BARAMUNDA-RE-GAS-BITARANA-SEBA-PRAKALPARA-SUBHARAMBHA-===----(4)

ପାଇପ୍ ଯୋଗେ ଗ୍ୟାସ୍ ବିତରଣ ପ୍ରକଳ୍ପ ଶୁଭାରମ୍ଭ

26

ଭୁବନେଶ୍ୱର, (ବୁ୍ୟରୋ): କଟକ ଓ ଭୁବନେଶ୍ୱରରେ ପାଇପ୍ ଯୋଗେ ରୋଷେଇ ଗ୍ୟାସ୍ ଯୋଗାଣ ପ୍ରକଳ୍ପ କାର୍ଯ୍ୟାନ୍ୱୟନର ଶୁଭାରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ଉର୍ଜ୍ଜା ଗଙ୍ଗା ଯୋଜନା ଅଧିନରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପକୁ ଶନିବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆରମ୍ଭ କରିଛନ୍ତି । ଭୁବନେଶ୍ୱର ବରମୁଣ୍ଡାଠାରେ ଆୟୋଜିତ ଏକ ଉତ୍ସବରେ ରିମୋଟ୍ ଚିପି କଟକ ଓ ଭୁବନେଶ୍ୱରରେ ଏହି ଯୋଜନାର ଉଦ୍ଘାଟନ କରିବା ସହ ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍(ଗେଲ୍)ର ଭୁବନେଶ୍ୱର କାର୍ଯ୍ୟାଳୟକୁ ମଧ୍ୟ ଉଦ୍ଘାଟନ କରିଥିଲେ ମନ୍ତ୍ରୀ । ଗ୍ୟାସ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ପ୍ରକଳ୍ପ କାର୍ଯ୍ୟାନ୍ୱୟନର ଶୁଭାରମ୍ଭ କରିବା ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ପୂର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ସାକାର ହେଲେ ଭାରତର ବିକାଶକୁ ନୂଆ ବଳ ମିଳିବ । ଏଥିପାଇଁ କେବଳ ଓଡିଶାରେ ଏହି ପାଇପ୍ ଲାଇନ୍ କାର୍ଯ୍ୟରେ ୫ ହଜାର କୋଟି ଟଙ୍କାରୁ ଅଧିକ ବିନିଯୋଗ କରାଯିବ । କଟକ-ଭୁବନେଶ୍ୱର ପରେ ରାଉରକେଲା, ଅନୁଗୁଳ, ତାଳଚେର, ଝାରସୁଗୁଡା, ସମ୍ବଲପୁର ଭଳି ୧୩ ଟି ଜିଲ୍ଲାରେ ଗ୍ୟାସ ବିତରଣ ପ୍ରକଳ୍ପ ପର୍ଯ୍ୟାୟ କ୍ରମେ ଆରମ୍ଭ କରାଯିବ । ଏହାଦ୍ୱାରା ରାଜ୍ୟରେ ରୋଜଗାର ସୃଷ୍ଟି ହୋଇପାରିବ ବୋଲି ମନ୍ତ୍ରୀ କହିଥିଲେ ।
ଶ୍ର୍ରୀ ପ୍ରଧାନ କହିଥିଲେ ଯେ, କଟକ-ଭୁବନେଶ୍ୱର ପାଇପ୍ ଯୋଗେ ରୋଷେଇ ଗ୍ୟାସ ବିତରଣ ସେବା ପାଇଁ ୧୭୦୦ କୋଟି ଟଙ୍କା ବିନିଯୋଗ କରାଯିବ । ଭୁବନେଶ୍ୱର ଗ୍ୟାସ ସେବା ପାଇଁ ଆଗାମୀ ୨୫ ବର୍ଷରେ ୧୦୦୦ କୋଟି ଟଙ୍କା ବ୍ୟୟ ହେବ । ଖୋର୍ଦ୍ଧା ଜିଲ୍ଲାରେ ଏହି ପ୍ରକଳ୍ପ ଜରିଆରେ ୧.୩ ଲକ୍ଷ ଘରକୁ ପାଇପ୍ ଯୋଗେ ରନ୍ଧନ ଗ୍ୟାସ ଯୋଗାଣର ଯୋଜନା ରହିଛି । ପ୍ରଥମ ୫ ବର୍ଷ ମଧ୍ୟରେ ଭୁବନେଶ୍ୱରରେ ୨୪ଟି ସିଏନଜି ଫିଲିଂ ଷ୍ଟେସନ ପ୍ରତିଷ୍ଠା କରାଯାଇ ୭୦ ହଜାର ଯାନବାହନକୁ ସ୍ୱଚ୍ଛ ଇନ୍ଧନ କମ୍ ମୂଲ୍ୟରେ ଯୋଗାଇ ଦିଆଯିବ ।
