଁ ଚାଉଳ ମୁଣ୍ଡପିଛା ଦେଉଛନ୍ତି । ରାଜ୍ୟ ସରକାର ୫କେଜି ଚାଉଳ ନିଜଆଡ଼ୁ ଦିଅନ୍ତୁ ବୋଲି ବିରୋଧୀ ଦଳ ପକ୍ଷରୁ ଦାବି କରାଯାଇଛି । ଅପରପକ୍ଷରେ ବିରୋଧୀ ଦଳର ଅଭିଯୋଗକୁ ଖଣ୍ଡନ କରି ଶାସକଦଳ ସଭ୍ୟମାନେ କହିଛନ୍ତି ଯେ, ପୂର୍ବାପେକ୍ଷା ଯୋଗାଣ ବିଭାଗ ସ୍ୱଚ୍ଛତା, ସାଧୁତା ଓ ଦକ୍ଷତାର କାର୍ଯ୍ୟ କରୁଛି । ଲୋକମାନେ କିଭଳି ସହଜରେ ଖାଉଟି ସାମଗ୍ରୀ ପାଇପାରିବେ, ଏଥିପାଇଁ ବିଭାଗ ଯତ୍ନଶୀଳ । ଖାଦ୍ୟ ଓ ଯୋଗାଣ ବିଭାଗ ଖର୍ଚ୍ଚଦାବି ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ କେ. ସୂର୍ଯ୍ୟରାଓ କହିଥିଲେ ଯେ, ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଚାଉଳ ବାଟମାରଣା ହେଉଛି । ଦୁର୍ନୀତି ଓ ଅନିୟମିତତା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ତା’ର ଅନୁସନ୍ଧାନ ହେଉନାହିଁ । କାର୍ଯ୍ୟାନୁଷ୍ଠାନ ତ ଦୂରର କଥା । ଭୁଲ୍ ତଥ୍ୟ ଦେଇ ରାସନ୍ କାର୍ଡ ହାତେଇଥିବା ହିତାଧିକାରୀଙ୍କ ବିରୋଧରେ କରାଯାଇଥିବା ମାମଲା ପ୍ରତ୍ୟାହାର ହୋଇନାହିଁ କି ତାଙ୍କଠାରୁ ଆଦାୟ ହୋଇଥିବା ଜରିମାନା ଏବେସୁଦ୍ଧା ଫେରାଯାଇନାହିଁ । ସରକାର ଏହା ଘୋଷଣା କରିଥିଲେ ମଧ୍ୟ ତାହା କରାଯାଇନାହିଁ । ସିଏସ୍ଓମାନେ ଦୁର୍ନୀତିରେ ବୁଡ଼ି ରହିଛନ୍ତି ବୋଲି ସେ କହିଥିଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ, ଗରିବଙ୍କ ସ୍ୱାର୍ଥ କଥା କହୁଥିବା ରାଜ୍ୟ ସରକାର ଅତିରିକ୍ତ ଆଉ ୫କେଜି ଚାଉଳ ବ୍ୟବସ୍ଥା ନକରିବେ, ତା’ହେଲେ ରାଜ୍ୟରେ ଅନାହାର ମୃତୁ୍ୟ ଜାରି ରହିବ । ସାଧାରଣ ଲୋକଙ୍କୁ କିରାସିନି ମିଳୁନି । ପିଡିଏସ୍ ହିତାଧିକାରୀ କିରାସିନି ପାଇବାରୁ ବଞ୍ଚôତ ହେଉଛନ୍ତି । ସ୍ୱାଧୀନତାର ୭୦ବର୍ଷ ପରେ ମଧ୍ୟ ରାଜ୍ୟବାସୀଙ୍କୁ ସମ୍ବିଧାନର ଧାରା-୨୧ ଅନୁଯାୟୀ ମୌଳିକ ସୁବିଧାସୁଯୋଗ ମିଳିନାହିଁ । ହାଇକୋର୍ଟ ନିଦେ୍ର୍ଦଶ ଅନୁଯାୟୀ ରାଜ୍ୟ ସରକାର ଚାଷୀଙ୍କ ଠାରୁ ଧାନ କିଣି ବାହାବା ନେଉଛନ୍ତି । ଧାନକିଣାରେ ମଧ୍ୟ ହାଇକୋର୍ଟଙ୍କ ନିଦେ୍ର୍ଦଶ କାର୍ଯ୍ୟକାରୀ ହେଉନାହିଁ । ବିଧାୟକମାନେ ବ୍ଲକ୍ସ୍ତରୀୟ କମିଟିରେ ଅଧ୍ୟକ୍ଷ ଥିଲେ ମଧ୍ୟ ଧାନ ସଂଗ୍ରହ କିମ୍ବା ପିଡିଏସ୍ ସାମଗ୍ରୀ ବଣ୍ଟନରେ ସେମାନଙ୍କର କୌଣସି କ୍ଷମତା ରହୁନାହିଁ । ବ୍ଲକ୍ସ୍ତରୀୟ କମିଟିକୁ ଅଣଦେଖା କରି ମନୋମୁଖୀ ଡିଲର୍ ଚୟନ କରାଯାଉଛି । ଏକର ପିଛା ୪୦ରୁ ୪୨ କ୍ୱିଣ୍ଟାଲ ଧାନ ଉତ୍ପାଦନ ପାଇଁ ଚାଷୀଙ୍କୁ ସରକାର ପ୍ରୋତ୍ସାହନ ଦେଉଛନ୍ତି । ୧୨ କ୍ୱିଣ୍ଟାଲ୍ ଧାନ କାହିଁକି କିଣୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ । ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଲେ ଯେ, ପିଡିଏସ୍ ବ୍ୟବସ୍ଥାରେ ସୁଧାର ଆସିଛି । ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ବିଭାଗ ଲୋକଙ୍କ ନିକଟତର ହେବା ସହ ଆଦୃତ ହୋଇଛି । ନୀତି ଆୟୋଗ ଦ୍ୱାରା ଓଡ଼ିଶାର ଯୋଗାଣ ବ୍ୟବସ୍ଥାକୁ ପ୍ରଶଂସା କରାଯାଇଛି । ଏଫ୍ସିଆଇ ଠିକ୍ ଭାବେ ଦାୟିତ୍ୱ ନିର୍ବାହ କରୁନଥିବାରୁ ସରକାର ଧାନସଂଗ୍ରହ ପ୍ରକି୍ରୟାକୁ ବିକେନ୍ଦ୍ରୀକରଣ କରିଛନ୍ତି । ରାଜ୍ୟରେ ଧାନ ସଂରକ୍ଷଣ ପାଇଁ ଭଣ୍ଡାରର ଅଭାବ ନାହିଁ । ଓଡ଼ିଶା ଏବେ ଚାଉଳ ଉତ୍ପାଦନ କ୍ଷେତ୍ରରେ କେବଳ ଆତ୍ମନିର୍ଭରଶୀଳ ନୁହେଁ, ବରଂ ବଳକା ରାଜ୍ୟ ପାଲଟିଛି । ଅନ୍ୟ ରାଜ୍ୟକୁ ଚାଉଳ ଓଡ଼ିଶା ପଠାଉଛି । ଓଡ଼ିଶା ଅନ୍ୟମାନଙ୍କ ପାଇଁ ଅନ୍ନଦାତା ପାଲଟିଛି । ଚାଷୀଭାଇଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ଶ୍ରୀ ମିଶ୍ର କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଫୁଲ୍ଲ ସାମଲ, ଦିବ୍ୟଶଙ୍କର ମିଶ୍ର, ପ୍ରଦୀପ ପୁରୋହିତ, ପଦ୍ମନାଭ ବେହେରା, ସନାତନ ମହାକୁଡ଼ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ସେଆର କରନ୍ତୁ:



Powered by odothemes.com