RAJADH~1

ଦେଖି ଚାହିଁ ଜଳ ଖର୍ଚ୍ଚ କରିବା ଆବଶ୍ୟକ

30

ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ
ଭୁବନେଶ୍ୱର,(ବୁ୍ୟରୋ): ଜଳ ଏକ ସୀମିତ ସମ୍ବଳ । ଏହାକୁ ଦେଖି ଚାହିଁ ଖର୍ଚ୍ଚ କରିବା ଦରକାର । ବିନ୍ଦୁ ବିନ୍ଦୁ ଜଳର ସଞ୍ଚୟ ସହିତ ପ୍ରତ୍ୟେକ କୋଠାରେ ବର୍ଷାଜଳ ଅମଳ ପ୍ରକଳ୍ପ ନିର୍ମାଣ କରିବାକୁ ଗୁରୁତ୍ୱ ଦିଆଯିବା ଦରକାର ବୋଲି ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ରାଜ୍ୟସ୍ତରୀୟ ‘ବିଶ୍ୱ ଜଳ ଦିବସ’ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ୱାଟର ଏଡ଼୍ର ଆଞ୍ଚଳିକ ମୁଖ୍ୟ ବିଶାଖା ଭଞ୍ଜଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ସେବାନିବୃତ ଅଧିକାରୀ ଡ. ଅରବିନ୍ଦ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଜନସହଭାଗିତାରେ ଜଳ ନିରାପତ୍ତା ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । ସ୍ତମ୍ଭକାର ସୁଦର୍ଶନ ଦାସ ଜଳ ପାଇଁ ବିଶ୍ୱଯୁଦ୍ଧର ସମ୍ଭାବନାକୁ ଅସ୍ୱୀକାର କରିହେବ ନାହିଁ ବୋଲି ଦର୍ଶାଇଥିଲେ । ଆର୍ସିଡ଼ିସିର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ କୈଳାସ ଚନ୍ଦ୍ର ଦାସ ବର୍ଷା ଜଳ ସଂରକ୍ଷଣ ଓ ଭୂତଳ ଜଳର ପୁନଃଭରଣା ଆଜିର ସମୟର ଆହ୍ୱାନ ବୋଲି କହିଥିଲେ । ପ୍ରାଥମିକ ଶିକ୍ଷା ନିଦେ୍ର୍ଦଶକ ଚୂଡ଼ାମଣି ସେଠ୍ ବିଦ୍ୟାଳୟ ପରିସରରେ ଜଳ ଓ ପରିମଳ ବ୍ୟବସ୍ଥା ଆଇନଗତ ଅଧିକାର ବୋଲି ସୂଚିତ କରାଇଥିଲେ । ଶିକ୍ଷା ଅଧିକାର ଅଭିଯାନର ଆବାହକ ଅନୀଲ ପ୍ରଧାନ ବିଦ୍ୟାଳୟଗୁଡ଼ିକରେ କମ୍ ଜଳ ବ୍ୟବହାର ହେଲାଭଳି ଶୌଚାଳୟଗୁଡ଼ିକର ଡିଜାଇନ୍ ପ୍ରସ୍ତୁତ ହେବା ଦିଗରେ ଗୁରୁତ୍ୱ ଦେଇଥିଲେ । ଅକ୍ସଫାମ୍ର ଆଞ୍ଚଳିକ ମୁଖ୍ୟ ଅକ୍ଷୟକୁମାର ବିଶ୍ୱାଳ, ୱାଟର ଏଡ଼୍ର ବିଶାଖା ଭଞ୍ଜ ଜଳକୁ ନେଇ ଦିନକୁ ଦିନ ସୃଷ୍ଟି ହେଉଥିବା କନ୍ଦଳ ସମ୍ପର୍କରେ ଅବଗତ କରାଇଥିଲେ । ବର୍ଷାଜଳ ଅମଳ, ଭୂତଳ ଜଳସ୍ତର ବୃଦ୍ଧି ଦିଗରେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରୁଥିବା ମଡ଼େଲକୁ ବ୍ୟାପକ ଭାବରେ ପ୍ରଚାର ପ୍ରସାର କରାଯିବାର ଆବଶ୍ୟକତା ଅଛି ବୋଲି ଦର୍ଶାଇଥିଲେ । ସିୱାଇଏସ୍ଡ଼ିର ପ୍ରଫୁଲ୍ଲ ମହାରଣା ଓ ୟୁଏଏର ମଙ୍ଗରାଜ ପଣ୍ଡା ଜଳ, ପରିମଳ ଓ ପରିଚ୍ଛନ୍ନତା ବ୍ୟକ୍ତିର ଜୀବନ ଓ ବିକାଶ ସହିତ ଜଡ଼ିତ ବୋଲି ଦର୍ଶାଇଥିଲେ । ପ୍ରଗତି ଯୁବକ ସଂଘର ଦେବବ୍ରତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ୱାଟର ଏଡ଼୍ର ବରିଷ୍ଠ ଅଧିକାରୀ ବିକାଶ କୁମାର ପତି, ପୂର୍ଣ୍ଣଚନ୍ଦ୍ର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ ।




Powered by odothemes.com