ସେହିପରି କଟକରେ ଆଗାମୀ ୨୫ ବର୍ଷ ମଧ୍ୟରେ ରନ୍ଧନ ଗ୍ୟାସ ପାଇପ୍ ବିଛାଇବା ଲାଗି ୭୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ୧.୨୫ ଲକ୍ଷ ଘର ଏବଂ ପାଖାପାଖି ୨୬.୧୮ ଲକ୍ଷ ଲୋକଙ୍କୁ ରନ୍ଧନ ଗ୍ୟାସ ଯୋଗାଇ ଦିଆଯିବ । ଏଥିସହ ପ୍ରଥମ ୫ ବର୍ଷ ମଧ୍ୟରେ ୨୦ଟି ସିଏନଜି ଷ୍ଟେସନ କଟକରେ ପ୍ରତିଷ୍ଠା କରାଯିବ, ଯାହାକି ୪୦ ହଜାରରୁ ଅଧିକ ଯାନବାହନକୁ ସ୍ୱଚ୍ଛ ଇନ୍ଧନ ଉପଲବ୍ଧ କରାଇବ ।
ଓଡିଶାରେ ପେଟ୍ରୋ-ରସାୟନ ଉଦ୍ୟୋଗ କ୍ଷେତ୍ରରେ ପାଖାପାଖି ୧.୨୫ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ ବୋଲି ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ପ୍ରଥମ ପର୍ଯ୍ୟାୟରେ ଜଗଦୀଶପୁର-ହଳଦିଆ ଏବଂ ବୋକାର-ଧାମରା ମଧ୍ୟରେ ଗ୍ୟାସ ପାଇପ୍ ଲାଇନ୍ ବିଛାଇବା ଲାଗି ୧୨,୯୪୦ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଧାମରାରେ ଏକ ଏଲଏନଜି ଟର୍ମିନାଲ ପ୍ରତିଷ୍ଠା କରାଯିବ । ଏହି ପାଇପ୍ ଲାଇନ୍ ବିଛାଇବା କାର୍ଯ୍ୟରେ କେନ୍ଦ୍ର ସରକାର ଅନୁଦାନ ଆକାରରେ ୫୧୭୬ କୋଟି ଟଙ୍କା ପ୍ରଦାନ କରିବେ । ଏହି ପାଇପ୍ ଲାଇନ୍ ଉତରପ୍ରଦେଶ, ବିହାର, ଝାଡଖଣ୍ଡ, ଓଡିଶା ଏବଂ ପଶ୍ଚିମବଙ୍ଗର ୪୯ଟି ଜିଲ୍ଲାକୁ ସ୍ପର୍ଶ କରିବ ।
ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଉର୍ଜ୍ଜା ଗଙ୍ଗା ଯୋଜନା ଅଧିନରେ ଆମେରିକା, ଆଫ୍ରିକା, କତାର ଭଳି ରାଷ୍ଟ୍ରରୁ ଗ୍ୟାସ ଅଣାଯିବ । ତା’ଛଡା ମହାନଦୀ ଅବବାହିକା ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳରୁ ମଧ୍ୟ ପ୍ରାକୃତିକ ବାଷ୍ପର ଉତ୍ତୋଳନ ଓ ଉତ୍ପାଦନ କରାଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ସୂଚନା ଦେଇଥିଲେ । ଉତ୍ସବରେ ସମ୍ମାନୀତ ଅତଥି ଭାବେ କଟକ ସାଂସଦ ଭତ୍ତୃହରି ମହତାବ, ଭୁବନେଶ୍ୱର ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ନାଲ୍କୋ ସିଏମ୍ଡି ଡ. ତପନ କୁମାର ଚାନ୍ଦ, କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଆଶିଷ ଚାଟାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ । ଗେଲ୍ର ସିଏମ୍ଡି ବି ସି ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରକଳ୍ପ ନିଦେ୍ର୍ଦଶକ ଡ. ଆଶୁତୋଷ କର୍ଣ୍ଣାଟକ ଧନ୍ୟବାଦ ଅର୍ପଣ କରିଥିଲେ ।

ସେଆର କରନ୍ତୁ:



Powered by odothemes.com