ଦୁଇ ଲକ୍ଷ ଶିଶୁଙ୍କୁ ଦିଆଯିବ ପୋଲିଓ ବୁନ୍ଦା

0polio-pune-759

୨ରୁ ପୋଲିଓ ଟୀକାକରଣ
କଟକ,୨୧ା୩(ବୁ୍ୟରୋ): ଆସନ୍ତା ୨ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ କଟକ ଜିଲ୍ଲାରେ ୦ରୁ ୫ ବର୍ଷର ଶିଶୁମାନଙ୍କ ପାଇଁ ୨ୟ ପର୍ଯ୍ୟାୟ ପୋଲିଓ ବୁନ୍ଦା ଟୀକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲାର ୨ ଲକ୍ଷ ୫୦ ହଜାର ୩୦୧ ଜଣ ଶିଶୁଙ୍କୁ ଏହି ପର୍ଯ୍ୟାୟରେ ପୋଲିଓ ବୁନ୍ଦା ସେବନ ପାଇଁ ଚିହ୍ନଟ କରାଯାଇଛି । ପ୍ରଥମ ଦିନରେ ଚିହ୍ନଟ ହୋଇଥିବା ଜିଲ୍ଲାର୧୧୩୬ଟି କେନ୍ଦ୍ରରେ ଶିଶୁ ମାନଙ୍କୁ ୨ ବୁନ୍ଦା ଲେଖାଏଁ ପୋଲିଓ ବୁନ୍ଦା ସେବନ କରାଯିବ । ଯେପରି କୌଣସି ଶିଶୁ ପୋଲିଓ ବୁନ୍ଦା ସେବନରୁ ବାଦ ନ ପଡନ୍ତି, ତାହା ନିଶ୍ଚିତ କରିବାକୁ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ମେଡିକାଲ ଅଫିସର, ସିଡିପିଓମାନଙ୍କୁ ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଟ୍ୟାକ୍ସ ଫୋର୍ସ କମିଟି ବୈ÷ଠକରେ ଯୋଗଦେଇ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ନିଦେ୍ର୍ଦଶ ଦେଇଛନ୍ତି । କଟକ ସଦର ବ୍ଲକର ବେଣ୍ଟକାର ଇଟା ଭାଟି ଅଞ୍ଚଳ ଗୁଡିକରେ ଶିଶୁମାନଙ୍କୁ ଶତ ପ୍ରତିଶତ ପୋଲିଓ ଟୀକା କରଣ କରାଯାଇ ପାରିନଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ପ୍ରକାଶ ଯୋଗ୍ୟଯେ, କଟକ ସହରାଞ୍ଚଳରେ ୨୧୦ଟି ପୋଲିଓ ଟୀକା କରଣ ବୁଥ୍‌, ଅନ୍ୟାନ୍ୟ ପୌରାଞ୍ଚଳ ଓ ସହରାଞ୍ଚଳରେ ୩୭ଟି ଓ ଗ୍ରାମାଞ୍ଚଳରେ ୮୮୯ ଓଏହିପରି ମୋଟ ୧୧୩୬ଟି ବୁଥ୍ ପୋଲିଓ ଟୀକା କରଣ ପାଇଁ ଚିହ୍ନଟ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେଲାନ୍ସ ମେଡିକାଲ ଅଫିସର ଡା. ଦୀପକ କୁମାର କର କାର୍ଯ୍ୟକ୍ରମର ଏହି ଭୁତାଣୁକୁ ସଂପୂର୍ଣ୍ଣ ଦୂର କରିବାରେ କାର୍ଯ୍ୟକ୍ରମର ଶତ ପ୍ରତିଶତ ସଫଳକତା ନେଇ ସମସ୍ତଙ୍କର ସହଯୋଗ ଲୋଡିଥିଲେ । ଶତ ପ୍ରତିଶତ ସଫଳତା ନେଇ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈ÷ଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଚିକିସôାଧିକାରୀ( ଜନସ୍ୱାସ୍ଥ୍ୟ), ଡା. ଦୀପିକା ଦତ୍ତରାୟ, କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ କୁମାର ପ୍ରଧାନ, ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ, ସମସ୍ତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନେ ଯୋଗ ଦେଇଥିଲେ ।