ଡିଏନ୍ଏ ପରୀକ୍ଷା ପାଇଁ ରକ୍ତ ନମୁନା ସଂଗ୍ରହ

33

ଏସ୍ସିବି ପିଲା ଚୋରି ଘଟଣା
କଟକ (ବୁ୍ୟରୋ): ଏସସିବି ମେଡିକାଲ କଲେଜ ଶିଶୁ ଚୋରି ଘଟଣାରେ ଡିଏନଏ ପରୀକ୍ଷା ପାଇଁ ଏସଡିଜେଏମ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । କୋର୍ଟଙ୍କ ଅନୁମତି ପାଇବା ପରେ ପୁଲିସ ଉଦ୍ଧାର ହୋଇଥିବା ୨ଶିଶୁଙ୍କ ସମେତ ସେମାନଙ୍କ ପିତାମାତାଙ୍କ ରକ୍ତ ନମୁନା ସଂଗ୍ରହ କରିଛି । ଏହି ପରୀକ୍ଷା ଟେଷ୍ଟ୍‌ ଫୋରେନ୍‌ସିକ ପରୀକ୍ଷାଗାରରେ ହେବ । ଟେଷ୍ଟ୍‌ ରିପୋର୍ଟ ଆସିବା ପରେ ଶିଶୁଙ୍କୁ ଫେରସ୍ତ କରାଯିବ ବୋଲି ପୁଲିସ ସୂଚନା ଦେଇଛି । ସୂଚନାଯୋଗ୍ୟ ଗତ ୧୪ତାରିଖରେ ୬ଜଣଙ୍କର ଡିଏନଏ ପରୀକ୍ଷା କରିବା ପାଇଁ ଏସଡିଜେଏମ କୋର୍ଟରେ ପୁଲିସ ଆବେଦନ କରିଥିଲା । ପ୍ରକାଶଯୋଗ୍ୟ ଗତ ୧୧ତାରିଖରେ ଏହି ଶିଶୁ ଚୋରି ଘଟଣାର ପଦ୍ଦାଫାର୍ସ କରି ଦୁଇଟି ଚୋରି ଶିଶୁଙ୍କୁ ଉଦ୍ଧାର କରିବା ସହ ୪ଜଣଙ୍କୁ ଗିରଫ କରିଥିଲା । ପୁଲିସ୍ ପ୍ରଥମେ ଜଣେ ମହିଳା ମାନସୀ ସାମଲ ଓରଫ ମାମିନାଙ୍କୁ ପୁରୀଘାଟ ଥାନା ଅନ୍ତର୍ଗତ ହରିଜନ ସାହିରୁ ଗିରଫ କରିବା ପରେ ତାର ବୟାନ ଅନୁସାରେ ବାରଙ୍ଗ ପଞ୍ଚୁପାଳ ଗ୍ରାମର ସୁମତୀ ସାମଲ(୩୮), ଚୌଦ୍ୱାର ବାଣୀପଦା ଗ୍ରାମର ସ୍ତ୍ରୀ ମମତା ଦାସ(୩୨) ଓ ତାଙ୍କ ସ୍ୱାମୀ ପ୍ରମୋଦ ଦାସ(୩୪)ଙ୍କୁ ଗିରଫ କରିଥିଲା । ପ୍ରକାଶ ଯୋଗ୍ୟ ଗତ ୭ ତାରିଖରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅନ୍ତର୍ଗତ ପବିତ୍ର ପାତ୍ରଙ୍କ ସ୍ତ୍ରୀ ପୁଷ୍ପା ପାତ୍ର ଏସସିବି ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପର ଦିନ ପବିତ୍ରଙ୍କ ଭାଉଜ ଉକ୍ତ ପୁତ୍ର ସନ୍ତାନକୁ ପୋଲିଓ ବୁନ୍ଦା ଖୁଇବାକୁ ଟିକା କେନ୍ଦ୍ରକୁ ନେଇଥିଲେ । ସେଠାରେ ତାଙ୍କର ଏକ ମହିଳାଙ୍କ ସହ ଦେଖା ହୋଇଥିଲା । ତେବେ ମହିଳା ଜଣକ ଜଣେ ଆଶାକର୍ମୀ ବୋଲି ପରିଚୟ ଦେଇ ଶିଶୁପୁତ୍ରକୁ ଟୀକା ଦେବା କଥା କହି ପିଲାକୁ ନେଇ ଫେରାର ହୋଇଯାଇଥିଲା । ଦୀର୍ଘ ସମୟ ଧରି ମହିଳା ଓ ଶିଶୁପୁତ୍ରକୁ ନପାଇଁ ଶେଷରେ ପବିତ୍ର ମଙ୍ଗଳାବାଗ ଥାନାରେ ଏତଲା ପ୍ରଦାନ କରିଥିଲେ । ସେହିପରି ଗତ ଜାନୁଆରୀ ମାସ ୫ ତାରିଖରେ ଏସସିବି ମେଡିକାଲ କ୍ୟାମ୍ପସରୁ କତିମ ମଣ୍ଡଳ ଓ ତାଙ୍କ ସ୍ତ୍ରୀ ଗୁଡିଆଙ୍କ ଶିଶୁପୁତ୍ର ଚୋରି ହୋଇଥିଲା । ଅନ୍ୟପକ୍ଷରେ ଏହି ମାମଲାରେ ମଙ୍ଗଳାବାଗ ଥାନା ପୁଲିସ ଦ୍ୱାରା ଗିରଫ ହୋଇଥିବା ୪ ଆସାମୀଙ୍କ ଜାମିନ ଆବେଦନକୁ ଏସଡିଜେଏମ କୋର୍ଟ ଖାରଜ ହୋଇଛି ।

ସେଆର କରନ୍ତୁ:



Powered by odothemes.com